Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘରକୁ ଫେରିବାକୁ ଭିଡିଓ ମାଧ୍ୟମରେ ସରକାରଙ୍କୁ କଲେ ନିବେଦନ

National

ଘରକୁ ଫେରିବାକୁ ଭିଡିଓ ମାଧ୍ୟମରେ ସରକାରଙ୍କୁ କଲେ ନିବେଦନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଘରକୁ ଫେରିବାକୁ ଭିଡିଓ ମାଧ୍ୟମରେ ସରକାରଙ୍କୁ କଲେ ନିବେଦନ

ଅର୍ଗସ ବ୍ୟୁରୋ:  ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କଲେ ପୁରା ପରିବାର। ଘରେ ଓଳିଏ ଖାଇଲେ ଓଳିଏ ଓପାସ । ମୁଖ୍ୟମନ୍ତ୍ରୀଙ୍କ ଉପରେ ପୁରା ପରିବାର ରହିଛି ଆଶା ଭରସା । ମୁଖ୍ୟମନ୍ତ୍ରୀ ଶୁଣିଲେ ଆମ ପୁଅ ଫେରି ଆସିବ । ନିଜ ପରିବାର କୁ ଭଲ ରେ ପ୍ରତିପୋଷଣ କରିବା ଲାଗି  ଥାଇଲାଣ୍ଡ ର ଆଙ୍ଗଥଙ୍ଗ ଅଞ୍ଚଳର ସାନଭି ଭିନିୟର ପ୍ଲାଇବୋର୍ଡ କମ୍ପାନୀ କୁ କାମ କରିବାକୁ ଯାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ସିକୁଡି ଗାଁ ର ଦୁଇ ଭାଇ ଅମୀୟ ନାୟକ ଓ ଅଶୋକ ନାୟକ, ଶିଳପୋଖରୀ ଗାଁ ର ଦୀନବନ୍ଧୁ ପଳାଇଙ୍କ ପୁଅ ସଞ୍ଜୟ ପଳାଇ। ସେହି ଗାଁ ର ଶତ୍ରୁଘନ ପଳାଇ ଙ୍କ ପୁଅ ସଞ୍ଜୟ ପଳାଇ, ରାଜନଗର ବ୍ଲକ ର ପଞ୍ଚୁପଲ୍ଲୀ ଗାଁର ସନାତନ ରାଉତ, ଜଗନ୍ନାଥ ରାଉତ ଓ ପଟ୍ଟାମୁଣ୍ଡାଇ ବ୍ଲକର ଅଶୋକ ସେଥି ୬ ମାସ ତଳେ  କମ୍ପାନୀ ର ମ୍ୟାନେଜର ଦେବେନ୍ଦ୍ର ସିଂ ସହିତ ସାତ ଜଣ ଓଡ଼ିଆ ଶ୍ରମିକ ଓ ଦୁଇ ଜଣ ବିହାର ରାଜ୍ୟ ର ଶ୍ରମିକ ଭାବେ କାମ କରୁଥିଲେ  l

ତିନିମାସ ର ଟୁରିଷ୍ଟ ଭିଜା ରେ ଆମକୁ ନେଇ ଆସିଲେ ଓ କହିଥିଲେ ପହଁଚିଲା ପରେ ଭିଜା ବାର୍ଷିକୀୟ କରି ଦିଆଯିବ l ଆମେ ଆସି ଏଠାରେ କାମ କଲୁ, ହେଲେ ମାସେ ପରେ ଆମ କୁ କହି ଆଣିଥିଲେ ମାସ କୁ ତିରିଶ ହଜାର ଟଙ୍କା ସହିତ ଦୁଇ ହଜାର ଟଙ୍କା ଖର୍ଚ୍ଚ ହେଲେ ମାସେ ପରେ ୨ ୪ ହଜାର ଟଙ୍କା ଦେଲେ ଖର୍ଚ୍ଚ ନାହିଁ, ଆମେ ମାନେ କହିବାରୁ କହିଲେ ଆଗ ମାସ ଦିଆଯିବ l ହେଲେ ଏହି ଭଳି ଗଡ଼ାଇ ଚାଲିଲେ, ଆମର ଭିଜା ସରିଗଲା ପରେ ପୋଲିସ ଆସି ଆମକୁ ଖୋଜୁଛି ଆମେ ମାନେ ଭୟ ରେ ଜଙ୍ଗଲ ରେ ଲୁଚୁଛୁ ବୋଲି କହିଛନ୍ତି ଶ୍ରମିକମାନେ l ପୋଲିସ ଗଲା ପରେ ରୁମ କୁ ଆସୁଛୁ, ଭିଜା ବଢାଇବା କଥା କହିଲେ କମ୍ପାନୀ ପକ୍ଷରୁ କେହି ଶୁଣୁ ନାହାନ୍ତି l ଦୁଇ ମାସ ହେଲା ଆମ ଟଙ୍କା ପାଇ ନାହୁଁ l ଭୋକ ଉପାସ ରେ ରହୁଛୁ, କାମ ବନ୍ଦ କଲେ ପୋଲିସ ଲଗାଇ ଜେଲ ପଠାଇ ଦେବାକୁ ଧମକ ଦେଉଛି କମ୍ପାନୀ ମଲିକ l

ଆମ ପଖରେ ଭିଜା ନାହିଁ ଆମେ ମାନେ ଏଠି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛୁ ବୋଲି ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି ଶ୍ରମିକମାନେ l ଶିଳାପୋଖରୀ ଗାଁ ର ଦୀନବନ୍ଧୁ ପଳାଇ ଓ ସର୍ତୁଘନ ପଳାଇଙ୍କ  ପରିବାର ଏକଥା ପରିବାର ଲୋକମାନେ ଜାଣିବା ପରେ ପୁରା ପରିବାର ଭୋକ ଉପାସରେ ପୁଅ ମାନଙ୍କ ଫେରିବା ବାଟ କୁ ଚାହିଁ ରହିଛନ୍ତି  ପୁରା ପରିବାର l ବୁଢା ବାପା ମା ରୋଜ ଗାରିଆ ପୁଅ ର ଫଟୋକୁ ଧରି କାନ୍ଦି କାନ୍ଦି ପୁଅ ର ଫେରିବା ବାଟକୁ ଚାହିଁ ରହିଚିତ l ଏପଟେ ସ୍ୱାମୀର ଫୋନ ଆସୁନି, ଯାହା କଥା ହୋଇଥିଲା ଦୁଇମାସ ତଳେ, ସ୍ୱାମୀର ଫେରିବା ବାଟକୁ ଚାହିଁ ରହିଛି ପତ୍ନୀ l ପୁରା ପରିବାର ଏବେ ଭୋକ ଉପାସ ରେ lଏ ନେଇ ପରିବାର ପକ୍ଷରୁ ରାଜକନିକା ଥାନାରେ ଏତଲା ଦିଆଯାଇଛି l ଅନ୍ୟପଟେ ଭିଡିଓ ମାଧ୍ୟମ ରେ ଘରକୁ ଫେରିବାକୁ ଆକୁଳ ନିବେଦନ କରିଛନ୍ତି ଶ୍ରମିକ ମାନେ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Painting
Sponsored
7 odia workers are trapped in Thailand | Argus News