Odisha Cold Wave Alert / ଥଣ୍ଡାରେ ଥରିବ ଓଡ଼ିଶା, ରାତିରେ ତଳମୁହାଁ ହେବ ପାରଦ
·8 months ago·2 min read

Key Points
ପୁଣି କୁହୁଡ଼ି ଚାଦରରେ ଘୋଡେଇ ହେବ ରାଜଧାନୀ
ରାଜ୍ୟକୁ ଫେରିବ ଶୀତ
ରାଜ୍ୟକୁ ଫେରିବ ଶୀତ
ପୁଣି ଫେରିବ ଶୀତ। ଥୁରୁଥୁରୁ ହେବ ରାଜଧାନୀ। କିଛି ଦିନ ସାମାନ୍ୟ ଥଣ୍ଡା କମିବା ପରେ ପୁଣି ପ୍ରବଳ ଥଣ୍ଡା ହେବାର ସୂଚନା ରହିଛି। ଆସନ୍ତା ୧୩ ଓ ୧୪ ତାରିଖରେ ପୁଣି ଥରାଇବ ଶୀତ । ଶନିବାର ରାତିରେ ଶୀତ କମିଥିଲା। ରବିବାର ବି ଶୀତ କମ୍ ରହିଛି କିନ୍ତୁ ମଙ୍ଗଳବାର ଓ ବୁଧବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାରଦ ପୁଣି ତଳମୁହାଁ ହେବ। ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।ରବିବାର ରାତି ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶାର ଆକାଶ ମେଘମୁକ୍ତ ରହିଥିଲା। ସୋମବାର ସକାଳ ସୁଦ୍ଧା ଉପକୂଳ ଓଡ଼ିଶା ବି ମେଘମୁକ୍ତ ହୋଇଯିବ। ଆକାଶ ମେଘମୁକ୍ତ ହେବା ପରେ ଶୀତ ପୁଣି ବଢ଼ିବ ବୋଲି ବୋଲି ସେ କହିଛନ୍ତି।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ। ଏହା ଶୀତ ବଢ଼ାଇବ।ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପ ଆସିଥିଲା। ଫଳରେ ଆକାଶକୁ ବାଦଲ ଖଣ୍ଡ ଘେରି ରହିଥିଲା। କିନ୍ତୁ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଟ୍ରଫଲାଇନ୍ ଏହି ବାଦଲ ଖଣ୍ଡକୁ ସମୁଦ୍ରକୁ ଠେଲି ନେଇଥିଲା।ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ଉତ୍ତର ଭାରତରେ ଜୀବନଯାତ୍ରାକୁ ଗୁରୁତର ଭାବରେ ବ୍ୟାହତ କରିଛି। ଜାନୁଆରୀ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ, ଛୁଟିକୁ ଜାନୁଆରୀ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଏଥିସହ ପଢ଼ନ୍ତୁ: କ୍ରିକେଟର ଶିଖର ଧାୱନ ପ୍ରେମିକାଙ୍କ ସହ କଲେ ନିର୍ବନ୍ଧ, ଇନଷ୍ଟାରେ ଭାଇରାଲ ପୋଷ୍ଟ
ତଥାପି, କିଛି ଅଞ୍ଚଳରେ ଅପଡେଟ୍ ଅଭାବରୁ ସ୍କୁଲ ବନ୍ଦ ନେଇ ଦ୍ୱନ୍ଦ୍ୱ ଜାରି ରହିଛି।ସେପଟେ ଆସନ୍ତା ୧୮ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତଥ୍ୟ ଅନୁଯାୟୀ, ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରହିଥିବାବେଳେ ଫୁଲବାଣୀରେ ୭ ଡିଗ୍ରୀ, ରାଉରକେଲା ୮ ଡିଗ୍ରୀ, ଝାରସୁଗୁଡା ୮.୩ ଡିଗ୍ରୀ, ନବରଙ୍ଗପୁର ୮.୫ ଡିଗ୍ରୀ ଓ କିରେଇରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
Related Topics
Explore more stories