Videos
|
National

Milk Price Hike / ମହଙ୍ଗା ହେଲା କ୍ଷୀର ଦର, ପ୍ରତି ଲିଟର ପିଛା କେତେ ମହଙ୍ଗା ହେଲା ଜାଣନ୍ତୁ ?

Bikash Mohanty
Browse all articles by Bikash Mohanty
·1 hour ago·2 min read
ମହଙ୍ଗା ହେଲା କ୍ଷୀର ଦର,  ପ୍ରତି ଲିଟର ପିଛା କେତେ ମହଙ୍ଗା ହେଲା ଜାଣନ୍ତୁ ?
Milk

Key Points

ମହଙ୍ଗା ହେଲା କ୍ଷୀରର ଦର
ମଦର ଡେରୀ କ୍ଷୀର ଦର ବୃଦ୍ଧି କରିଛି
ଲିଟର ପିଛା ୨ ଟଙ୍କାରୁ ୪ ଟଙ୍କା ପର୍ଯ୍ୟନ୍ତ ବଢ଼ିବ
ଆସନ୍ତା କାଲି ଠାରୁ ଲାଗୁ ହେବ ନୂଆ ଦର
ନୂଆଦିଲ୍ଲୀ,୧୧/୧୧: ମହଙ୍ଗା ହେଲା କ୍ଷୀରର ଦର। ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ମଦର ଡେରୀ କ୍ଷୀର ଦର ବୃଦ୍ଧି କରିଛି। ଆସନ୍ତା କାଲି ଠାରୁ ଲିଟର ପିଛା ୨ ଟଙ୍କାରୁ ୪ ଟଙ୍କା ପର୍ଯ୍ୟନ୍ତ ବଢ଼ିବ କ୍ଷୀର ଦାମ୍। ଏହାଦ୍ୱାରା ଦିଲ୍ଲୀ-ଏନସିଆରର ଗ୍ରାହକଙ୍କ ମାସିକ ଖର୍ଚ୍ଚ ବଢ଼ିବା ନିଶ୍ଚିତ।

ସୂଚନା ଅନୁସାରେ, ଚାଷୀଙ୍କଠାରୁ କ୍ଷୀର ସଂଗ୍ରହ କରିବା ଖର୍ଚ୍ଚ ବୃଦ୍ଧି ପାଇଥିବାରୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଉତ୍ପାଦନ ଖର୍ଚ୍ଚ ବଢ଼ିବା ଯୋଗୁଁ ତାହାର କିଛି ଅଂଶ ଗ୍ରାହକଙ୍କ ଉପରେ ପଡ଼ିବ। ମଦର ଡେରୀ କ୍ଷୀର ବିକ୍ରିରୁ ମିଳୁଥିବା ଆୟର ପ୍ରାୟ ୭୫ରୁ ୮୦ ପ୍ରତିଶତ ଦୁଗ୍ଧ ଉତ୍ପାଦନକାରୀ ଚାଷୀଙ୍କୁ ପ୍ରଦାନ କରିଥାଏ।  ପୂର୍ବରୁ ଚଳିତ ବର୍ଷ ମେ' ୧୪ ତାରିଖରେ ଦିଲ୍ଲୀ-ଏନସିଆରରେ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲା କମ୍ପାନୀ। ଏବେ ପୁଣି ଥରେ ଦର ବୃଦ୍ଧି ନିଷ୍ପତ୍ତି ଗ୍ରାହକଙ୍କ ଚିନ୍ତା ବଢ଼ାଇଛି।

ପଢନ୍ତୁ ଏହି ଖବର:  ସୋନିଆଙ୍କ ବହିରେ ଐତିହାସିକ ଘଟଣାବଳୀ ଓ ବର୍ଷଗୁଡ଼ିକୁ ନେଇ ବଡ଼ ଧରଣର ଭୁଲ୍ ରହିଛି

କେଉଁ କ୍ଷୀରର ଦାମ୍ କେତେ ବଢ଼ିଲା?


ମଦର ଡେରୀର ନୂଆ ଦର ଅନୁସାରେ, ଟୋଣ୍ଡ କ୍ଷୀର (ଖୋଲା) ଲିଟର ପିଛା ୫୮ ଟଙ୍କାରୁ ବୃଦ୍ଧି ପାଇ ୬୦ ଟଙ୍କା ହେବ। ସେହିପରି ଫୁଲ୍ କ୍ରିମ୍ ପ୍ୟାକେଟ୍ କ୍ଷୀରର ଦାମ୍ ୭୨ ଟଙ୍କାରୁ ୭୬ ଟଙ୍କାକୁ ବୃଦ୍ଧି ପାଇବ। ଅନ୍ୟପଟେ ଟୋଣ୍ଡ ପ୍ୟାକେଟ୍ କ୍ଷୀର ଲିଟର ପିଛା ୬୦ ଟଙ୍କାରୁ ୬୨ ଟଙ୍କା ହେବ। ଡବଲ୍ ଟୋଣ୍ଡ କ୍ଷୀରର ଦାମ୍ ୫୪ ଟଙ୍କାରୁ ବଢ଼ି ୫୬ ଟଙ୍କା ହେବ। ଗାଈ କ୍ଷୀରର ଦାମ୍ ଲିଟର ପିଛା ୬୨ ଟଙ୍କାରୁ ୬୫ ଟଙ୍କାକୁ ବୃଦ୍ଧି ପାଇବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୂଆ ଦର ଗ୍ରାହକଙ୍କ ପକେଟ୍ ଉପରେ ପକାଇବ ପ୍ରଭାବ

କ୍ଷୀର ହେଉଛି ପ୍ରତ୍ୟେକ ଘରର ନିତିଦିନିଆ ଆବଶ୍ୟକତା। ଚା', କଫିଠାରୁ ଆରମ୍ଭ କରି ପିଲାଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ କ୍ଷୀର ଉପରେ ନିର୍ଭର କରନ୍ତି ଲୋକେ। ତେଣୁ ଲିଟର ପିଛା ୨ରୁ ୪ ଟଙ୍କା ଦର ବୃଦ୍ଧି ମାସ ଶେଷରେ ଘରୋଇ ବଜେଟ୍ ଉପରେ ପ୍ରଭାବ ପକାଇବ।