Rashmi And Jayaprakash / ଏକାଠି ହେଲେ ରଶ୍ମି-ଜୟପ୍ରକାଶ: ୬୦ ବର୍ଷ ବୟସରେ ଝିଅ, ଜ୍ଵାଇଁ କଲେ ବିବାହ
·6 months ago·2 min read

Key Points
ଯୌବନରେ ହୋଇପାରିଲେନି ଏକାଠି
୬୦ ବର୍ଷ ବୟସରେ ଝିଅ,ଜ୍ଵାଇଁ କଲେ ବିବାହ
୬୦ ବର୍ଷ ବୟସରେ ଝିଅ,ଜ୍ଵାଇଁ କଲେ ବିବାହ
ପ୍ରେମ ଏକ ସୁନ୍ଦର ଅନୁଭୂତି। ପ୍ରେମ ଦୁଇଟି ହୃଦୟର ମିଳନ। କୁହାଯାଏ ପ୍ରଥମ ପ୍ରେମ ଅଭୁଲା। ପ୍ରଥମ ପ୍ରେମର ଅନେକ ମୁହୂର୍ତ୍ତ ଜୀବନର ସ୍ମୃତି ହୋଇ ରହିଯାଏ। ପ୍ରତ୍ୟେକ ପ୍ରେମର ଶେଷ ସିନ୍ଦୁର ନୁହେଁ । କିଛି ପ୍ରେମ ଅଧୁରା ହୋଇ ରହିଯାଇଥାଏ । ଏସବୁ ଭିତରେ ଆପଣ ଏକଥା ବି ଶୁଣିଥିବେ ଯେ ସତ ପ୍ରେମ କେବେ ହାରେନା କି ମରେନା । ଯଦି ପ୍ରେମ ସତ୍ୟ ଥାଏ ତେବେ କେବେ ନା କେବେ ତାହା ମିଳିଯାଏ । ଏପରି ଏକ କାହାଣୀର ଉଦାହରଣ ଦେଖିବାକୁ ମିଳିଛି କେରଳରେ। ଯୌବନରେ ଯେଉଁ ମିଳିପାରିନଥିଲା ତାହା ୪୦ ବର୍ଷ ପରେ ଉଭୟେ ପରସ୍ପରର ହାତ ଧରିଛନ୍ତି ।ପ୍ରାୟ ୧୦ ବର୍ଷ ପୂର୍ବରୁ ରଶ୍ମିଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲେ ଏବଂ ଜୟପ୍ରକାଶଙ୍କ ସ୍ତ୍ରୀଙ୍କର ମଧ୍ୟ ପାଞ୍ଚ ବର୍ଷ ପୂର୍ବେ ଦେହାନ୍ତ ହୋଇଥିଲେ।
ଏକାକୀତାକୁ ମୁକାବିଲା କରିବା ପାଇଁ, ରଶ୍ମି ସାଂସ୍କୃତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଏବଂ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲଷ ବି ଏହା ସତ। “ହଁ ସତ୍ୟ ପ୍ରେମ କେବେ ନା କେବେ ଫେରେ” ।ଏ କାହାଣୀ ହେଉଛି କେରଳର ଜୟପ୍ରକାଶ ଏବଂ ରଶ୍ମିଙ୍କର । ଯାହା ଆଜି ସୋସିଆଲ ମିଡିଆରେ ଏବେ ପ୍ରତ୍ୟକ ଲୋକଙ୍କ ହୃଦୟକୁ ଛୁଇଁଛି। ଯୌବନର ପ୍ରେମ ହୋଇପାରି ନଥିଲା ପୂରା । କିନ୍ତୁ ଏବେ ୪୦ ବର୍ଷ ପରେ ଉଭୟେ ପରସ୍ପରର ହାତ ଧରିଛନ୍ତି । ଜୟପ୍ରକାଶ ଏବଂ ରଶ୍ମିଙ୍କ ଏହି ପ୍ରେମ କାହାଣୀ ପ୍ରମାଣ କରେ ଯେ ଯଦି ପ୍ରେମ ସତ୍ୟ ହୁଏ, ତେବେ ସମୟ ତା’ର ପଥ ପ୍ରସ୍ତୁତ କରେ। କେତେକ ସମୟରେ ଯଦିଓ ବିଳମ୍ବ ହୁଏ, କିନ୍ତୁ ପ୍ରେମ ନିଶ୍ଚିତ ଭାବରେ ତା’ର ଗନ୍ତବ୍ୟସ୍ଥଳ ପାଇବ।
ମୁଣ୍ଡକ୍କାଲର ବାସିନ୍ଦା ଜୟପ୍ରକାଶ ଏବଂ ରଶ୍ମି ଯୌବନ ଅବସ୍ଥାରେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ। ଜୟପ୍ରକାଶଙ୍କର ରଶ୍ମୀଙ୍କ ପ୍ରତି ମନରେ ଦୁର୍ବଳତା ଥିଲା, କିନ୍ତୁ ତାହା ପ୍ରକାଶ କରିବାର ସାହସ ନଥିଲା। ଏହି ସମୟରେ, ରଶ୍ମି ବିବାହ କରିଥିଲେ ଏବଂ ଜୟପ୍ରକାଶ ଚାକିରି ପାଇଁ ବିଦେଶ ଚାଲିଗଲେ। ସମୟ ସେମାନଙ୍କୁ ଭିନ୍ନ ରାସ୍ତାରେ ନେଇଗଲା। ଜୟପ୍ରକାଶ ମଧ୍ୟ ବିବାହ କଲେ ଏବଂ ପରିବାର ଆରମ୍ଭ କଲେ। କିନ୍ତୁ ଜୀବନ ଏବେ ପୁଣି ୟୁଟର୍ଣ୍ଣ ନେଲା । ପୁଣି ଭାଗ୍ର ପୂର୍ବ ପ୍ରେମିକା ସହ ଦେଖାଇଦେଲା ।ଏଇଠି ଭାଗ୍ୟ ନେଇଥିଲା ୟୁଟର୍ଣ୍ଣ । ଜୟପ୍ରକାଶ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ରଶ୍ମିଙ୍କୁ ଦେଖିଲେ ଏବଂ ତାଙ୍କ ପରିବାର ମାଧ୍ୟମରେ ତାଙ୍କ ସହିତ ଯୋଗାଯୋଗ କଲେ। ପୁରୁଣା ସ୍ମୃତି, ଚାପି ରହିଥିବା ପ୍ରେମ ଏବଂ ଯନ୍ତ୍ରଣାଦାୟକ ହୃଦୟ ପୁନର୍ବାର ଜାଗ୍ରତ ହୋଇଥିଲା ରଶ୍ମୀଙ୍କ ପ୍ରତି ।
ଏଥିସହ ପଢ଼ନ୍ତୁ: ଥଣ୍ଡାରେ ଥରିବ ଓଡ଼ିଶା, ରାତିରେ ତଳମୁହାଁ ହେବ ପାରଦ
ସବୁଠାରୁ ହୃଦୟ ବିଦାରକ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଉଭୟଙ୍କର ପିଲାମାନେ ଏହି ସମ୍ପର୍କକୁ ସମ୍ପୂର୍ଣ୍ଣ ହୃଦୟର ସହିତ ଗ୍ରହଣ କରିଥିଲେ। ସମସ୍ତଙ୍କ ସମ୍ମତିରେ ରଶ୍ମିଙ୍କ ଝିଅ ଏବଂ ଜ୍ୱାଇଁ, ଏବଂ ଜୟପ୍ରକାଶଙ୍କ ପିଲାମାନେ କୋଚିରେ ବିନା ଜାକଜକମରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଉଭୟଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଲେଖାଯାଇଛି, ‘କେଉଁ ପିଲାମାନଙ୍କୁ ଏପରି ଭାଗ୍ୟ ମିଳିଥାଏ?’ ଏକାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ। କୁହାଯାଏ ଆମ ରିଅଲ ଲାଇଫକୁ ନେଇ ରିଲ ବା ଫିଲ୍ମ ତିଆରି ହୋଇଥାଏ। ଠିକ ସେହିପରି ଅନେକଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏହି ଦମ୍ପତ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories