20 Months Arrear / ଆସିଲା ଖୁସି ଖବର; ବକେୟା ଭାବେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ୧୭ ଲକ୍ଷରୁ ଅଧିକ ଟଙ୍କା
·1 hour ago·2 min read

Key Points
ବେତନ କମିଶନଙ୍କ ସୁପାରିସ୍କୁ ସରକାର ପିଛିଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ କରି ପାରନ୍ତି । ଏଭଳି ହେଲେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୨୦ ମାସର ବକେୟା ମିଳିବ ।
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗଠିତ ଅଷ୍ଟମ ବେତନ କମିଶନ ସରକାରଙ୍କୁ ସୁପାରିସ୍ ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ କମିଶନ କେବଳ ଦେଶର ଭିନ୍ନ ଭିନ୍ନ ସହରରେ ବୈଠକ କରୁ ନାହାନ୍ତି ବରଂ କର୍ମଚାରୀ ସଂଗଠନ, ଭତ୍ତା ହିତାଧିକାରୀ ଓ ଅନ୍ୟ ହିତାଧିକାରୀଙ୍କ ଠାରୁ ପରାମର୍ଶ ଗ୍ରହଣ କରୁଛନ୍ତି ।
ଏହାରି ଭିତରେ ନୂଆ ବେତନ କମିଶନରେ ଦରମା ଓ ବକେୟାକୁ ନେଇ କ୍ୟାଲୁକଲେସନ୍ ଚାଲିଛି । ଆସନ୍ତୁ ଜାଣିବା କେନ୍ଦ୍ରର କେଉଁ କର୍ମଚାରୀଙ୍କୁ କେତେ ଦରମା ଏବଂ ବକେୟା ମିଳିପାରେ ।
ଏଥିସହ ପଢ଼ନ୍ତୁ: ଦେଶରେ ସରୁଛି କାଗଜ ନୋଟର ଯୁଗ; କେଉଁ ଦେଶ ପ୍ରଥମେ ଆଣିଥିଲା ପ୍ଲାଷ୍ଟିକ୍ ନୋଟ୍ ?
ମିଳିବ ୨୦ ମାସର ବକେୟା ?
ସୁପାରିସ୍ ପ୍ରଦାନ ପାଇଁ ଅଷ୍ଟମ ବେତନ କମିଶନଙ୍କୁ ସରକାର ୧୮ ମାସ ସମୟ ଦେଇଥିଲେ । ଯେଉଁ ଅବଧି ୨୦୨୭ର ପ୍ରଥମାର୍ଦ୍ଧରେ ସରିଯିବ । ତେବେ, ବର୍ତ୍ତମାନ ଯେଉଁ ଗତିରେ କାମ ଚାଲିଛି, ଲାଗୁଛି ସୁପାରିସ୍ ପ୍ରଦାନରେ ୨ ମାସ ପର୍ଯ୍ୟନ୍ତ ବିଳମ୍ବ ହୋଇପାରେ ।
ସେଭଳି ହେଲେ କମିଶନ, ସରକାରଙ୍କୁ ୨୦୨୭ ଅଗଷ୍ଟ ସୁଦ୍ଧା ସୁପାରିସ୍ ପ୍ରଦାନ କରିବା ନେଇ ଅନୁମାନ କରାଯାଉଛି । କୁହାଯାଉଛି ଯେ, ବେତନ କମିଶନଙ୍କ ସୁପାରିସ୍କୁ ସରକାର ପିଛିଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ କରି ପାରନ୍ତି । ଏଭଳି ହେଲେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୨୦ ମାସର ବକେୟା ମିଳିବ ।
ସାଧାରଣତଃ ନୂଆ ବେତନ କମିଶନ ଲାଗୁଠାରୁ ବକେୟା ପ୍ରଦାନ କରାଯାଇଥାଏ । ସଂଶୋଧିତ ବେତନ ଲାଗୁ କରିବାରେ ପ୍ରାୟ ୨୦ ମାସ ବିଳମ୍ବ ହୋଇପାରେ । କର୍ମଚାରୀଙ୍କୁ ସେମାନଙ୍କ ବର୍ତ୍ତମାନର ମୂଳ ଦରମା ଏବଂ ନୂଆ ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ସଂଶୋଧିତ ମୂଳ ବେତନ ମଧ୍ୟରେ ଥିବା ବ୍ଯବଧାନ ଆଧାରରେ ବକେୟା ମିଳିପାରେ ।
ଜୁନ୍ ୧୫ ପର୍ଯ୍ୟନ୍ତ ଦେଇପାରିବେ ପରାମର୍ଶ
ଅଷ୍ଟମ ବେତନ କମିଶନଙ୍କ ୱେବସାଇଟ୍ ଅନୁସାରେ, କେନ୍ଦ୍ରୀୟ କର୍ମଚାରୀ ଓ ହିତାଧିକାରୀଙ୍କ ଠାରୁ ପରାମର୍ଶ ମାଗିଛନ୍ତି । ଗତ ମାର୍ଚ୍ଚ ମାସରୁ ବିଧିବଦ୍ଧ ଭାବେ ଦାବି ପତ୍ର ଜମା କରିବା ପ୍ରକ୍ରିୟା ଆରମ୍ଭ ପରେ ଜୁନ୍ ୧୫ ପର୍ଯ୍ୟନ୍ତ ପରାମର୍ଶ ମାଗିଛନ୍ତି କମିଶନ ।
ଯାହା ଜମା ପ୍ରକ୍ରିୟା ୨୦୨୬ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିଲା , ପୂର୍ବରୁ ଏହାର ସମୟ ସୀମା ଏପ୍ରିଲ୍ ୩୦ ପରେ ମେ ୩୧ ନିର୍ଦ୍ଧାରଣ କରା ଯାଇଥିଲା । ଅଷ୍ଟମ ବେତନ କମିଶନ ଲାଗୁ ହେବା ଦ୍ଵାରା କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସନଧାରୀ ଉପକୃତ ହେବେ । ସୂଚନାଯୋଗ୍ୟ, ସପ୍ତମ ବେତନ କମିଶନଙ୍କ ଅବଧି ୨୦୨୫ ଡିସେମ୍ବର ୩୧ରେ ଶେଷ ହୋଇ ଯାଇଛି ।
ଏଥିସହ ପଢ଼ନ୍ତୁ: କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଖୁସି ଖବର: ଜୁଲାଇରୁ ବଢ଼ିପାରେ ମହଙ୍ଗା ଭତ୍ତା
କେତେ ମିଳିବ ବକେୟା ?
ତେବେ ବକେୟା କେତେ ମିଳିବ ? ତାହା ବେତନ କମିଶନଙ୍କ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ନିର୍ଭର କରୁଛି । ଯଦି ସରକାର ୨.୫୭ ଫିଟମେଣ୍ଟ ଫ୍ୟାକ୍ଟରକୁ ଅନୁମୋଦନ ଦିଅନ୍ତି, ତାହେଲେ ବଡ଼ ଅର୍ଥ ରାଶି ମିଳିବ । ଏଭଳି ସ୍ଥିତିରେ ଲେବଲ୍-୧୦ କର୍ମଚାରୀଙ୍କୁ ୨୦ ମାସରେ ୧୭ ଲକ୍ଷ ୬୨ ହଜାର ଟଙ୍କା ବକେୟା ମିଳିବ
ସେହିଭଳି ଫିଟମେଣ୍ଟ ଫ୍ୟାକ୍ଟର ୨.୮୬ ରହିଲେ ବକେୟା ଅର୍ଥ ଆହୁରି ବଢ଼ିଯିବ । ଅନୁମାନ ଅନୁସାରେ, ଲେବଲ୍-୧୦ କର୍ମଚାରୀଙ୍କୁ ପ୍ରାୟ ୨୦ ଲକ୍ଷ ୮୭ ହଜାର ଟଙ୍କା, ଲେବଲ୍-୯ କର୍ମଚାରୀଙ୍କୁ ୧୯ ଲକ୍ଷ ୭୫ ହଜାର, ଲେବଲ୍-୮ କର୍ମଚାରୀଙ୍କୁ ୧୭ ଲକ୍ଷ ୭୧ ହଜାର ଟଙ୍କା ପର୍ଯ୍ୟନ୍ତ ବକେୟା ମିଳିପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories