Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Woman Cheated / ରାଜଧାନୀରେ ମହିଳାଙ୍କୁ ସାଇବର ଠକଙ୍କ ଟାର୍ଗେଟ୍‌, ଗୋଟେ ମିନିଟ୍‌ରେ ଲୁଟୁଛନ୍ତି ପୁଳାପୁଳା ଟଙ୍କା

Banajyotshna Ray
Browse all articles by Banajyotshna Ray
·6 months ago·2 min read
ରାଜଧାନୀରେ ମହିଳାଙ୍କୁ ସାଇବର ଠକଙ୍କ ଟାର୍ଗେଟ୍‌, ଗୋଟେ ମିନିଟ୍‌ରେ ଲୁଟୁଛନ୍ତି ପୁଳାପୁଳା ଟଙ୍କା
Delhi Woman Cheated

Key Points

ଦିଲ୍ଲୀରେ ଆଉ ଏକ ବଡ଼ ସାଇବର ଠକେଇ
ମହିଳା ବ୍ୟବସାୟୀଙ୍କଠୁ ଲୁଟ
ପୋଲିସର ତଦନ୍ତ ଜାରି
ଦିଲ୍ଲୀରେ ଆଉ ଏକ ବଡ଼ ସାଇବର ଠକେଇ। ଜଣେ ମହିଳାଙ୍କଠୁ ଲୁଟି ନେଲେ ୭ କୋଟି। ଘଟଣା ଯାଇ ପହଞ୍ଚିଲା ପୋଲିସ ପାଖରେ। ଆଉ ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି। ତେବେ କେମିତି ହେଲା ଏତେ ବଡ଼ ଲୁଟ୍‌। ସାଇବର ଠକେଇ ମାମଲାରେ କାହିଁକି ପୋଲିସ ପଛରେ ପଡ଼ିଯାଉଛି ବୋଲି ସବୁଠି ପ୍ରଶ୍ନ। ଦିଲ୍ଲୀକୁ ସାଇବର ଠକଙ୍କ ହବ୍‌ ବୋଲି କୁହାଯାଉଛି। କାରଣ ଦିନକୁ ଦିନ ଦିଲ୍ଲୀରେ ଏହି ମାମଲା ଅଧିକ ମାତ୍ରାରେ ସାମ୍ନାକୁ ଆସୁଛି।ସାଇବର ଠକମାନେ ଦିଲ୍ଲୀର ଗ୍ରେଟର କୈଳାସ ଏବଂ ଜିକେ ଅଞ୍ଚଳରେ ରହୁଥିବା ବୃଦ୍ଧ କୋଟିପତିଙ୍କ ଉପରେ ନଜର ରଖିଛନ୍ତି। ଏହି ଠକମାନେ ବିଚ୍ଛିନ୍ନ କଲୋନୀରେ ରହୁଥିବା ବୃଦ୍ଧମାନଙ୍କୁ ସହଜରେ ଭୟଭୀତ କରୁଛନ୍ତି ଏବଂ ଠକେଇ କରୁଛନ୍ତି।

ପାଞ୍ଚ ଦିନ ପୂର୍ବରୁ ସିଆର ପାର୍କ ପୋଲିସ ଷ୍ଟେସନ ଅଞ୍ଚଳରେ ବିଦେଶ ଫେରନ୍ତା ଦମ୍ପତି ୧୮ ଦିନ ପାଇଁ ଡିଜିଟାଲ ଆରେଷ୍ଟ ହୋଇଥିଲେ । ସେମାନଙ୍କ ପାଖରୁ ୧୫ କୋଟି ଟଙ୍କା ଠକି ନେଇଥିଲେ ସାଇବର ଠକ। ଦମ୍ପତିଙ୍କ ପାଖରୁ ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ଏହି ଟଙ୍କା ଆଦାୟ କରିଥିଲେ ବଦମାସ୍ । ନିଜକୁ ପୋଲିସ ବୋଲି ପରିଚୟ ଦେଇ ସେମାନେ ବୟସ୍କମାନଙ୍କୁ ଭୟଭୀତ କଛନ୍ତି ଏବଂ ଡିଜିଟାଲ୍ ଆରେଷ୍ଟ ମାଧ୍ୟମରେ କୋଟି କୋଟି ଲୁଟି ନେଉଛନ୍ତି ।ପାଞ୍ଚ ଦିନ ମଧ୍ୟରେ ସେମାନେ ଏହି ଅଞ୍ଚଳରେ ଦୁଇଟି ବଡ଼ ଅପରାଧ ଘଟାଇଛନ୍ତି । ସାଇବର ଠକ ୨୨ କୋଟି ଟଙ୍କା ଠକେଇ କରିଛନ୍ତି । ଉଭୟ ମାମଲାରେ ଧାରା ପ୍ରାୟ ସମାନ। ସେମାନେ ପ୍ରଥମେ ଡିଜିଟାଲ ଆରେଷ୍ଟ କରି ବୟସ୍କ ଲୋକମାନଙ୍କୁ ମିଛ ମାମଲାରେ ଫସାଇ ଦେବାକୁ ଧମକ ଦେଉଛନ୍ତି । ଏହା ପରେ ସେମାନଙ୍କ ପାଖରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ।

ଏଥିସହ ପଢ଼ନ୍ତୁ: RBI ରେ ବମ୍ପର ନିଯୁକ୍ତି, ଦଶମ ପାସ୍‌ କରିଥିଲେ ମାସକୁ ଦରମା ୪୬ ହଜାର...

ଆଉ ଗୋଟିଏ ମାମଲା ଏବେ ସାମ୍ନାକୁ ଆସିଛି । ଗ୍ରେଟର କୈଳାସ ପାର୍ଟ-୧ରେ ରହୁଥିବା ଜଣେ ୭୦ ବର୍ଷୀୟା ମହିଳା ବ୍ୟବସାୟୀଙ୍କୁ ଡିଜିଟାଲ ଆରେଷ୍ଟ କରି ୭ କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଠକ । ପୀଡିତାଙ୍କ ଅଭିଯୋଗ ଆଧାରରେ ଜିକେ-୧ ପୋଲିସ ଷ୍ଟେସନ ଏକ ଏଫଆଇଆର ରୁଜୁ କରିଛି । ପୋଲିସ ଘଟଣାକୁ ଗୁରୁତର ସହକାରେ ନେଇ କିଭଳି ଭାବରେ ଆଗକୁ ଏଭଳି ସମସ୍ୟା ନଉପୁଜେ ସେନେଇ ତଦନ୍ତ ଜାରି ରଖିଛି। ସେପଯେ କିନ୍ତୁ ମହିଳା ଜଣଙ୍କଠାରୁ ୭ କୋଟି ଲୁଟଖ ହୋଇଥିବା ବେଳେ ମହିଳା ଜଣଙ୍କ ଚିନ୍ତାରେ ପଡ଼ିଯାଇଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Woman Cheated | Another major cyber fraud rocks Delhi as scammers dupe a woman businessperson of ₹7 crore | Argus News | Argus News