Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବେଙ୍ଗଲ ନିର୍ବାଚନରେ ମମତାଙ୍କ ଦାଦାଗିରି, EVM ମେସିନ୍‌ରେ ଲୁଚାଇଦେଲେ ବିଜେପି ଚିହ୍ନ

National

EVM Tampering Allegation / ବେଙ୍ଗଲ ନିର୍ବାଚନରେ ମମତାଙ୍କ ଦାଦାଗିରି, EVM ମେସିନ୍‌ରେ ଲୁଚାଇଦେଲେ ବିଜେପି ଚିହ୍ନ

Santosh Kumar Sahoo
Browse all articles by Santosh Kumar Sahoo
·2 days ago·2 min read
ବେଙ୍ଗଲ ନିର୍ବାଚନରେ ମମତାଙ୍କ ଦାଦାଗିରି, EVM ମେସିନ୍‌ରେ ଲୁଚାଇଦେଲେ ବିଜେପି ଚିହ୍ନ
West Bengal Elections

Key Points

ବେଙ୍ଗଲ ଭୋଟରେ ବଡ଼ ବିବାଦ
EVM ଉପରେ ଟେପ୍ ଅଭିଯୋଗ
ପୁନଃ ଭୋଟ ଦାବି କଲା ବିଜେପି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଲମ୍ବା ଲାଇନରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଲୋକେ । ଦିନ ୧୧ଟା ସୁଦ୍ଧା ୩୯.୯୭ ପ୍ରତିଶତ ଭୋଟିଂ ହୋଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ସ୍ଥାନରେ ଜାଲିଆତି ଏବଂ ହିଂସାର ଅଭିଯୋଗ ସାମ୍ନାକୁ ଆସିଛି । ବିଜେପି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ଆଣିଛି । ବିଜେପି ଆଇଟି ସେଲ୍ ପ୍ରଭାରୀ ଅମିତ ମାଲବ୍ୟ ଅଭିଯୋଗ କରିଛନ୍ତି ଯେ ଡାଇମଣ୍ଡ ହାର୍ବରର ଫାଲଟା ନିର୍ବାଚନମଣ୍ଡଳୀର ଅନେକ ପୋଲିଂ ବୁଥରେ ଭୋଟ୍‌ ଦେବାରୁ ରୋକିବା ପାଇଁ EVM ମେସିନରେ ବିଜେପି ଚିହ୍ନ ଆଗରେ ଟେପ୍ ଲଗାଯାଇଛି । ବିଜେପି ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅପରାଧୀ ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କୁ ଟାର୍ଗେଟ କରିଛି ।


ଅମିତ ମାଲବ୍ୟ ସୋସିଆଲ ମିଡିଆ 'X' ରେ ଏକ ପୋଷ୍ଟରେ ଲେଖିଛନ୍ତି, "ଏହା ଦର୍ଶାଉଛି ଯେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାଇମଣ୍ଡ ହାର୍ବରର ଫାଲଟା ନିର୍ବାଚନ ମଣ୍ଡଳୀରୁ ଟିଏମସି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ଅପରାଧୀ ଜାହାଙ୍ଗୀର ଖାନଙ୍କୁ କାହିଁକି ସମର୍ଥନ କରନ୍ତି ।" ମାଲବ୍ୟଙ୍କ ଅନୁଯାୟୀ, ଫାଲଟାର ଅନେକ ପୋଲିଂ ବୁଥରେ EVM ରେ ବିଜେପି ବଟନ୍ ଉପରେ ଟେପ୍ ଲଗାଯାଇଛି । ଏହା ଭୋଟରମାନଙ୍କୁ ବିଜେପିକୁ ଭୋଟ ଦେବାରୁ ରୋକିବାର ଏକ ପ୍ରୟାସ ।

ଅଧିକ ପଢ଼ନ୍ତୁ: ମୋର୍ଚ୍ଚା ସମ୍ଭାଳିବାକୁ ମୈଦାନକୁ ଓହ୍ଲାଇଲେ ୟୁପି ସିଘଂମ; ଭିଡ଼ିଓ ଭାଇରାଲ


ଗଣତନ୍ତ୍ରରେ ଯେକୌଣସି ଦଳକୁ ଭୋଟ ଦେବାର ସେମାନଙ୍କର ଅଧିକାରକୁ ପ୍ରତ୍ୟାଖ୍ୟାନ କରାଯାଉଛି । ଏହା ସେହି ଡାଇମଣ୍ଡ ହାର୍ବର ମଡେଲ ଯାହା ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କୁ ଲୋକସଭା ଆସନରେ ବିଜୟୀ କରିବାରେ ସାହାଯ୍ୟ କରିଥିଲା । ଆମେ ଫାଲଟାର ଏପରି ସମସ୍ତ ପ୍ରଭାବିତ ବୁଥରେ ପୁନଃ ମତଦାନ ଦାବି କରୁଛୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengal Poll Row: BJP Alleges EVM Tampering in Phase 2 Voting | Argus News