Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

IndiGo / ଇଣ୍ଡିଗୋ ପକ୍ଷରୁ ସୂଚନା: ୨୨୮ଟି ବିମାନ ବାତିଲ

Rashmita Mishra
Browse all articles by Rashmita Mishra
·7 months ago·2 min read
ଇଣ୍ଡିଗୋ ପକ୍ଷରୁ ସୂଚନା: ୨୨୮ଟି ବିମାନ ବାତିଲ
IndiGo

Key Points

ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି ।
ଆଉ ବର୍ତ୍ତମାନ କୁହୁଡ଼ି ସାଜିଛି ଆଉ ଏକ ବଡ଼ କାରଣ ।

ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ସୋମବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ଏକ୍ୟୁଆଇ ୪୯୮ରେ ପହଞ୍ଚିଛି । ଆଉ ବର୍ତ୍ତମାନ କୁହୁଡ଼ି ସାଜିଛି ଆଉ ଏକ ବଡ଼ କାରଣ । ଘନ କୁହୁଡ଼ି ଯୋଗୁଁ ଯାନବାହାନ ସହ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । 

ଘନ କୁହୁଡ଼ି ଯୋଗୁଁ କିଛି ଦେଖାଯାଉନଥିବାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି, ଯାହା ଫଳରେ ପ୍ରାୟ ୨୨୮ ଟି ବିମାନ ବାତିଲ ହୋଇଛି ଏବଂ ଅନ୍ୟ କେତେକ ବିମାନର ଗତି ପରିବର୍ତ୍ତନ କରାଯାଇଛି । ଇଣ୍ଡିଗୋ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସ୍ଥିତି ଯାଞ୍ଚ କରିବାକୁ ଏବଂ ରିଫଣ୍ଡ କିମ୍ବା ପୁନଃବୁକିଂ ପାଇଁ ଏହାର ୱେବସାଇଟ୍ କିମ୍ବା ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛି ।

ବିମାନବନ୍ଦର ପ୍ରଶାସନ ଅନୁଯାୟୀ, କୁହୁଡ଼ି ଯୋଗୁଁ ରନୱେ ଦେଖାଯାଉ ନାହିଁ ଯାହା ଫଳରେ ଉତ୍ତର ଭାରତର ଅନେକ ବିମାନବନ୍ଦର ମଧ୍ୟ ପ୍ରଭାବିତ ହୋଇଛି । ସୋମବାର ଏକ ବିବୃତ୍ତିରେ ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନ ଚଳାଚଳ ଧୀରେ ଧୀରେ ସ୍ୱାଭାବିକ ହେଉଛି, କିନ୍ତୁ କିଛି ଆସୁଥିବା(ଆଗମନ) ଏବଂ ଯାଉଥିବା(ପ୍ରସ୍ଥାନ) ବିମାନ ଏବେ ବି ବିଳମ୍ବର ସମ୍ମୁଖୀନ ହୋଇପାରେ ।



୨୨୮ଟି ବିମାନ ବାତିଲ ହୋଇଛି
ବିମାନବନ୍ଦରରୁ ମିଳିଥିବା ସୂଚନାନୁଯାୟୀ, ଏପର୍ଯ୍ୟନ୍ତ ମୋଟ ୨୨୮ଟି ବିମାନ (୧୩୧ଟି ପ୍ରସ୍ଥାନ ଏବଂ ୯୭ଟି ଆଗମନ) ବାତିଲ କରାଯାଇଛି, ଯେତେବେଳେ ୫ଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଇଛି । ଅପରାହ୍ନ ପ୍ରାୟ ୨ଟା ପରେ, ରନୱେ ଦେଖାଯାଉଛି ତା' ପରେ ବିମାନ ଚଳାଚଳ ସ୍ୱାଭାବିକ ହେଉଛି, କିନ୍ତୁ ସକାଳେ ଘନ କୁହୁଡ଼ି ପୁରା ଦିନର କାର୍ଯ୍ୟସୂଚୀକୁ ପ୍ରଭାବିତ କରୁଛି । 

ଏଥିସହ ପଢ଼ନ୍ତୁ: ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳରେ ବାଧା ସୃଷ୍ଟି 

ସେପଟେ ସୋମବାର ମଧ୍ୟ ସମାନ ସ୍ଥିତି ଦେଖାଇଥିଲା । ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ବିଳମ୍ବିତ ହୋଇଛି । ତା'ସହ  ବିମାନ ଅବତରଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ସକାଳ ୯ଟା ୩୦ ସୁଦ୍ଧା ୪୦ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା ଏବଂ ୪ଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ।

ପାଣିପାଗ ବିଭାଗ କହିଛି ଯେ, ଆଗାମୀ ଦୁଇ ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ପୂର୍ବ ଉତ୍ତର ପ୍ରଦେଶ, ଉତ୍ତର ପୂର୍ବ ମଧ୍ୟପ୍ରଦେଶରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ସେହିପରି ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ପାଇଁ ଦୃଶ୍ୟମାନତା ଶୂନ୍ୟ ହୋଇଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IndiGo | IndiGo Issues Advisory: 228 Flights Cancelled, 5 Flights Diverted | Argus News