Bhubaneswar Road Accidents / ସାବଧାନ...ରାଜପଥରେ ଜଗିଛି ଯମ, ୬ ମାସରେ ଗଲାଣି ୧୩୦ ଜୀବନ
·59 mins ago·2 min read

Key Points
ବଢ଼ୁଛି ଦୁର୍ଘଟଣା, ଗଡ଼ୁଛି ମୁଣ୍ଡ
ରାଜପଥ ସାଜିଛି କି ମରଣ ପଥ ?
ବେପରୁଆ ଓ ନିଶାସକ୍ତ ଗାଡ଼ି ଚାଳନା ପାଇଁ ସ୍ଥିତି ଜଟିଳ

କମିସନରେଟ୍ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ସଡ଼କ ଦୁର୍ଘଟଣା । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ରାଜଧାନୀରେ ମାତ୍ର ୬ ମାସରେ ଘଟିଛି ୫୦୦ଟି ଦୁର୍ଘଟଣା । ଆଉ ଏଥିରେ ୧୩୦ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୩୭୧ ଜଣ ଗୁରୁତର ଆହତ ହୋଇଛନ୍ତି ।
ଦୁର୍ଘଟଣା ସଚେତନତା ପାଇଁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳୁଛନ୍ତି ସରକାର । ହେଲେ ରାଜଧାନୀରେ ସଡ଼କ ଦୁର୍ଘଟଣା କମିବା ବଦଳରେ ଦିନକୁ ଦିନ ବଢ଼ି ଚାଲିଛି । ଜାତୀୟ ରାଜପଥଠାରୁ ଆରମ୍ଭ କରି ସହରର ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ସ୍ଥିତି ଏବେ ଉଦ୍ବେଗଜନକ । ଦୁର୍ଘଟଣା ସହ ତାଳଦେଇ ମୃତ୍ୟୁହାର ମଧ୍ୟ ବଢ଼ୁଛି । ସରକାରୀ ତଥ୍ୟ ଅନୁସାରେ, ରାଜଧାନୀରେ ଗତ ୬ ମାସ ଭିତରେ ୫୦୦ଟି ଦୁର୍ଘଟଣାଜନିତ ମାମଲା ରୁଜୁ କରାଯାଇଛି । ଏହି ଦୁର୍ଘଟଣାରେ ୧୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭୧ ଜଣ ଗୁରୁତର ଆହତ ହୋଇଛନ୍ତି ।
ଭୁବନେଶ୍ବରରେ ଆକ୍ସିଡେଣ୍ଟର ହଟ୍ ସ୍ପଟ ପାଲଟିଛି ଇନ୍ଫୋଭ୍ୟାଲି, ଜଟଣୀ, ଖଣ୍ଡଗିରି, ମଞ୍ଚେଶ୍ବର ଓ ପାହାଳ । ଏହି ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ସ୍ଥିତି ଅତି ସାଂଘାତିକ । ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ସର୍ବାଧିକ ୨୯ଟି ଦୁର୍ଘଟଣା ମାମଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି ।
ସେହିପରି ଜଟଣୀରେ ୨୪ଟି ଦୁର୍ଘଟଣା ମାମଲାରେ ୧୫ ଜଣଙ୍କ ମୃତ୍ୟୁ ଓ ୧୪ ଜଣ ଗୁରୁତର ହୋଇଛନ୍ତି । ଖଣ୍ଡଗିରିରେ ୪୩ଟି ଦୁର୍ଘଟଣା ମାମଲାରେ ୧୩ ଜଣଙ୍କ ମୃତ୍ୟୁ ଓ ୨୭ ଜଣ ଗୁରୁତର ହୋଇଛନ୍ତି । ପାହାଳ ଥାନା ଅଧିନରେ ୩୧ଟି ଦୁର୍ଘଟଣା ହୋଇଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ଓ ୨୨ ଜଣ ଗୁରୁତର ହୋଇଛନ୍ତି ।
ସେହିଭଳି ମଞ୍ଚେଶ୍ଵର ଥାନା ଅଞ୍ଚଳରେ ୩୫ଟି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଓ ୨୮ ଜଣ ଗୁରୁତର ହୋଇଛନ୍ତି । ତୁଳନାତ୍ମକ ଭାବେ ୨୦୨୫ ଅପେକ୍ଷା ୨୦୨୬ରେ ଦୁର୍ଘଟଣା ହାର ୧୦.୭ ପ୍ରତିଶତ ଏବଂ ମୃତ୍ୟୁ ହାର ୧୦ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଏବେ କମିସନରେଟ୍ ପୋଲିସର ଚିନ୍ତା ବଢ଼ାଇ ଦେଇଛି ।

ଅଧିକ ପଢ଼ନ୍ତୁ: ପୋଲିସ୍ ବାବୁଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ଥାନାରେ EV ଚାର୍ଜିଂ ମନା...ନମାନିଲେ ହେବ ଆକ୍ସନ
ଭୁବନେଶ୍ବରରେ ଆକ୍ସିଡେଣ୍ଟର ହଟ୍ ସ୍ପଟ ପାଲଟିଛି ଇନ୍ଫୋଭ୍ୟାଲି, ଜଟଣୀ, ଖଣ୍ଡଗିରି, ମଞ୍ଚେଶ୍ବର ଓ ପାହାଳ । ଏହି ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ସ୍ଥିତି ଅତି ସାଂଘାତିକ । ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ସର୍ବାଧିକ ୨୯ଟି ଦୁର୍ଘଟଣା ମାମଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି ।
ସେହିପରି ଜଟଣୀରେ ୨୪ଟି ଦୁର୍ଘଟଣା ମାମଲାରେ ୧୫ ଜଣଙ୍କ ମୃତ୍ୟୁ ଓ ୧୪ ଜଣ ଗୁରୁତର ହୋଇଛନ୍ତି । ଖଣ୍ଡଗିରିରେ ୪୩ଟି ଦୁର୍ଘଟଣା ମାମଲାରେ ୧୩ ଜଣଙ୍କ ମୃତ୍ୟୁ ଓ ୨୭ ଜଣ ଗୁରୁତର ହୋଇଛନ୍ତି । ପାହାଳ ଥାନା ଅଧିନରେ ୩୧ଟି ଦୁର୍ଘଟଣା ହୋଇଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ଓ ୨୨ ଜଣ ଗୁରୁତର ହୋଇଛନ୍ତି ।
ସେହିଭଳି ମଞ୍ଚେଶ୍ଵର ଥାନା ଅଞ୍ଚଳରେ ୩୫ଟି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଓ ୨୮ ଜଣ ଗୁରୁତର ହୋଇଛନ୍ତି । ତୁଳନାତ୍ମକ ଭାବେ ୨୦୨୫ ଅପେକ୍ଷା ୨୦୨୬ରେ ଦୁର୍ଘଟଣା ହାର ୧୦.୭ ପ୍ରତିଶତ ଏବଂ ମୃତ୍ୟୁ ହାର ୧୦ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଏବେ କମିସନରେଟ୍ ପୋଲିସର ଚିନ୍ତା ବଢ଼ାଇ ଦେଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories