Videos
|
National

Salary Revision / ବଢ଼ିବ କି କର୍ମଚାରୀଙ୍କ ଦରମା? ଜାଣନ୍ତୁ ପୂରା ଅପଡେଟ୍

Bikash Mohanty
Browse all articles by Bikash Mohanty
·1 hour ago·2 min read
ବଢ଼ିବ କି କର୍ମଚାରୀଙ୍କ ଦରମା? ଜାଣନ୍ତୁ ପୂରା ଅପଡେଟ୍
EMPLOYEE

Key Points

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର
ଅଷ୍ଟମ ବେତନ କମିଶନକୁ ନେଇ ବଢ଼ିଛି ଚର୍ଚ୍ଚା।
ନୂଆ ବେତନ ଲାଗୁ ହେବା ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ
ନୂଆଦିଲ୍ଲୀ୧୧/୧୧: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର। ଅଷ୍ଟମ ବେତନ କମିଶନକୁ ନେଇ ବଢ଼ିଛି ଚର୍ଚ୍ଚା। ନୂଆ ବେତନ ଲାଗୁ ହେବା ପାଇଁ କର୍ମଚାରୀଙ୍କୁ ୨୦୨୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ଅର୍ଥାତ୍ ଦରମା ଓ ପେନସନ୍‌ରେ ବୃଦ୍ଧି ହେବାକୁ ଆହୁରି ସମୟ ଲାଗିପାରେ। ତେବେ ନୂଆ ବେତନ ଲାଗୁ ହେବାରେ ବିଳମ୍ବ ହେଲେ ମଧ୍ୟ କର୍ମଚାରୀଙ୍କୁ ୧ ଜାନୁଆରୀ ୨୦୨୬ରୁ ବକେୟା ଟଙ୍କା ମିଳିବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ, ଅଷ୍ଟମ ବେତନ କମିଶନ ୩ ନଭେମ୍ବର ୨୦୨୫ରେ ଗଠନ କରାଯାଇଥିଲା। ନିଜର ସୁପାରିଶ ଦାଖଲ କରିବା ପାଇଁ କମିଶନକୁ ୧୮ ମାସ ସମୟ ଦିଆଯାଇଛି। ଏହି ହିସାବରେ ୨୦୨୭ ମେ' ମାସ ସୁଦ୍ଧା ରିପୋର୍ଟ ଦାଖଲ ହୋଇପାରେ। ଏହାପରେ କେନ୍ଦ୍ର ସରକାର ରିପୋର୍ଟର ସମୀକ୍ଷା କରିବା ସହ ଫିଟମେଣ୍ଟ ଫ୍ୟାକ୍ଟର, ଦରମା ବୃଦ୍ଧି ଓ ସରକାରୀ ରାଜକୋଷ ଉପରେ ପଡ଼ିବାକୁ ଥିବା ଆର୍ଥିକ ବୋଝ ଆକଳନ କରିବେ।

ପଢନ୍ତୁ ଏହି ଖବର: ମହଙ୍ଗା ହେଲା କ୍ଷୀର ଦର, ପ୍ରତି ଲିଟର ପିଛା କେତେ ମହଙ୍ଗା ହେଲା ଜାଣନ୍ତୁ ?

କେବେ ବଢ଼ିବ ଦରମା?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସପ୍ତମ ବେତନ କମିଶନ ୧ ଜାନୁଆରୀ ୨୦୧୬ରୁ ଲାଗୁ ହୋଇଥିଲା। ପ୍ରତି ୧୦ ବର୍ଷରେ ନୂଆ ବେତନ କମିଶନ ଲାଗୁ ହେବାର ପରମ୍ପରା ଅନୁସାରେ ଅଷ୍ଟମ ବେତନ କମିଶନର ସୁପାରିଶ ୧ ଜାନୁଆରୀ ୨୦୨୬ରୁ କାର୍ଯ୍ୟକାରୀ ହେବା ଆଶା କରାଯାଉଛି। ତେବେ ବାସ୍ତବରେ ବର୍ଦ୍ଧିତ ଦରମା ୨୦୨୭ର ଦ୍ୱିତୀୟାର୍ଦ୍ଧ କିମ୍ବା ପରେ ମିଳିପାରେ।

ମିଳିବ କି ବକେୟା ଟଙ୍କା?

ଯଦି ସରକାର ୧ ଜାନୁଆରୀ ୨୦୨୬କୁ କାର୍ଯ୍ୟକାରୀ ତାରିଖ ଭାବେ ଗ୍ରହଣ କରନ୍ତି, ତେବେ ନୂଆ ଦରମା ଲାଗୁ ହେବାରେ ବିଳମ୍ବ ହେଲେ ମଧ୍ୟ ମଧ୍ୟବର୍ତ୍ତୀ ସମୟର ବକେୟା ଦରମା ମିଳିପାରେ। ତେବେ ଏହାର ଅନ୍ତିମ ନିଷ୍ପତ୍ତି ସରକାରଙ୍କ ଅନୁମୋଦନ ଓ ନିୟମ ଉପରେ ନିର୍ଭର କରିବ।