Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pet Dog Attack / ପ୍ରାତଃଭ୍ରମଣ ବେଳେ ମହିଳାଙ୍କୁ ଝୁଣିଲା ଡଗି; ମୁଣ୍ଡ-ମୁହଁରେ ପଡ଼ିଲା ୫୦ ଷ୍ଟିଚ୍

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ପ୍ରାତଃଭ୍ରମଣ ବେଳେ ମହିଳାଙ୍କୁ ଝୁଣିଲା ଡଗି; ମୁଣ୍ଡ-ମୁହଁରେ ପଡ଼ିଲା ୫୦ ଷ୍ଟିଚ୍
Pet Dog Attack

Key Points

ବୁଲା କୁକୁର ନୁହେଁ, ମାତିଲା ପୋଷା କୁକୁର
ମର୍ଣ୍ଣିଂୱାକ୍ ବେଳେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ
ଗମ୍ଭୀର ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି ହେଲେ ମହିଳା
ମୁଣ୍ଡ ଓ ମୁହଁରେ ପଡ଼ିଲା ୫୦ ଷ୍ଟିଚ୍
କର୍ଣ୍ଣାଟକର କ୍ୟାପିଟାଲ ସିଟି ବେଙ୍ଗାଲୁରୁର ଏଚଏସଆର ଲେଆଉଟ୍ ଅଞ୍ଚଳରୁ ଏକ ବିଚଳିତ କଲା ପରି ଦୃଶ୍ୟ ସାମ୍ନାକୁ ଆସିଛି । ଏଠି ବୁଲା କୁକୁର ନୁହେଁ, ଚିନ୍ତା ବଢାଇଛି ପୋଷା କୁକୁର । ପ୍ରାତଃଭ୍ରମଣରେ ବାହାରିଥିବା ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ପୋଷା କୁକୁର । ଘଟଣାଟି ସକାଳ ପ୍ରାୟ ୬.୫୪ଟାରେ ଟିଚର୍ସ କଲୋନୀରେ ଘଟିଛି । ମହିଳାଙ୍କୁ ଏପରି ଗମ୍ଭୀର ଆଘାତ ଲାଗିଛି ଯେ ତାଙ୍କ ମୁହଁ ଓ ମୁଣ୍ଡରେ ୫୦ଟି ଷ୍ଟିଚ୍ ପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପାଳିତ କୁକୁରଟି ହଠାତ୍ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା । ମହିଳାଙ୍କ ବେକକୁ କାମୁଡ଼ିଥିବାବେଳେ ତାଙ୍କ ମୁହଁ, ହାତ ଓ ପାଦରେ ମଧ୍ୟ ବହୁ ଆଘାତ ଲାଗିଛି । କୁକୁରର ଆକ୍ରମଣ ଏତେ ମାତ୍ରାରେ ଭୟାନକ ଓ ହିଂସ୍ର ଥିଲା ଯେ ମହିଳା ଜଣକ ନିଜକୁ ରକ୍ଷା କରିପାରିଲେ ନାହିଁ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସାଧାରଣରେ ଚିନ୍ତା ଉପୁଜିଛି ।

ପଡ଼ିଲା ୫୦ରୁ ଅଧିକ ଷ୍ଟିଚ୍

ଭିଡିଓରେ ଦେଖିବାକୁ ମିଳିଛି ଯେ, ପାଳିତ କୁକୁରଟି ମର୍ଣ୍ଣିୱାକ୍ କରୁଥିବା ମହିଳାଙ୍କୁ ଆକ୍ରମଣ କରିଥିଲା । ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି କୁକୁର ପଛରେ ଦୌଡ଼ି ଆସି ମହିଳାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ହେଲେ ନଛୋଡ ବନ୍ଧା ପରି କୁକୁରଟି ମହିଳାଙ୍କୁ ଆଦୌ ଛାଡ଼ିନଥିଲା । ମହିଳା ଜଣକ ତଳେ ପଡ଼ିଯାଇଥିଲେ ଓ କୁକୁରଟି ତାଙ୍କୁ ଝୁଣୁଥିଲା । ଏହାପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ବହୁ ଲୋକ ଏକତ୍ରିତ ହୋଇ ସ୍ଥିତିକୁ କାବୁ କରିଥିଲେ । ମହିଳାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଓ ତାଙ୍କର ଚିକିତ୍ସା କରାଯାଇଥିଲା । ଡାକ୍ତରଙ୍କ କହିବାନୁସାରେ, ମହିଳାଙ୍କ ମୁହଁ ଓ ବେକରେ ପ୍ରାୟ ୫୦ରୁ ଅଧିକ ଷ୍ଟିଚ୍ ପଡ଼ିଛି । ମହିଳାଙ୍କ ସ୍ଥିତି ଗମ୍ଭୀର ରହିଛି ଏବଂ ତାଙ୍କୁ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି ।

ଥାନାରେ ମାମଲା ରୁଜୁ

ସେପଟେ ମହିଳାଙ୍କ ସ୍ବାମୀ ଏଚଏସଆର ଲେଆଉଟ୍ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଛନ୍ତି । ଆକ୍ରମଣ କରିଥିବା କୁକୁର ମାଲିକଙ୍କ ଅବହେଳା ଯୋଗୁଁ ଏପରି ବଡ଼ ଧରଣର ଘଟାଣା ଘଟିଯାଇଛି । ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭୟଭୀତ ସ୍ଥାନୀୟ ଲୋକେ

ମହିଳାଙ୍କ ଉପରେ ଯେତେବେଳେ କୁକୁରଟି ଆକ୍ରମଣ କରିଥିଲା, ସେତେବେଳେ ଜଣେ ବ୍ୟକ୍ତି ତାଙ୍କୁ ବଞ୍ଚାଇବାକୁ ଆସିଥିଲେ । ତେବେ ହିଂସ୍ର କୁକୁରଟି ଉକ୍ତ ବ୍ୟକ୍ତିଙ୍କ ଉପରେ ମଧ୍ୟ ଆକ୍ରମଣ କରିଛି । ଏହି ପାଳିତ କୁକୁରକୁ କେଉଁ ପରିସ୍ଥିତିରେ ରଖାଯାଇଥିଲା ଓ ସୁରକ୍ଷା ନିୟମକୁ ପାଳନ କରାଯାଇଥିଲା କି ନାହିଁ ସେନେଇ ପୋଲିସ ଯାଞ୍ଚ କରୁଛି । ଏହି ଘଟଣାକୁ ନେଇ କଲୋନୀରେ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି । ଏବେ ପାଳିତ କୁକୁରର ସୁରକ୍ଷା ଓ ଦେଖାରଖା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଥିସହ ପଢନ୍ତୁ: ଯାଉଥିଲେ ବୃଦ୍ଧ ମାଡ଼ିଗଲା ଟ୍ରକ୍‌, ଛିନଭିନ୍‌ ହୋଇଗଲା ବୃଦ୍ଧଙ୍କ ଶରୀର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengaluru Woman Left With 50 plus Stitches After Brutal Pet Dog Attack On Morning Walk | Argus News