Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଘର ସିଲିଂରୁ ବାହାରିଲା ୮୦ କେଜିର ଅଜଗର ସାପ , ଭାଇରାଲ ହେଲା ଭିଡିଓ

National

ଘର ସିଲିଂରୁ ବାହାରିଲା ୮୦ କେଜିର ଅଜଗର ସାପ , ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଘର ସିଲିଂରୁ ବାହାରିଲା ୮୦ କେଜିର ଅଜଗର ସାପ , ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ଘର ସିଲିଂରୁ ବାହାରିଲା ୮୦ କେଜିର ଅଜଗର ସାପ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛଇ । ହଠାତ ସିଲିଂ ଫାଟି ସାପ ତାଙ୍କ ସୋଫା ଉପରେ ପଡିଥିଲା । ଯାହାକୁ ହଠାତ ଦେଖି ଭୟ କରିଥିଲେ ପରିବାର । ଏପରି ଘଟଣା ଦେଖିବାକୁ ମିଳିଛି ମାଲେସିଆର କାମୁଣ୍ଟିଙ୍ଗ ସହରରେ । 

ପରିବାର ଲୋକ ବସିଥିବା ବେଳେ ୮୦ କେଜି ଓଜନର ୫ ମିଟରରୁ ଅଧିକ ଲମ୍ବର ଏକ ଅଜଗର ସାପ ସିଲିଂ ଭିତରୁ ବାହାରିଥିଲା । ଏହି ସମୟରେ ପରିବାର ଲୋକ ଭୟରେ ସାଙ୍ଗେସାଙ୍ଗେ ଜିଲ୍ଲା ସିଭିଲ୍ ଡିଫେନ୍ସ ଫୋର୍ସକୁ ଫୋନ କରିଥିଲେ ।

ସୂଚନା ମୁତାବକ ଏହି ସାପ ପାଖରେ ଥିବା ଖଜୁରୀ ବଣରୁ ଆସିଛି । ଏହି ଘଟଣା ୨୨ ନଭେମ୍ବର ସନ୍ଧ୍ୟା ୮ଟା ବେଳେ ହୋଇଥିବା ସୂଚନା ମିଳିଛି । ତେବେ ୭ ଜଣ ସିଭିଲ ଡିଫୋନ୍ସ ଫୋର୍ସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପକୁ ଆୟତ୍ତ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
80 kg python came out from the ceiling of the house, the video went viral | Argus News