Premanand Maharaj / ବୃନ୍ଦାବନର କେଲି କୁଞ୍ଜ ଆଶ୍ରମରେ ନିରବତା... ଖାଲି ପଡ଼ିଛି ପରିସର, ବନ୍ଦ ଇନକ୍ୱାରୀ କାଉଣ୍ଟର; ଚିନ୍ତାରେ ଭକ୍ତ

Key Points
ଖାଲି ପଡ଼ିଛି ପରିସର, ବନ୍ଦ ଇନକ୍ୱାରୀ କାଉଣ୍ଟର; ଚିନ୍ତାରେ ଭକ୍ତ
ଧର୍ମନଗରୀ ବୃନ୍ଦାବନରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ କେଲି କୁଞ୍ଜ ଆଶ୍ରମକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଥିବା ଏକ ଭିଡିଓ ଦେଶ-ବିଦେଶରେ ଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମନରେ ଚିନ୍ତା ବଢ଼ାଇ ଦେଇଛି । ଏହି ଭିଡିଓରେ ସାଧାରଣତଃ ଭକ୍ତଙ୍କ ଭିଡ଼ ଓ ଭଜନ-କୀର୍ତ୍ତନରେ ମୁଖରିତ ରହୁଥିବା ଆଶ୍ରମ ପରିସର ସମ୍ପୂର୍ଣ୍ଣ ଖାଲି ଦେଖାଯାଉଛି । ଏପରିକି ଆଶ୍ରମର ମୁଖ୍ୟ ଫାଟକ ବାହାରେ ଥିବା ଇନକ୍ୱାରୀ କାଉଣ୍ଟର ମଧ୍ୟ ବନ୍ଦ ଥିବା ନଜର ଆସିଛି ।
ଆଶ୍ରମ ପରିସରରେ ହଠାତ୍ ଏଭଳି ନିରବତା ଏବଂ କିଛି ସାଧକ ଆଶ୍ରମ ଛାଡ଼ିଥିବା ନେଇ ଚାଲିଥିବା ଚର୍ଚ୍ଚା ଭକ୍ତମାନଙ୍କ ଚିନ୍ତା ବଢ଼ାଇଛି । ଭିଡିଓଟି ସାମ୍ନାକୁ ଆସିବା ପରଠାରୁ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠୁଛି । ହଠାତ୍ ଆଶ୍ରମରେ ଏଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଲା ? ଦର୍ଶନ ବ୍ୟବସ୍ଥାରେ କୌଣସି ବଡ଼ ପରିବର୍ତ୍ତନ ହୋଇଛି କି ? ନା ଏହା ପଛରେ ରହିଛି ଅନ୍ୟ କୌଣସି ବିଶେଷ କାରଣ ? ଏଭଳି ଅନେକ ପ୍ରଶ୍ନ ଏବେ ଶ୍ରଦ୍ଧାଳୁଙ୍କ ମନରେ ଉଙ୍କି ମାରୁଛି ।
ଭକ୍ତଙ୍କ ମଧ୍ୟରେ ବଢ଼ିଲା ଚିନ୍ତା
ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ଏବଂ ତାଙ୍କର ଏକାନ୍ତିକ ବାର୍ତ୍ତାଳାପରେ ସାମିଲ ହେବା ପାଇଁ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବୃନ୍ଦାବନରେ ପହଞ୍ଚିଥାନ୍ତି । ଏଭଳି ସ୍ଥିତିରେ ଆଶ୍ରମ ପରିସର ଖାଲି ପଡ଼ିଥିବା ଏବଂ ଇନକ୍ୱାରୀ କାଉଣ୍ଟର ବନ୍ଦ ରହିଥିବା ଦୃଶ୍ୟ ଭକ୍ତମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।
ତେବେ ଭାଇରାଲ ଭିଡିଓର ପ୍ରକୃତ ସ୍ଥିତି ଏବଂ ସାଧକମାନଙ୍କ ସହ ଜଡ଼ିତ ଚର୍ଚ୍ଚାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ । ଏହି ପ୍ରସଙ୍ଗରେ କେଲି କୁଞ୍ଜ ଆଶ୍ରମ ପରିଚାଳନା କମିଟି ପକ୍ଷରୁ ମଧ୍ୟ କୌଣସି ଆଧିକାରିକ ବୟାନ ମିଳିନାହିଁ । ଆଶ୍ରମ ପକ୍ଷରୁ ସ୍ପଷ୍ଟୀକରଣ ଆସିବା ପରେ ହିଁ ଏହି ନିରବତା ପଛର ପ୍ରକୃତ କାରଣ ଜଣାପଡ଼ିବ । ସେପର୍ଯ୍ୟନ୍ତ ଭକ୍ତମାନେ ମହାରାଜଙ୍କ ଆଶ୍ରମ ସମ୍ପର୍କିତ ଅଧିକାରିକ ସୂଚନାକୁ ଅପେକ୍ଷା କରି ରହିଛନ୍ତି ।
ପଢନ୍ତୁ ଏହି ଖବର: ଭାରତରେ ଭଲ ଚାକିରି ଓ ୬ ଅଙ୍କର ଦରମା ଛାଡ଼ି ଦୁବାଇ ଗଲେ CA, ଆଉ ତା'ପରେ...
📱 Get Argus News App
✨Related Topics
Explore more stories