Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୯୦ ବର୍ଷୀୟ ମହିଳାଙ୍କ ଅଭିଯୋଗ: କୋର୍ଟ କହିଲେ-ଏହା ଅହଙ୍କାରର ଲଢ଼େଇ, ଏବେ ନୁହେଁ ୨୦୪୬ ପରେ ଶୁଣାଣି

National

Defamation Case / ୯୦ ବର୍ଷୀୟ ମହିଳାଙ୍କ ଅଭିଯୋଗ: କୋର୍ଟ କହିଲେ-ଏହା ଅହଙ୍କାରର ଲଢ଼େଇ, ଏବେ ନୁହେଁ ୨୦୪୬ ପରେ ଶୁଣାଣି

Banajyotshna Ray
Browse all articles by Banajyotshna Ray
·1 day ago·2 min read
୯୦ ବର୍ଷୀୟ ମହିଳାଙ୍କ ଅଭିଯୋଗ: କୋର୍ଟ କହିଲେ-ଏହା ଅହଙ୍କାରର ଲଢ଼େଇ, ଏବେ ନୁହେଁ ୨୦୪୬ ପରେ ଶୁଣାଣି
Defamation Case

Key Points

ମୁମ୍ବାଇ ହାଇକୋର୍ଟଙ୍କ ବଡ଼ ବୟାୟ
କୋର୍ଟ କହିଲେ- ଏହା ଅହଙ୍କାରର ଲଢ଼େଇ
୯୦ ବର୍ଷୀୟ ମହିଳାଙ୍କ ଶୁଣାଣି ହେବ ୨୦୪୬ ପରେ
ଖୁବ ଚର୍ଚ୍ଚାରେ ଜଣେ ୯୦ ବର୍ଷୀୟ ମହିଳାଙ୍କ କାହାଣୀ। ଯାହା ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ। ମୁମ୍ବାଇ ହାଇକୋର୍ଟ ମଙ୍ଗଳବାର ଏକ ମାନହାନୀ ମୋକଦ୍ଦମାର ଶୁଣାଣି କରି କଡ଼ା ଟିପ୍ପଣୀ ଦେଇଛନ୍ତି। ମୋକଦ୍ଦମାକୁ ଅହଙ୍କରର ଲଢ଼େଇ ବୋଲି କହିଛନ୍ତି। କୋର୍ଟ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥାରେ ‘ଅହଙ୍କାରର ଲଢ଼େଇ’ ବାଧା ସୃଷ୍ଟି କରୁଛି। ଜଷ୍ଟିସ୍ ଜିତେନ୍ଦ୍ର ଏସ୍. ଜୈନଙ୍କ ଏକକ ପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ମାମଲାକୁ ୨୦୪୬ ମସିହା ପରେ ଶୁଣାଣି କରାଯିବ। ଏଖବର ବର୍ତ୍ତମାନ ସବୁଠି ଚର୍ଚ୍ଚାରେ।

ହାଇକୋର୍ଟ ଏକ ପୃଷ୍ଠାର ଆଦେଶରେ କହିଛନ୍ତି ଯେ, ଏହା ସେହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏ ଯେଉଁଠାରେ ପକ୍ଷମାନଙ୍କ ମଧ୍ୟରେ ଜୀବନର ଅନ୍ତିମ ସମୟରେ ଅହଂକାରର ଲଢ଼େଇ ନ୍ୟାୟିକ ବ୍ୟବସ୍ଥାକୁ ଜାମ୍ କରୁଛି। ଏହାଦ୍ୱାରା ସେହି ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକୁ ପ୍ରାଥମିକତା ଦେବାରେ ବାଧା ସୃଷ୍ଟି ହେଉଛି। ଯେଉଁଗୁଡ଼ିକୁ ପ୍ରକୃତରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ମଙ୍ଗଳବାର ଦିନ ମାମଲା ପୁଣି ଥରେ ଶୁଣାଣି ହୋଇଥିଲା। ମାମଲା ଶୁଣାଣି ବେଳେ ଜଷ୍ଟିସ୍ ଜୈନ କହିଛନ୍ତି, “ମୁଁ ଏହାଠାରୁ ଅଧିକ କିଛି କହିବାକୁ ଚାହୁଁନାହିଁ। କେବଳ ଏତିକି କହିବି ଯେ ଏହି ମାମଲାକୁ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ତାଲିକାଭୁକ୍ତ କରାନଯାଉ।”

