Fishing Turns Fatal / ନିଜେ ଶିକାର ହୋଇଗଲା ଶିକାରୀ; ମାଛ ଜାଲରେ ଫସି ଛଟପଟ ହୋଇ ବୁଜିଲେ ଆଖି
·1 hour ago·2 min read

Key Points
ମାଛ ମାରିବା ପାଇଁ ପକାଉଥିବା ଜାଲରେ ପଡ଼ି ମତ୍ସ୍ୟଜୀବୀ ଜୀବନ ହାରିଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଝାଡ଼ଖଣ୍ଡର ଗଡ଼ବା ଜିଲ୍ଲାରେ ।
ରାଞ୍ଚି: ଡଙ୍ଗାରେ ବସି ଡ୍ୟାମ୍ରୁ ମାଛ ଧରୁଥିଲେ । ମାଛ ଧରିବା ପାଇଁ ଜାଲ ପକାଇ ଚାଲିଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ମାଛ ମାରିବା ପାଇଁ ପକାଉଥିବା ଜାଲରେ ପଡ଼ି ମତ୍ସ୍ୟଜୀବୀ ଜୀବନ ହାରିଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଝାଡ଼ଖଣ୍ଡର ଗଡ଼ବା ଜିଲ୍ଲାରେ ।
ବିଶ୍ରାମପୁରର ଝୁମେଲବାରେ ରହୁଥିବା ସୁରେଶ ସିଂହଙ୍କ ମୃତ୍ୟୁ ଡ୍ୟାମ୍ରେ ବୁଡ଼ି ଯାଇ ହୋଇଛି । ସୂଚନା ଅନୁସାରେ, ସୁରେଶ ଜାଲ୍ ଧରି ମାଛ ମାରୁଥିବା ବେଳେ ଉକ୍ତ ଜାଲରେ ନିଜେ ଫସିଯାଇଥିଲେ । ଚେଷ୍ଟା ସତ୍ତ୍ଵେ ପାଣିାରୁ ବାହାରି ପାରି ନଥିଲେ ସୁରେଶ ।
ଏଥିସହ ପଢ଼ନ୍ତୁ: 'ଭ୍ୟାକ୍ସିନ୍ ନେବା ପରେ ସଂକୁଚିତ ହେଉଥିଲା ଗୁପ୍ତାଙ୍ଗ'; ମିଛ ଗୁଜବରୁ ହିଂସା, ସ୍ଵାସ୍ଥ୍ୟକର୍ମୀଙ୍କ ସହ ୧୭ ମୃତ
ପ୍ରତ୍ୟକ୍ଷଦର୍ଶୀ ଓ ପରିବାରବର୍ଗଙ୍କ ଅନୁସାରେ, ଶନିବାର ମାଛ ଧରିବା ଲାଗି ସୁରେଶ ଘରୁ ବାହାରି ଝୁମେଲବା ଡ୍ୟାମ୍କୁ ଯାଇଥିଲେ । ମାଛ ମାରିବା ଲାଗି ଜାଲ ଫିଙ୍ଗିଥିଲେ । ହେଲେ ଟାଣିବା ବେଳେ ପାଣିରେ ଜାଲ ଫସି ରହି ଯାଇଥିଲା । ଆଉ ଜାଲକୁ ବାହାର କରିବା ଲାଗି ସୁରେଶ ଗଭୀର ପାଣିକୁ ଡେଇଁଥିଲେ ।
ଜାଲରେ ଫସିଗଲା ଗୋଡ଼
ତେବେ ଦୁର୍ଭାଗ୍ୟକୁ ସୁରେଶଙ୍କ ଗୋଡ଼ ସେ ଫିଙ୍ଗିଥିବା ଜାଲରେ ଫସି ଯାଇଥିଲା । ଜାଲରୁ ମୁକୁଳିବାକୁ ସୁରେଶ ଅନେକ ପ୍ରୟାସ କରିଥିଲେ । ହେଲେ ଜାଲରୁ ବାହାରି ପାରି ନଥିଲେ । ଆଉ ଶେଷରେ ପାଣି ଭିତରେ ଛଟପଟ ହୋଇ ସୁରେଶଙ୍କ ମୃତ୍ୟୁ ହୋଇଛି ।
ଏଥିସହ ପଢ଼ନ୍ତୁ: ଉତ୍ତର କୋରିଆର ନୂଆ ସମ୍ଵିଧାନ; ସେନା କରିବ ଅଟୋମେଟିକ୍ ପରମାଣୁ ଆକ୍ରମଣ, ଯଦି...
ତେବେ ସୁରେଶଙ୍କ ସହ ଗାଁର ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ମାଛ ମାରିବାକୁ ଯାଇଥିଲେ । ସୁରେଶ ଦୀର୍ଘ ସମୟ ଧରି ପାଣିରୁ ନ ବାହାରିବା ପରେ ସେହି ବ୍ୟକ୍ତି ଜଣଙ୍କ ଗାଁ ଲୋକଙ୍କୁ ସୂଚନା ଦେଇଥିଲେ । ଏହାପରେ ଏନଡିଆରଏଫ୍ର ସହାୟତା ନିଆଯାଇଥିଲା । ଗଭୀର ପାଣିରୁ ମୃତଦେହକୁ ଏନଡିଆରଏଫ୍ ଉଦ୍ଧାର କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories