Videos
|
National

Viral Emotional Video / ଚାକିରି ନ ଥିଲେ ଘର ଲୋକ ବି ପଚାରିବେନି: ଭିଡିଓରେ କାନ୍ଦି କାନ୍ଦି କହିଲେ ଯୁବକ

Ritu Das
Browse all articles by Ritu Das
·8 months ago·2 min read
ଚାକିରି ନ ଥିଲେ ଘର ଲୋକ ବି ପଚାରିବେନି: ଭିଡିଓରେ କାନ୍ଦି କାନ୍ଦି କହିଲେ ଯୁବକ
jobless man

Key Points

  • ଚାକିରି ଯିବା ପରେ କମିଗଲା ଗୁରୁତ୍ବ
  • ଚାକିରି ଛାଡ଼ିବା ୩ଦିନ ନ ହେଉଣୁ ଗଣି ଗଣି ଖାଇବାକୁ ଦେଲେ
  • ଭିଡିଓ ମାଧ୍ୟମରେ ନିଜ ମନ କଥା କହିଛନ୍ତି ଜଣେ ଯୁବକ
ଚାକିରି ଯିବା ପରେ କମିଗଲା ଗୁରୁତ୍ବ...ଚାକିରି ଛାଡ଼ିବା ୩ଦିନ ନ ହେଉଣୁ ଗଣି ଗଣି ଖାଇବାକୁ ଦେଲେ ପରିବାର ଲୋକେ। ‌ଯେଉଁ ମା’ ଦିନେ ଘରକୁ ଆସିଲେ ପେଟପୁରା ଖାଇବାକୁ ଦେଉଥିଲା, ସେ ଆଜି ରୁଟି ଗଣିକି ଦେଉଛି। ମାତ୍ର ୩ଦିନ ଭିତରେ ପରିବାରର ଏରୂପ ଦେଖି ଭାଙ୍ଗିପଡ଼ିଛନ୍ତି ଯୁବକ। ନିଜ ମନର କୋହକୁ କିଛି ଦିନ ଚାପି ରଖିବା ପରେ ଏବେ ସେ f। ବାହାର ଲୋକଙ୍କ କଥା ଛାଡ଼, ଘରେ ବି ଏବେ ଭଲ ଲାଗୁନି। ଲାଗୁଛି ଯେମିତି ଘର ଲୋକଙ୍କର ମୋ ପ୍ରତି ସେମିତି ଭଲ ପାଇବା ନାହିଁ। ମଣିଷ କଣ ଏତେ ଶୀଘ୍ର ପରିବର୍ତ୍ତନ ହୋଇଯାଆନ୍ତି। କେହି ମା' କଣ ଏମିତି ବଦଳିଯାନ୍ତି। ଏହି ଭିଡିଓ ଦେଖିବାପରେ କିଛି ୟୁଜର୍ସ କମେଣ୍ଟ ଦେଇଛନ୍ତି ମା' କେବେ ଏମିତି ହୋଇ ନ ଥାନ୍ତି। ତୁମର ବୋଧ ହୁଏ AI ମା'। କାରଣ ମା' ସବୁବେଳେ ନିଜ ଛୁଆକୁ ଭଲ ପାଆନ୍ତି।



ମୁଁ ସହିପାରୁନାହିଁ

"ଏବେ ମୁଁ ଘରେ...ଚାକିରି ଛାଡ଼ିବା ମାତ୍ର ୩ଦିନ ହୋଇଛି। ଅଧିକ ଦରମା ପାଇ ଭଲ ଚାକିରି ଖଣ୍ଡିଏ କରିବି ଓ ପରିବାରକୁ ଭଲ ଜୀବନ ଦେବି...ଏହା ହିଁ ମୋର ଲକ୍ଷ୍ୟ ଥିଲା। ସବୁ ପୁଅଙ୍କ ଭଳି ମୁଁ ମଧ୍ୟ ପରିବାରର ଦାୟିତ୍ବ ନେଇଆସୁଥିଲି। ଯେବେ ଯାଏଁ ଟଙ୍କା ରୋଜଗାର କରୁଥିଲି, ସବୁ ଠିକ୍ ଥିଲା। ହେଲେ ଚାକିରି ଛାଡ଼ିବା ମାତ୍ରେ ସବୁ ବଦଳିଯାଇଛି। କାଲି ଯେଉଁ ମା’ ‌ପେଟ ପୁରିଯିବା ପରେ ବି ଖାଇବାକୁ ବାଧ୍ୟ କରୁଥିଲା ଆଜି ସେହି ପରିବାରରେ ମୋତେ ରୁଟି ଗଣିକି ଦିଆଯାଉଛି। ମାତ୍ର ୩ଦିନରେ ମୋ‌ର ଗୁରୁତ୍ବ କେତେ ମୁଁ ବୁଝି ସାରିଛି। ଚାକିରି ଥିବା ଯାଏ ସବୁ ଠିକ୍ ଥିଲା...ହେଲେ ଏବେ ନିଜ ପରିବାରର ଏଭଳି ବ୍ୟବହାର ମୁଁ ସହିପାରୁନାହିଁ" ବୋଲି ସେ କହିଛନ୍ତି। ତେବେ ଘଟଣାରେ ଦେଖାଯାଉଥିବା ଯୁବକଙ୍କ ଘର ଗୁରୁଗ୍ରାମ ବୋଲି ଜଣାପଡ଼ିଛି। 

ଏହାସହ ପଢ଼ନ୍ତୁ: ଦିଲ୍ଲୀରେ ଆରମ୍ଭ ହେଲା ହଟ୍‌ ଏୟାର ବେଲୁନ ରାଇଡ୍, ମୂଲ୍ୟ ରହିଛି...

ପକେଟରେ ଟଙ୍କା ନଥିଲେ କେହି ପଚାରିବେ ନାହିଁ

ସେ ଆହୁରି କହିଛନ୍ତି ଯେ, "କାଲି ମୁଁ ମାସକୁ ମାସ ଘରକୁ ଟଙ୍କ‌ା ଦେଉଥିଲି ବୋଲି ରାଜା ପୁଅ ବୋଲି କହୁଥିଲେ, ହେଲେ ଆଜି ଚାକିରି ନାହିଁ ବୋଲି ମୋତେ ଠିକ ଭାବେ ଖାଇବାକୁ ଦେଉନାହାନ୍ତି। ସମସ୍ତଙ୍କୁ ମୁଁ ଅପିଲ୍‌ କରିବି...ଯେଉଁ ପ୍ରକାରରେ ମଧ୍ୟ ହେଉ ଟଙ୍କା କମାନ୍ତୁ। କାରଣ ପକେଟରେ ଟଙ୍କା ନଥିଲେ...କେହି ପଚାରିବେ ନାହିଁ...ନିଜ ଘର ଲୋକ ମଧ୍ୟ ନୁହେଁ।" ଏହି ପଦଟି କହିବା ବେଳେ ଯୁବକଙ୍କ କଣ୍ଠ ଭାରି ହୋଇପଡ଼ୁଥିବା ଦେଖାଯାଇଥିଲା। କଥାଟା ତେବେ ସତ। ଜଣେ ପୁରୁଷ ମାନେ ନିଜ ମନ କଥା କାହା ଆଗେ କହିପାରେନି। କିନ୍ତୁ ସେମାନେ ନିଜ ଘର ଲୋକଙ୍କ ଠାରୁ ବି ନିର୍ଯାତିତ ହୋଇ ଥାଆନ୍ତି। କେବଳ ଦାୟିତ୍ବର ବୋଝ ମୁଣ୍ଡେଇ ମୁଣ୍ଡେଇ ସାରା ଜୀବନ ଘାଣ୍ଟି ହୋଇପଡ଼ିଥାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Man Breaks Down in Viral Video, Says Family Doesn’t Value Him Without a Job | Argus News