Assault / ୪ଟି ଅଲଗା ଅଲଗା କାର୍ରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ଭିଡିଓ ଭାଇରାଲ
·7 months ago·2 min read

Key Points
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଏକାଦଶ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ୪ଟି ଅଲଗା ଅଲଗା ଗାଡ଼ିରେ ଗଣଦୁଷ୍କର୍ମ କରାଯାଇଛି।
ଆମେ ଯେତେ ଆଧୁନିକତାକୁ ଛୁଇଁଲେ ମଧ୍ୟ ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ମାନେ କେବୁ ସୁରକ୍ଷିତ ହିଁ ନାହାନ୍ତି। ଯେତେ ଯାହା ହେଲେ ବି ଗୋଟିଏ ଝିଅ ପ୍ରତି ନିର୍ଯାତନା ଖବର ବାରମ୍ବାର ଶୁଣିବାକୁ ମିଳୁଛି। ଦିନକୁ ଦିନ ଲୋକେ ହିଂସ୍ର ପାଲଟି ଯାଉଛନ୍ତି। ପ୍ରତିଦିନ ଆମେ ଦୁଷ୍କର୍ମ ଖବର ଶୁଣିବାକୁ ପାଉଛେ।
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଏକାଦଶ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ୪ଟି ଅଲଗା ଅଲଗା ଗାଡ଼ିରେ ଗଣଦୁଷ୍କର୍ମ କରାଯାଇଛି। କେବଳ ଏତିକି ନୁହେଁ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲ୍ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ଏକ ‘ଥାର୍’ ଏସୟୁଭି ସମେତ ୪ଟି କାର୍ ଜବତ କରିଛି।
ମୁଖ୍ୟ ଅଭିଯୁକ୍ତ ଆଉସାଫ୍ ଅଲି ଖାନଙ୍କୁ ଫେବୃଆରୀ ୩ ରେ ଗିରଫ କରାଯାଇଥିବା ବେଳେ ତାଙ୍କ ସହଯୋଗୀ ମାଜ୍ ଖାନଙ୍କୁ ଫେବୃଆରୀ ୮ ରେ ପୋଲିସ ଗିରଫ କରିଛି। ମାଜ୍ ଖାନ୍ ଭୋପାଳରେ ଏକ ଜିମ୍ ଚଳାନ୍ତି ଏବଂ ବର୍ତ୍ତମାନ ସେ ପୋଲିସ ରିମାଣ୍ଡରେ ଅଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଆଉସାଫ୍ ଅଲି ନାବାଳିକାଙ୍କୁ ଥାର୍ ଗାଡ଼ି ଭିତରେ ବଳାତ୍କାର କରୁଥିବା ବେଳେ ମାଜ୍ ଖାନ୍ ବାହାରେ ଠିଆ ହୋଇ ଏକ ଆଇଫୋନ୍ ମାଧ୍ୟମରେ ତାହାର ଭିଡିଓ ରେକର୍ଡ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭିଡିଓକୁ ଭାଇରାଲ୍ କରିଦେବାର ଧମକ ଦେଇ ପୀଡ଼ିତାଙ୍କଠାରୁ ୪୦,୦୦୦ ଟଙ୍କା ଆଦାୟ କରାଯାଇଥିଲା ଏବଂ ତାଙ୍କୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋଲିସ କମିଶନର ACP ଅଙ୍କିତା ଖାତ୍ରାକରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଛନ୍ତି। ତଦନ୍ତ ବେଳେ ଜଣାପଡ଼ିଛି ଯେ, କୋହେଫିଜା ଥାନାରେ କାର୍ଯ୍ୟରତ ଜଣେ ହେଡ୍ କନଷ୍ଟେବଳ ଅଭିଯୁକ୍ତ ମାଜ୍ ଖାନ୍ ସହ ସମ୍ପର୍କ ରଖି ଗୋପନୀୟ ତଥ୍ୟ ଲିକ୍ କରୁଥିଲେ। ଏହି ଅଭିଯୋଗରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।
ପୋଲିସ ବର୍ତ୍ତମାନ ଘଟଣାରେ ବ୍ୟବହୃତ ଆଇଫୋନ୍କୁ ଖୋଜୁଥିବା ବେଳେ SIT ପକ୍ଷରୁ ତଦନ୍ତ ଜାରି ରହିଛି। ସେହୋର ଜିଲାର ଏକ ଗ୍ରାମରେ ଲୁଚାଇ ରଖାଯାଇଥିବା ଅପରାଧରେ ବ୍ୟବହୃତ ଗାଡ଼ିକୁ ପୋଲିସ ଜବତ କରିବାରେ ସଫଳ ହୋଇଛି।
ଏଥିସହ ପଢ଼ନ୍ତୁ: ବନିତାଙ୍କୁ ମିଳିଲା ନ୍ୟାୟ; ହତ୍ୟାକାରୀ ସ୍ଵାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

Related Topics
Explore more stories