8 Maoists Surrender / ମାଓ ମୁକ୍ତ ଅଭିଯାନ: ବିଜାପୁରରେ ଆତ୍ମସମର୍ପଣ କଲେ ୮ ମାଓବାଦୀ
·1 hour ago·2 min read

Key Points
ମାଓ ମୁକ୍ତ ଅଭିଯାନର ଗୋଟିଏ ପାଦ
ବିଜାପୁରରେ ଆତ୍ମସମର୍ପଣ କଲେ ୮ ମାଓବାଦୀ
୫ ମହିଳାଙ୍କ ସମେତ ୮ ମାଓବାଦୀଙ୍କ ଆତ୍ମସମର୍ପଣ
ବିଜାପୁରରେ ଆତ୍ମସମର୍ପଣ କଲେ ୮ ମାଓବାଦୀ
୫ ମହିଳାଙ୍କ ସମେତ ୮ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୩୦/୦୭: ପଡ଼ୋଶୀ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଝାଡ଼ଖଣ୍ଡରେ ସକ୍ରିୟ ଥିବା ୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଓ ୩ଜଣ ପୁରୁଷ ରହିଛନ୍ତି। ସେମାନେ ହେଲେ ଅଶ୍ୱିନ ଓରଫ ଲଛୁ ରଙ୍ଗା ଓରଫ ଶୋହନଏବଂ ଡାବା ମାଡଭି ଓରଫ ରୋହିତ । ଏମାନେ ଡିଭିଜନାଲ କମିଟି ସଦସ୍ୟ ଭାବେ ସକ୍ରିୟ ଥିଲେ। ଏମାନଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା। ସେହିପରି ଫାଗନି ପୋୟାମ ଛଦ୍ମନାମ ରଜନୀ, ସୁରଜ ମୁନ୍ନି ଚମ୍ପିଆ, ହିଡମେ କାଦୁଟି ଛଦ୍ମନାମ ରୀତା ଏବଂ ବୁଦ୍ରି କୁଞ୍ଜାମ ଛଦ୍ମନାମ ଅନୁଷ୍କା ପ୍ରମୁଖ। ଏମାନଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଦଳର ସଦସ୍ୟା ସଲମୀ ଚମ୍ପିଆ ଛଦ୍ମନାମ ଜିଲାନିଙ୍କ ମୁଣ୍ଡରେ ମଧ୍ୟ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ଆତ୍ମସମର୍ପଣକାରୀମାନେ ବିଜାପୁର, ନାରାୟଣପୁର ଏବଂ ସୁକମା ଜିଲ୍ଲାର ବାସିନ୍ଦା ବୋଲି ବିଜାପୁର ଏସ୍ପି ଉମେଶପ୍ରସାଦ ଗୁପ୍ତା ସୂଚନା ଦେଇଛନ୍ତି। ଏସ୍ପି ଗୁପ୍ତାଙ୍କ ସୂଚନା ଅନୁଯୟୀ, ବିଜାପୁର ପୁଲିସ୍ ଏବଂ କେନ୍ଦ୍ରୀୟ ରିଜର୍ଭପୁଲିସ୍ ବାହିନୀ (ସିଆର୍ପିଏଫ୍)ର ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଉପରୋକ୍ତ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। କ୍ୟାଡରମାନେ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇଥିଲେ। ସେମାନେ ସୁରକ୍ଷା ବାହିନୀର ବଦ୍ଧିତ ପ୍ରଭାବ, ନିଷିଦ୍ଧ ସଂଗଠନର ଦୁର୍ବଳ ସ୍ଥିତି, ହିଂସାତ୍ମକ ଏବଂ ଜନବିରୋଧୀ ଚିନ୍ତାଧାରା ପ୍ରତି ବିମୁଖ ହୋଇଥିଲେ।
ପଢନ୍ତୁ ଏହି ଖବର: ମାଟି ତଳେ କୋଟିଏ ଟଙ୍କା ପୋତିଥିଲେ ମାଓବାଦୀ ,ମାଓ ଡମ୍ପରୁ AK 47, ଇନସାସ ସହ ବିପୁଳ ଗୁଳିଗୋଳା ଜବତ
ପୂର୍ବତନ ମାଓବାଦୀଙ୍କ ସଫଳ ପୁନର୍ବାସ ଏବଂ ଆଦିବାସୀ ଅଞ୍ଚଳରେ ଦ୍ରୁତ ବିକାଶ ପାଇଁ ହିଂସାର ପଥ ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନେ ଦୀର୍ଘ ବର୍ଷ ଧରି ସିପିଆଇ( ମାଓବାଦୀ) ସହିତ ଜଡ଼ିତ ଥିଲେ। ପଡ଼ୋଶୀ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିଲେ। ରାଜ୍ୟ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅନୁସାରେ ସେମାନଙ୍କୁ ଆର୍ଥିକ ସହାୟତା, ଦକ୍ଷତା ବିକାଶ ତାଲିମ, ଗୃହ, ଶିକ୍ଷା ଏବଂ ନିଯୁକ୍ତି ସମ୍ବନ୍ଧୀୟ ସୁବିଧା ପ୍ରଦାନ କରାଯିବ ବୋଲି ଏସ୍ପି ଶ୍ରୀ ଗୁପ୍ତା କହିଛନ୍ତି।
ସେପଟେ ଗତ ୨୮ ତାରିଖରେ ଝାଡ଼ଖଣ୍ଡ ପୋଲିସକୁ ନକ୍ସଲ ବିରୋଧୀ ଅଭିଯାନ ବେଳେ ବଡ଼ ସଫଳତା ମିଳିଥିଲା ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା ୨୪ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ୨୮ ତାରିଖ ରାତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ଶେଷ ପଲିଟବ୍ୟୁରୋ ସଦସ୍ୟ ମିସିର ବେସରା ଗିରଫ ହୋଇଥିଲେ। ବେସରାଙ୍କ ଉପରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଥିଲା। ବେସରାଙ୍କୁ ଝାଡ଼ଖଣ୍ଡରେ ତାଙ୍କର ଚାରି ସହଯୋଗୀଙ୍କ ସହିତ ଗିରଫ କରାଯାଇଥିଲା। ବେସରା ସମେତ ଅନ୍ୟ ମାଓବାଦୀଙ୍କୁ ଧାନବାଦ-ଗିରିଡିହ ସୀମାରୁ ଏକ ଟାଟା ମାଜିକ ଗାଡ଼ିରୁ ଗିରଫ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories