Cow Urine for Rs 10 Per Litre / କ୍ଷୀର ପରେ ଚାଷୀଙ୍କୁ ଆତ୍ମନିର୍ଭର କରିବ ଗୋ-ମୂତ୍ର; ଲିଟର ପିଛା ୧୦ ଟଙ୍କା ଦେଇ କିଣିବେ ସରକାର
·1 hour ago·2 min read

Key Points
ଗୋ-ମୂତ୍ର ଲିଟର ପିଛା ସରକାର ୧୦ ଟଙ୍କା ଦେବେ । ପ୍ରତିଦିନ ୧୫ ଗାଁରୁ ୫୦୦ ଲିଟର ଗୋ-ମୂତ୍ର ଏକାଠି କରାଯିବ । ଯାହାକି ୩୦୦ରୁ ଅଧିକ ମହିଳାଙ୍କୁ ରୋଜଗାର ଦେବ ।
ଲକ୍ଷ୍ନୌ: ଚାଷୀଙ୍କ ଠାରୁ ଗୋ-ମୂତ୍ର କିଣିବେ ସରକାର । ସେଥିରୁ ପ୍ରସ୍ତୁତ ହେବ ଔଷଧ । ଏନେଇ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଗୋ-ମୂତ୍ର ଲିଟର ପିଛା ସରକାର ୧୦ ଟଙ୍କା ଦେବେ । ପ୍ରତିଦିନ ୧୫ ଗାଁରୁ ୫୦୦ ଲିଟର ଗୋ-ମୂତ୍ର ଏକାଠି କରାଯିବ । ଯାହାକି ୩୦୦ରୁ ଅଧିକ ମହିଳାଙ୍କୁ ରୋଜଗାର ଦେବ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ୟମରେ ଗୋରୁ ସଂରକ୍ଷଣ, ଜୈବିକ ଚାଷ ଓ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବାକୁ ଏଫ୍ପିଓ ଜରିଆରେ ଗୋ-ମୂତ୍ର କିଣାଯିବ । ବୁଲନ୍ଦସହରରୁ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଏହା ସଫଳ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ଅଞ୍ଚଳରେ ଶୀଘ୍ର ଲାଗୁ କରାଯିବ ।
ଏଥିସହ ପଢ଼ନ୍ତୁ: ପାର୍ବଣ ସମୟରେ ମହଙ୍ଗା ହୋଇଉଠୁଛି ଚିନି; ସ୍ଥିତି ନିୟନ୍ତ୍ରଣ ପାଇଁ କେଉଁ ପଦକ୍ଷେପ ନେଉଛନ୍ତି ସରକାର?
୧୫ ଗାଁରୁ ଗୋ-ମୂତ୍ର ସଂଗ୍ରହ ଆରମ୍ଭ
ବୁଲନ୍ଦସହରର ସ୍ୟାନା ତହସିଲ୍ ଅନ୍ତର୍ଗତ ନରସୈନା ଗାଁର ଡ. ପ୍ରବୀଣଙ୍କ ନେତୃତ୍ଵରେ କୃଷି ଉତ୍ପାଦ ସଂଗଠନ (FPO) ଏହି ଉଦ୍ୟମ ଆରମ୍ଭ କରିଛି । ଯାହା ଜରିଆରେ ନିକଟସ୍ଥ ୧୫ ଗାଁକୁ ଯୋଡ଼ି ଗୋ-ମୂତ୍ର ଡାରୀ ଓ ସ୍ଥାନୀୟ କେନ୍ଦ୍ର ନିର୍ମାଣ ହେବ । ଏହି ବ୍ୟବସ୍ଥାରେ ବର୍ତ୍ତମାନ ଦୈନିକ ପ୍ରାୟ ୫୦୦ ଲିଟର ଗୋ-ମୂତ୍ର ସଂଗ୍ରହ ହେବ । ଆଗାମୀ ଦିନରେ ଗୋ-ମୂତ୍ର ଲିଟର ପିଛା ୨୦ ଟଙ୍କା ଚାଷୀଙ୍କୁ ଦେବାକୁ ଯୋଜନା କରୁଛନ୍ତି ସରକାର ।
ଗାଁରେ ରଖାଯିବ ୨୦୦ ଲିଟରର ଟ୍ୟାଙ୍କର
ସହଜରେ ଗୋ-ମୂତ୍ର ଏକାଠି କରିବା ପାଇଁ ଗାଁରେ ୨୦୦ ଲିଟର କ୍ଷମତା ବିଶିଷ୍ଟ ସ୍ଵତନ୍ତ୍ର ଟ୍ୟାଙ୍କର ରଖାଯିବ । ଫଳରେ ଚାଷୀ ଗୋ-ମୂତ୍ର ବିକ୍ରି ଲାଗି ଦୂରକୁ ଯିବେ ନାହିଁ । ବରଂ ଗାଁରେ ରହି ଗୋ-ମୂତ୍ର ଦେଇ ପାରିବେ । ସ୍ଥାନୀୟ ସ୍ତରରେ ଏହି ବ୍ୟବସ୍ଥା ଦ୍ଵାରା ଗ୍ରାମୀଣ ଓ ବିଶେଷକରି ମହିଳାଙ୍କୁ ଏଥିରେ ସାମିଲ୍ କରିବା ସହଜ ହେବ ।
ଏହି ପ୍ରକଳ୍ପରେ ସରକାର ଗ୍ରାମୀଣ ମହିଳାଙ୍କୁ ଗୁରୁତ୍ଵ ଦେଉଛନ୍ତି । ପ୍ରାୟ ୩୦୦ ମହିଳାଙ୍କୁ ଏଥିରେ ଯୋଡ଼ି ଅଂଶୀଦାର କରାଯିବ । ଗୋ-ମୂତ୍ର ସଂଗ୍ରହରେ ସହଯୋଗ କରୁଥିବା ମହିଳାଙ୍କୁ ପ୍ରତି ଲିଟର କମିଶନ ମଳିବ ।
ଏଥିସହ ପଢ଼ନ୍ତୁ: ଅନ୍ତର୍ଜାତି ବିବାହ କଲେ ସରକାର ଦେଉଛନ୍ତି ୫ ଲକ୍ଷ ପର୍ଯ୍ୟନ୍ତ ସହାୟତା, ଜାଣନ୍ତୁ କେମିତି କରିବେ ଆବେଦନ ?
ସଂଗୃହୀତ ଗୋ-ମୂତ୍ରରେ ବିଭିନ୍ନ ଜଡ଼ିବୁଟି ମିଶାଇ ଚାଷ ଉପଯୋୀ ଓ ରସାୟନ ମୁକ୍ତ ଔଷଧ ପ୍ରସ୍ତୁତ ହେବ । ପ୍ରସ୍ତୁତ ଉତ୍ପାଦକୁ ସମିତି ମାଧ୍ୟମରେ କୃଷକଙ୍କ ନିକଟରେ ପହଞ୍ଚାଯିବ । ଏହି ମଡେଲ୍ ଚାଷୀଙ୍କୁ ରୋଜଗାର ସହ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବ । ପାଇଲଟ୍ ପ୍ରକଳ୍ପ ସଫଳ ହେଲେ ସମଗ୍ର ଉତ୍ତରପ୍ରଦେଶରେ ଏହି ଯୋଜନା ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories