|
logo
Live
Argus News App
GET APP

Argus News - ୨୬ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ରାମନଗରୀ

National

Ayodhya Deepotsav / ୨୬ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ରାମନଗରୀ

Smruti Parija
Browse all articles by Smruti Parija
·5 months ago·2 min read
୨୬ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ରାମନଗରୀ

Key Points

ଅଯୋଧ୍ୟାରେ ୯ମ ଦୀପୋତ୍ସବ, ନୂଆ ରେକର୍ଡ କଲା ରାମନଗରୀ
୨୬ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ରାମନଗରୀ
ସରଯୁ ନଦୀର ୫୬ଟି ପ୍ରମୁଖ ଘାଟରେ ଜଳିଲା ଲକ୍ଷଲକ୍ଷ ଦୀପ
୨୧୦୦ ବୈଦିକ ପଣ୍ଡିତମାନଙ୍କ ଦ୍ୱାରା ଆରତି ଆୟୋଜନ
୧୧୦୦ଟି ଡ୍ରୋନ୍ ବ୍ୟବହାର କରି ରାମାୟଣର ଦୃଶ୍ୟାବଳୀ ପ୍ରଦର୍ଶନ
୫ଟି ଦେଶର କଳାକାରମାନଙ୍କ ଦ୍ୱାରା ରାମଲୀଳା ମଞ୍ଚସ୍ଥ
ଜଳୁଛି ଲକ୍ଷ ଲକ୍ଷ ଦୀପ । ଆଖି ଝଲସିଲା ଭଲି ଲେଜର ସୋ । ପୁଣି ରାମଲୀଳାରେ କଳାକାରଙ୍କ ଚମତ୍କାର ଅଭିନୟ...ଆଯୋଧ୍ୟାରେ ଆଧ୍ୟାତ୍ମିକ ପରିବେଶ... । 

ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟା ପୁଣି ସୃଷ୍ଟି କରିଛି ଏକ ନୂଆ ରେକର୍ଡ । ଅଯୋଧ୍ୟାକୁ ଏକାସାଙ୍ଗରେ ୨୬ ଲକ୍ଷରୁ ଅଧିକ ଦୀପରେ ଆଲୋକିତ କରାଯାଇଛି। ମୋଟ ୨୬ ଲକ୍ଷ ୧୧ ହଜାର ୧୦୧ ଦୀପ ରାମ କି ପୈଦି' ଏବଂ ୫୬ଟି ଘାଟକୁ ଆଲୋକିତ କରୁଛି। ଏଥିପାଇଁ ରାମଙ୍କ ପୀଠ ଓ ଚୌଧୁରୀ ଚରଣ ସିଂହ ଘାଟ ସମେତ ୫୬ଟି ପ୍ରମୁଖ ଘାଟରେ ହୋଇଛି ଜୋରଦାର ଆୟୋଜନ। ସେପଟେ ଦୀପାବଳି ପାଇଁ ସଜେଇ ହୋଇଛି ସାରା ଅଯୋଧ୍ୟା ସହର। ଏହା ସହ 2100 ପଣ୍ଡିତଙ୍କ ଦ୍ବାରା ହୋଇଥିବା ଆରତିର ଦୃଶ୍ୟ ଅତ୍ୟନ୍ତ ମନ୍ତ୍ରମୁଗ୍ଧକର ଥିଲା। ଏଥିରେ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆରତି କରିଥିଲେ ।

ଦୀପୋତ୍ସବରେ ଲେଜର ସୋ'। ଏଥିର ୟୁପି ସହିତ ଅନେକ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଲେଜର ସୋ'ରେ ରାମଙ୍କ ଜୀବନର ଝଲକ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଦୀପୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। । ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଦୀପୋତ୍ସବରେ ପୁଣିଥରେ ବିଶ୍ୱ ରେକର୍ଡ କରିଛନ୍ତି। ଗତବର୍ଷ ଦୀପାବଳିରେ 25 ଲକ୍ଷ ଦୀପ ଲଗାଯାଇଥିଲା।

ଏଥରର ଦୀପାବଳି ଅନେକ ଦୃଷ୍ଟିରୁ ଅତ୍ୟନ୍ତ ଖାସ୍ । କେବଳ ବିଶ୍ୱ ରେକର୍ଡ ନୁହେଁ, ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଯୋଜନା କରାଯାଇଛି। ଏହି ଦୀପୋତ୍ସବରେ ରୁଷିଆ, ଶ୍ରୀଲଙ୍କା, ସିଙ୍ଗାପୁର ଓ ନେପାଳର ବିଦେଶୀ କଳାକାରଙ୍କୁ ନେଇ ରାମଲୀଳା ମଧ୍ୟ ଆୟୋଜିତ ହେଉଛି । ଦେଶର ୨୧ଟି ରାଜ୍ୟର ରାମଲୀଳା ଓ ରାମାୟଣ ପରମ୍ପରା ଉପରେ ଆଧାରିତ ଲୋକନୃତ୍ୟର ଝଲକ ଦେଖିବାକୁ ମିଳିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ayodhya Deepotsav: ୨୬ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ରାମନଗରୀ | Argus News