ଅଭିଯୋଗରୁ ପ୍ରକାଶ. ଦକ୍ଷିଣ ମୁମ୍ବାଇର ଏକ ହାଉସିଂ ସୋଶାଇଟିରେ ବାସ କରନ୍ତି ୯୦ ବର୍ଷୀୟା ତାରିଣୀବେନ ଓ ତାଙ୍କ ଝିଅ ୫୭ ବର୍ଷୀୟ ଝିଅ ଧ୍ୱନି ଦେଶାଇ। ୧୦ ବର୍ଷ ତଳେ ‘ଶ୍ୟାମ କୋ-ଅପରେଟିଭ୍ ହାଉସିଂ ସୋଶାଇଟି ସହିତ ମତଭେଦ ହୋଇଥିଲା। ଯେଉଁଥିପାଇଁ ମାଆ ଓ ଝିଅ ସୋଶାଇଟି ବିରୋଧରେ ୨୦ କୋଟି ଟଙ୍କାର ମାନହାତୀ ମୋକଦ୍ଦମା କରିଥିଲେ। ଆବେଦନକାରୀଙ୍କ କହିବା ଅନୁଯାୟୀ, ସୋସାଇଟି କହିଥିବା କଥା ସେମାନଙ୍କୁ ମାନସିକ ନିର‌୍ୟାତନା ଓ କଷ୍ଟ ଦେଇଛି, ଯାହାର ବଦଳରେ ସେମାନେ ସୁଧ ସହିତ ୨୦ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରନ୍ତୁ।

ଏଥିସହ ପଢ଼ନ୍ତୁ: ବେଙ୍ଗଲ ନିର୍ବାଚନରେ ମମତାଙ୍କ ଦାଦାଗିରି, EVM ମେସିନ୍‌ରେ ଲୁଚାଇଦେଲେ ବିଜେପି ଚିହ୍ନ

ଗତ ୨୦ ତାରିଖ କୋର୍ଟ ମାମଲାକୁ ସଜ୍ଞାନକୁ ନେଇ ଦୁଇ ପକ୍ଷଙ୍କ ଭିତରେ ଆପୋଷ ସମାଧାନ ପାଇଁ ଅନୁରୋଧ କରିଥିଲେ। ଜଷ୍ଟିସ୍ ଜିତେନ୍ଦ୍ର ଏସ୍. ଜୈନ କହିଥିଲେ, ମାମଲାର ସମାଧାନ ହୋଇପାରିବ। ଯଦି ପ୍ରତିପକ୍ଷ ଆବେନକାରୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତି, ତାହାହେଲେ ମାମଲା ସମାଧାନର ରାସ୍ତା ବାହାରି ପାରିବ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାରିଣୀ ବେନ, ତାଙ୍କ ଝିଅ ଧ୍ୱନି ଦେଶାଇ ଓ ପ୍ରତିପକ୍ଷ ‘ଶ୍ୟାମ କୋ-ଅପରେଟିଭ୍ ହାଉସିଂ ସୋସାଇଟିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ସମାଧାନ ପାଇଁ ଉଦ୍ୟମ ହୋଇଥିଲା। ଏପରିକି ସୋସାଇଟି ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିଲା। ହେଲେ ତାରିଣୀ ବେନ ରାଜି ହୋଇନଥିଲେ। ସେ ମୋକଦ୍ଦମା ଚାଲୁ ରଖିବା ପାଇଁ ଅଡ଼ି ବସିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Defamation Case | 90-Year-Old Refuses to Settle Defamation Case, Bombay HC Adjourns It to 2046 | Argus News | Argus News