NEET Student Suicide / ୯୯.୯୯ ପରସେଣ୍ଟାଇଲ ରଖିଥିଲେ, ତଥାପି ପରିବାର ଲୋକଙ୍କ ଚାପ ଆଗରେ ହାର ମାନିଲେ ଛାତ୍ର

Key Points
ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରର ଛାତ୍ର ଅନୁରାଗ, ଉତ୍ତର ପ୍ରଦେଶ ଗୋରଖପୁରର ଏକ ମେଡିକାଲ କଲେଜରେ ଆଡ୍ମିଶନ କରିବାକୁ ଯାଉଥିଲେ। କିନ୍ତୁ ଏହା ପୂର୍ବରୁ ସେ ନିଜ ଘରେ ଆତ୍ମହତ୍ୟା କରିଥିଲେ।
ମହାରାଷ୍ଟ୍ରର ଚନ୍ଦ୍ରପୁରର ନଓ୍ୱରଗାଁର ୧୯ ବର୍ଷୀୟ ଅନୁରାଗ ଅନିଲ ବୋରକର । NEET ରେ ୯୯.୯୯ ପ୍ରତିଶତ, OBC ବର୍ଗରେ ୧୪୭୫ତମ ରାଙ୍କ, ଗାଁର ଗର୍ବ ଏବଂ ପରିବାରର ଏକମାତ୍ର ଆଶା। MBBS ରେ ଏଣ୍ଟ୍ରି ପ୍ରାୟ ନିଶ୍ଚିତ ହୋଇସାରିଥିଲା। କିନ୍ତୁ ସେହି ସିନ୍ସିଅର ମୁହଁ ପଛରେ ଏକ ଅକୁହା ସତ ଲୁଚି ରହିଥିଲା। ଅନୁରାଗ ଡାକ୍ତର ହେବାକୁ ଚାହୁଁ ନଥିଲେ।
ନିଜର ଇଚ୍ଛା ଓ ବାଧ୍ୟବାଧକତା ମଧ୍ୟରେ ସେ ମନେ ମନେ ପେଶି ହୋଇଯାଉଥିଲେ । ଯାହାଫଳରେ ସେ ମୃତ୍ୟୁର ବାଟ ବାଛିଲେ । ଯେଉଁଦିନ ସେ ଗୋରଖପୁର ମେଡିକାଲ କଲେଜରେ ଆଡ୍ମିଶନ ପାଇଁ ବାହାରିବାର ଥିଲା । ସେହିଦିନ ହିଁ ସେ ନିଜ ଘରେ ଆତ୍ମହତ୍ୟା କରିଦେଲେ। ପାଖରେ ପଡ଼ିଥିବା ବହି ଖାତା, କାନ୍ଥରେ ଟାଇମଟେବୁଲ ଏବଂ ତାଙ୍କ ସ୍ୱପ୍ନ ମଧ୍ୟରେ ଏକ ସୁଇସାଇଡ୍ ନୋଟ ମଧ୍ୟ ରହିଥିଲା। ଯେଉଁଥିରେ ଲେଖା ଥିଲା, "ମୁଁ ଡାକ୍ତର ହେବାକୁ ଚାହୁଁନାହିଁ।" ତେବେ ଏହି ସୁଇସାଇଡ୍ ନୋଟ୍କୁ ପୋଲିସ ପକ୍ଷରୁ ସାର୍ବଜନୀନ କରାଯାଇ ନାହିଁ । କିନ୍ତୁ ସ୍ଥାନୀୟ ଲୋକେ ଏଭଳି ଆଲୋଚନା କରୁଛନ୍ତି ।
ଏହାସହ ପଢ଼ନ୍ତୁ: ୯୯.୯୯ ପରସେଣ୍ଟାଇଲ ରଖିଥିଲେ, ତଥାପି ପରିବାର ଲୋକଙ୍କ ଚାପ ଆଗରେ ହାର ମାନିଲେ ଛାତ୍ର
ଆଡ୍ମିଶନ ପୂର୍ବରୁ ଜୀବନ ହାରିଲେ
ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରର ଛାତ୍ର ଅନୁରାଗ, ଉତ୍ତର ପ୍ରଦେଶ ଗୋରଖପୁରର ଏକ ମେଡିକାଲ କଲେଜରେ ଆଡ୍ମିଶନ କରିବାକୁ ଯାଉଥିଲେ। କିନ୍ତୁ ଏହା ପୂର୍ବରୁ ସେ ନିଜ ଘରେ ଆତ୍ମହତ୍ୟା କରିଥିଲେ।
ସଫଳତାର ଚାପ ଖୁବ୍ ଅଧିକ ଥିଲା
ଅନୁରାଗଙ୍କ ସଫଳତା ତାଙ୍କ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ମନରେ ଏକ ବଡ଼ ଆଶା ସୃଷ୍ଟି କରିଥିଲା। କିନ୍ତୁ ଅନୁରାଗଙ୍କ ପାଇଁ ତାହା ଅଭିଶାପ ଥିଲା । ସେ ଚାହୁଁଥିଲେ ନିଜ ଭବିଷ୍ୟତ ନିଜେ ସ୍ଥିର କରିବେ । ହେଲେ ପରିବାର ଲୋକଙ୍କ ଆଶା ଆଗରେ ସେ ଚୁପ ରହୁଥିଲେ । ନିଜ ଇଚ୍ଛା ଓ ଆଶାକୁ ମାରି ଦେଉଥିଲେ । ଅନୁରାଗ ନିଜ ଆଶା ପୂରଣ କରିପାରିବେ କି ନାହିଁ ବୋଲି ଭାବି, ମନ ଭିତରେ ଖୁବ୍ ଛଟପଟ ହେଉଥିଲେ । ଆଉ ଏଇଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଆଶଙ୍କା କରାଯାଉଛି ।
ଏହା ବିଡ଼ମ୍ବନାର ବିଷୟ ଯେ ୧୯ ବର୍ଷ ବୟସରେ ନିଜ କ୍ୟାରିଅର ବାଛିବାର ସ୍ୱାଧୀନତା ପାଇଁ ଇଚ୍ଛା କରୁଥିବା ପିଲାଟି ମୃତ୍ୟୁବରଣ କଲା। ତାଙ୍କ କୋଠରୀର ସେଇ କାନ୍ଥ, ଗଦା ହୋଇଥିବା ବହି ଏବଂ ତାଙ୍କର NEET ସଫଳତା ଆଜି ପ୍ରଶ୍ନ କରୁଛି.. ସେ ସଫଳ ହୋଇଛନ୍ତି ନା ଅସହାୟତାର ବୋଝ ଭିତରେ ଚାପି ହୋଇଗଲେ ?
📱 Get Argus News App
✨ଏହାସହ ପଢ଼ନ୍ତୁ: ଜବରଦସ୍ତ ଝଟ୍କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...
ପରିବାର ଓ ଗାଁରେ ଶୋକର ଛାୟା
ଅନୁରାଗଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ନଓ୍ୱରଗାଁରେ ଶୋକର ଲହରୀ ଖେଳିଗଲା। ଯେଉଁମାନେ ତାଙ୍କୁ ପୁସ୍ତକରେ ବୁଡ଼ି ରହିଥିବାର ଦେଖିଥିଲେ ଏବଂ ତାଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରୁଥିଲେ, ସେମାନେ ସମସ୍ତେ ମୃତ୍ୟୁ ଖବର ଶୁଣି ସ୍ତବ୍ଧ ହୋଇଗଲେ। ପିତାମାତାଙ୍କ ଆଖିରୁ ସୁଖୁନି ଲୁହ । ଆଉ ଗାଁ ଲୋକେ ମଧ୍ୟ ବୁଝିପାରୁ ନାହାଁନ୍ତି... ଏତେ ସିନସିଅର ଓ ପରିଶ୍ରମୀ ଛୁଆ, ହଠାତ୍ କାହିଁକି ଥକି ପଡ଼ିଲା ?
ଏହି କାହାଣୀ ଶେଷରେ.. ଆମେ ଆମ ପାଠକ ମାନଙ୍କୁ କେବଳ ଏତିକି କହିପାରିବୁ, ନିଜ ପିଲାମାନଙ୍କୁ ଏଭଳି ପାଠର ବୋଝ ତଳେ ଚାପି ଦିଅନ୍ତୁ ନାହିଁ । ଯଦି ଆପଣଙ୍କ ଆଖ ପାଖରେ ବି ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ତେବେ ତୁରନ୍ତ 9999666555 ଏହି ହେଲ୍ପ ଲାଇନ୍ ନମ୍ବରରେ କଲ କରନ୍ତୁ । ଏହା Vandrevala Foundation for Mental Healthର ହେଲ୍ପ ଲାଇନ୍ ନମ୍ବର । ଖାଲି ହେଲ୍ପ ଲାଇନ୍ ନମ୍ବର ଯୋଗେ ନୁହେଁ, ଆପଣ ଇ-ମେଲ୍ ମାଧ୍ୟମରେ ବି help@vandrevalafoundation.com ଏଭଳି ଘଟଣା ସମ୍ପର୍କରେ ଉକ୍ତ ସଂସ୍ଥାକୁ ଯୋଗାଯୋଗ କରିବେ । ସୋମବାରରୁ ଶନିବାର ସକାଳ ୮ରୁ ରାତି ୧୦ଟା ମଧ୍ୟରେ TISS iCall 022-25521111 ନମ୍ବରରେ ମଧ୍ୟ ଯୋଗାଯୋଗ କରି ସୂଚନା ଦେଇପାରିବେ । ଆପଣଙ୍କ ଏହି ଛୋଟିଆ ପଦକ୍ଷପ, କାହାର ଜୀବନ ବଞ୍ଚାଇବାରେ ସାହାଯ୍ୟ ହୋଇପାରେ ।
Related Topics
Explore more stories