Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଶାନ୍ତ ବାଂଲାଦେଶରେ ଗଲାଣି ୬୫୦ ଜୀବନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଅଶାନ୍ତ ବାଂଲାଦେଶରେ ଗଲାଣି ୬୫୦ ଜୀବନ

ଅର୍ଗସ ବ୍ୟୁରୋ : ଜାତିସଂଘ ମାନବାଧିକାର କାର୍ଯ୍ୟାଳୟର ଏ ରିପୋର୍ଟ ଅନୁସାରେ ଅଶାନ୍ତ ବାଂଲାଦେଶରେ ଜୁଲାଇ ୧୬ରୁ ଅଗଷ୍ଟ ୧୧ ମଧ୍ୟରେ ହିଂସାରେ ୬୫୦ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଏହା ସହ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନଙ୍କ ହତ୍ୟା କରିବା ସହ ସଂଖ୍ୟାଲଘୁଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଆଦି ପୋଡ଼ି ଦିଆଯାଉଛି।

ଅଧିକ ପଢନ୍ତୁ : ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସା ବିରୋଧରେ ଓଡ଼ିଶାରେ ତେଜୁଛି ଅସନ୍ତୋଷ

ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବହୁମାତ୍ରାରେ ବୃଦ୍ଧି ପାଇଛି। ମୃତକଙ୍କ ଭିତରେ ଆନ୍ଦୋଳନକାରୀ, ସେନାର ଯବାନ ମଧ୍ଯ ରହିଛନ୍ତି। ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣର ନିରପେକ୍ଷ ଯାଞ୍ଚ ଲାଗି ପରାମର୍ଶ ଦେଇଛି। ଅଗଷ୍ଟ ୫ରେ ଶେଖ୍ ହସିନାଙ୍କ ନେତୃତ୍ୱାଧୀନ ସରକାର ପତନ ହୋଇଛି। ଏହାପପରେ ୫୨ଟି ଜିଲ୍ଲାରେ ଅତି କମରେ ୫୦୦ଟି ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
650 lives have been lost in the troubled Bangladesh | Argus News