Videos
|
National

8th Pay Commission / ଦରମା ଓ ପୁରୁଣା ପେନସନ୍‌କୁ ନେଇ ଆସିଲା ବଡ଼ ଅପଟେଡ୍; ଜାଣନ୍ତୁ ଅଷ୍ଟମ ବେତନ କମିଶନ ଲାଗୁ ହେଲେ କେବେଠୁ ମିଳିବ ବକେୟା

Sushanta Sahoo
Browse all articles by Sushanta Sahoo
·54 mins ago·2 min read
ଦରମା ଓ ପୁରୁଣା ପେନସନ୍‌କୁ ନେଇ ଆସିଲା ବଡ଼ ଅପଟେଡ୍; ଜାଣନ୍ତୁ ଅଷ୍ଟମ ବେତନ କମିଶନ ଲାଗୁ ହେଲେ କେବେଠୁ ମିଳିବ ବକେୟା
5 Big Demands of Government Employees

Key Points

ଅଷ୍ଟମ ବେତନ କମିଶନର ଗଠନ ଓ ସୁପାରିସ୍ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ଅଷ୍ଟମ ବେତନ କମିଶନଙ୍କ ସୁପାରିସ୍ ଲାଗୁ ଯେତିକି ବିଳମ୍ବ ହେବ । କର୍ମଚାରୀଙ୍କୁ ସେତିକି ଅଧିକ ବକେୟା ମିଳିବ ।
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ମଧ୍ୟରେ ବର୍ତ୍ତମାନ ଅଷ୍ଟମ ବେତନ କମିଶନଙ୍କୁ ନେଇ ସର୍ବାଧିକ ଚର୍ଚ୍ଚା ହେଉଛି । ଯଦିଓ ଆୟୋଗଙ୍କ ସୁପାରିସ୍ ଲାଗୁ ପାଇଁ ଟିକିଏ ସମୟ ଲାଗିବ, ତଥାପି କର୍ମଚାରୀଙ୍କ ଦରମା, ଭତ୍ତା ଓ ପେନସନଙ୍କୁ ନେଇ ଉତ୍ସାହ ରହିଛି ।

ସବୁଠୁ ବଡ଼ ଆଶ୍ଵସ୍ତିର କଥା ହେଉଛି- ଅଷ୍ଟମ ବେତନ କମିଶନଙ୍କ ସୁପାରିସ୍ ଲାଗୁ ଯେତିକି ବିଳମ୍ବ ହେବ । କର୍ମଚାରୀଙ୍କୁ ସେତିକି ଅଧିକ ବକେୟା (Arrears) ମିଳିବ । ଆସନ୍ତୁ ଜାଣିବା ଅଷ୍ଟମ ବେତନ କମିଶନରେ ସରକାରୀ କର୍ମଚାରୀଙ୍କ ସବୁଠୁ ବଡ଼ ୫ଟି ଦାବି କ'ଣ କ'ଣ ରହିଛି ?

ବକେୟା ବାବଦକୁ କେତେ ମିଳିବ ?

ଅଷ୍ଟମ ବେତନ କମିଶନର ଗଠନ ଓ ସୁପାରିସ୍ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ଯଦି ସରକାର ୨୦୨୭ ଶେଷ ସୁଦ୍ଧା ସୁପାରିସ୍‌କୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରନ୍ତି, ତାହେଲେ କର୍ମଚାରୀଙ୍କୁ ଓ ପେନସନଭୋଗୀଙ୍କୁ ୨୦୨୬ ଜାନୁଆରୀରୁ ନେଇ ଲାଗୁ ହେବା ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବକେୟା ମିଳିବ । ଏହା ଏକକାଳୀନ କିମ୍ବା କିସ୍ତି ଅନୁସାରେ ମିଳିପାରେ ।

ଏଥିସହ ପଢ଼ନ୍ତୁ: କ୍ଷୀର ପରେ ଚାଷୀଙ୍କୁ ଆତ୍ମନିର୍ଭର କରିବ ଗୋ-ମୂତ୍ର; ଲିଟର ପିଛା ୧୦ ଟଙ୍କା ଦେଇ କିଣିବେ ସରକାର 

ଅଷ୍ଟମ ବେତନ କମିଶନରେ ୫ ବଡ଼ ଦାବି

୧) ସର୍ବନିମ୍ନ ମୂଳ ଦରମା ବୃଦ୍ଧି
କର୍ମଚାରୀଙ୍କ ଦାବି ହେଉଛି ସେମାନଙ୍କ ବର୍ତ୍ତମାନର ମୂଳ ଦରମା ଯାହା ୧୮ ହଜାର ରହିଛି । ତାହାକୁ ବୃଦ୍ଧି କରାଯାଇ ୨୬ ହଜାରରୁ ୩୪ ହଜାର କରିବାକୁ ଦାବି ହେଉଛି ।

୨) ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି

ଦରମା ବୃଦ୍ଧିରେ ଫିଟମେଣ୍ଟ ଫ୍ୟାକ୍ଟରର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ତେଣୁ କର୍ମଚାରୀ ଚାହୁଁଛନ୍ତି ଫିଟମେଣ୍ଟ ଫ୍ଯାକ୍ଟରକୁ ୨.୫୭ରୁ ୩.୦୦ କିମ୍ବା ୩.୬୮ କରାଯାଉ । ଏଭଳି ହେଲେ ବେସିକ୍ ପେ ଅନେକ ପରିମାଣରେ ବୃଦ୍ଧି ପାଇବ ।

୩) ପୁରୁଣା ପେନସନ୍ ଯୋଜନା ଲାଗୁ
ଏନପିଏସ୍ (NPS) ଓ ୟପୁଏସ୍ ବିକଳ୍ପ ମଧ୍ୟରେ କର୍ମଚାରୀଙ୍କ ସବୁଠୁ ବ଼ଡ଼ ଦାବି ହେଲା ପୁରୁଣା ପେନସନ୍ ସ୍କିମ୍ ପୁଣି ଥରେ ଲାଗୁ କରିବା । ଯେଭଳି ଅବସର ପରେ ସୁରକ୍ଷିତ ଓ ନିଶ୍ଚିତ ପେନସନ୍ ମିଳିବ ।

୪) ପ୍ରତିବର୍ଷ ୬ ପ୍ରତିଶତ ଦରମା ବୃଦ୍ଧି
ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ଦରମା ବାର୍ଷିକ ୩ ପ୍ରତିଶତ ବୃଦ୍ଧି ପାଉଛି । କର୍ମଚାରୀ ସଂଗଠନର ଦାବି ହେଲା- ଦରଦାମ ବୃଦ୍ଧିରୁ ମୁକ୍ତି ପାଇଁ ମୂଳ ଦରମା ଅତି କମ୍‌ରେ ୬ ପ୍ରତିଶତ ବୃଦ୍ଧିର ବ୍ୟବସ୍ଥା କରାଯାଉ ।

୫) HRA ଓ ଅନ୍ୟ ଭତ୍ତା ବୃଦ୍ଧି
ହାଉସ୍ ରେଣ୍ଟ ଆଲାଉନ୍ସ (HRA), ଟ୍ରାଭେଲ୍ ଆଲାଉନ୍ସ (TA) ଓ ମେଡିକାଲ୍ ଭତ୍ତା ଆଦିର ସମୀକ୍ଷା କରି ତାହାକୁ ସହର ଅନୁଯାୟୀ ଖର୍ଚ୍ଚ ହିସାବରେ ବୃଦ୍ଧି କରାଯାଉ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: