Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

National Film Award / ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଏହିମାନଙ୍କୁ ମିଳିଲା ଶ୍ରେଷ୍ଠ ପୁରସ୍କାର

Rashmita Mishra
Browse all articles by Rashmita Mishra
·9 months ago·1 min read
୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଏହିମାନଙ୍କୁ ମିଳିଲା ଶ୍ରେଷ୍ଠ ପୁରସ୍କାର

Key Points

ନୂଆଦିଲ୍ଲୀରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶାହରୁଖ ଖାନ୍ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା । 'ଯବାନ' ପାଇଁ ଶାହରୁଖ ଖାନ୍‌ ଓ 12th ଫେଲ୍ ପାଇଁ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା । 12th ଫେଲ୍ କୁ ଶ୍ରେଷ୍ଠ ପିଚର ଫିଲ୍ମ ଆୱାଡ ।

ସେହିପରି ରାଣୀ ମୁଖାର୍ଜୀଙ୍କୁ ମିଷ୍ଟ୍ରେସ ଚାଟାର୍ଜୀ ଭର୍ସେସ ନରୱେ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ପ୍ରଦାନ କରାଯାଇଛି । କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମୋହନଲାଲଙ୍କୁ ୨୦୨୩ ବର୍ଷ ପାଇଁ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ୉

ଦି କେରଳ ଷ୍ଟୋରୀ ପାଇଁ ସୁଦୀପ୍ତୋ ସେନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆଓ୍ବାର୍ଡ । ଓଡ଼ିଆ ଫିଲ୍ମ The Sea and the Seven Villagesକୁ ସମ୍ମାନ ମିଳିଛି। କାଦମ୍ବିନୀ ମିଡିଆ ବ୍ୟାନରରେ ନିର୍ମିତ ଓଡ଼ିଆ ଫିଲ୍ମ The Sea and the Seven Villages ଫିଲ୍ମର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କୁ ସମ୍ମାନ ।

'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ । ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା'ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି । ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ 'ପୁଷ୍କରା'ର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ସବ୍ୟସାଚୀ ମିଶ୍ର । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ । ରାଷ୍ଟ୍ରପତିଙ୍କ ସମେତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ ।


ଅଧିକ ପଢ଼ନ୍ତୁ ଭାରତ ଖବର ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
National Film Award | 71st National Film Awards: Complete Winners List of Top Honors | Argus News | Argus News