Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ନେପାଳରେ ୭ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ 

National

 ନେପାଳରେ ୭ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ 

Manini Pattanayak
Browse all articles by Manini Pattanayak
·1 year ago
 ନେପାଳରେ ୭ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ 

ନୂଆଦିଲ୍ଲୀ:  ନେପାଳରେ ୭ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ । ଭୂସ୍ଖଳନ ଯୋଗୁ ନଦୀରେ ଦୁଇଟି ବସ୍‌ ଖସି ପଡ଼ିବାରୁ ଏଥିରେ ଥିବା ୭ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଭୁସ୍ଖଳନ ଯୋଗୁଁ ଦୁଇଟି ବସ୍ ତ୍ରୀସୁଳି ନଦୀରେ ଭାସିଯାଇଛି। ବସରେ ୬୩ ଜଣ ଯାତ୍ରୀ ଥିଲେ । ଏବେ ସୁଦ୍ଧା ସେମାନଙ୍କର ପତ୍ତା ମିଳୁନି। ଚିତ୍ରୱାନ୍ ଜିଲ୍ଲାର ନାରାୟଣଘାଟ-ମଗଲିଂ ଅନ୍ତର୍ଗତ ସିମାଲ୍‌ଟଲ୍‌ ଅଞ୍ଚଳରେ ଭୂସ୍ଖଳନ ଘଟିଥିଲା ।

ଗତ କିଛି ଦିନ ହେବ ନେପାଳରେ ପ୍ରବଳ ବର୍ଷା ହେତୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଥିଲା ​​ଯେଉଁ କାରଣରୁ ହିମାଳୟ କ୍ଷେତ୍ରରେ ବିଭିନ୍ନ ରାସ୍ତା ଓ ରାଜପଥ ବନ୍ଦ ରହିଥିଲା। ପ୍ରବଳ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିବା ବେଳେ ଭୂସ୍ଖଳନରୁ ଆବର୍ଜନା ଯୋଗୁ ନାରାୟଣଘାଟ-ମଗଲିଙ୍ଗ ସଡକ ବିଭାଗରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7 Indians killed as tourist buses fall into swollen river after landslide in Nepal | Argus News