Woman To get Two Lakhs / ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ୨ ଲକ୍ଷ; ରୋଜଗାରକ୍ଷମ ହେବେ ମହିଳା
·5 months ago·2 min read

Key Points
ମହିଳାଙ୍କୁ ୨ ଲକ୍ଷ ଟଙ୍କା ଦେବେ ଏହି ରାଜ୍ୟ ସରକାର
ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ମିଳିବ ସହାୟତା
ଆର୍ଥିକ ରୂପରେ ମଜଭୁତ ହେବେ ମହିଳା

ମହିଳାଙ୍କୁ ଆର୍ଥିକ ଭାବେ ସୁଦୃଢ କରିବା ଲାଗି ପୁଣି ଥରେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ବିହାର ସରକାର । ରାଜ୍ୟରେ ସ୍ବରୋଜଗାରକୁ ପ୍ରୋତ୍ସାହନ କରାଯାଇ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଏବେ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ଯେଉଁଠି ଲକ୍ଷ ଲକ୍ଷ ମହିଳାଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ସାହାଯ୍ୟ କରାଯାଇଥିଲା, ଏବେ ସରାକର ସେମାନଙ୍କୁ ଆଗକୁ ବଢିବା ଲାଗି ପଥ ପରିଷ୍କାର କରିଛନ୍ତି । ଯେଉଁମାନେ ନିଜ ବ୍ୟବସାୟକୁ ସଠିକ ଢଙ୍ଗରେ ଆଗକୁ ବଢାଇଛନ୍ତି, ଏବେ ସେମାନଙ୍କୁ ବିହାର ସରକାର ଆଉ ଆର୍ଥିକ ସହାୟତା ଯୋଗାଇଦେବେ ।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଏହି ଯୋଜନା ସହ ଜଡ଼ିତ ଏକ ତାଜା ଅପଡେଟ୍ ପ୍ରଦାନ କରିଛନ୍ତି । ଫଳରେ ଚୟନ ହୋଇଥିବା ମହିଳାଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ଏହାଦ୍ବାରା ମହିଳାମାନେ ଉକ୍ତ ଅର୍ଥକୁ ନିଜ ବ୍ୟବସାୟରେ ବିନିଯୋଗ କରି ଆତ୍ମନିର୍ଭର ହୋଇପାରିବେ ।
ଗତବର୍ଷ ସେପ୍ଟେମ୍ବର ମାସରେ ବିହାର ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ବିହାରର ପ୍ରତିଟି ପରିବାର ଜଣେ ମହିଳାଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏବେ ଯେଉଁମାନେ ଉକ୍ତ ଅର୍ଥକୁ ବ୍ୟବହାର କରି ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି, ସେମାନଙ୍କୁ ଏହି ପର୍ଯ୍ୟାୟରେ ସହାୟତା ପ୍ରଦାନ କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମହିଳାଙ୍କୁ ସେମାନଙ୍କ ବ୍ୟବସାୟର ଆବଶ୍ୟକ ମୁତାବକ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଅର୍ଥାତ ଯଦି ଜଣେ ମହିଳାଙ୍କୁ ତାଙ୍କ ବ୍ୟବସାୟ ଆଗକୁ ବଢାଇବା ଲାଗି ୫୦ ହଜାର ଟଙ୍କାର ଆବଶ୍ୟକ ତେବେ ତାଙ୍କୁ ସେତିକି ଅର୍ଥ ଦିଆଯିବ । ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇବାର ସର୍ବାଧିକ ସୀମା ୨ ଲକ୍ଷ ଟଙ୍କା ରଖାଯାଇଛି । କେଉଁ ମହିଳାଙ୍କୁ କେତେ ଟଙ୍କା ପ୍ରଦାନ କରାଯିବ, ତାହା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ ।
ମହିଳାଙ୍କୁ ଏହି ଅତିରିକ୍ତ ଆର୍ଥିକ ସହାୟତା ଲାଗି ପୁଣି ଆବେଦନ କରିବାର ଆବଶ୍ୟକତା ନାହିଁ । କିନ୍ତୁ ସେମାନଙ୍କୁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ଜୀବିକା ସହ ଜଡ଼ିତ ରେକର୍ଡ ଓ ପୂର୍ବରୁ ମିଳିଥିବା ୧୦ ହଜାର ଟଙ୍କା କିପରି ବ୍ୟବହାର କରିଛନ୍ତି ତାହାର ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ପ୍ରଶାସନ ଉକ୍ତ ତଥ୍ୟ ଆଧାରରେ ନିଷ୍ପତ୍ତି ନେବ ଯେ ଦ୍ବିତୀୟ ପର୍ଯ୍ୟାୟରେ ମହିଳା ବ୍ୟବସାୟୀଙ୍କୁ ଆଉ କେତେ ଟଙ୍କା ପ୍ରଦାନ କରାଯିବ ।
ସୂଚନା ଥାଉ କି, ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସୁଭଦ୍ରା ନାଁରେ ଏପରି ଯୋଜନା ରହିଛି । ସୁଭଦ୍ରା ଯୋଜନାରେ ରାଜ୍ୟ ସରକାର ୫ ବର୍ଷ ମଧ୍ୟରେ ଯୋଗ୍ୟ ମହିଳାଙ୍କୁ ୫୦ ହଜାର ଟଙ୍କା ଯୋଗାଇ ଦେଉଛନ୍ତି । ମାସକୁ ଦୁଇଟି କିସ୍ତିରେ ୫୦୦୦ ଲେଖାଏଁ କରି ୧୦ ହଜାର ଟଙ୍କା ଖାତାକୁ ଆସୁଛି ।
ଅନ୍ୟ ରାଜ୍ୟଗୁଡ଼ିକରେ ମହିଳାଙ୍କ ପାଇଁ ଏପରି ଯୋଜନା ରହିଛି । ଆସାମରେ ଅରୁଣୋଦୟୀ ଯୋଜନା ଓ ପଶ୍ଚିମବଙ୍ଗ ଲକ୍ଷ୍ମୀର ଭଣ୍ଡାର ଯୋଜନା ରହିଛି । ସେହିପରି ତେଲେଙ୍ଗାନାରେ ମହାଲକ୍ଷ୍ମୀ ଯୋଜନା, କର୍ଣ୍ଣାଟକରେ ଗୃହ ଲକ୍ଷ୍ମୀ ଯୋଜନା, ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଲାଡଲି ବେହନା ଯୋଜନା, ତାମିଲନାଡୁରେ କାଲାଇଗ୍ନାର ମାଗାଲିର ଉରିମଳ ଥିତମ ଯୋଜନା, ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ମାଝୀ ଲେଡକି ବହିନ ଯୋଜନା, ଝାଡ଼ଖଣ୍ଡରେ ମୈୟାଁ ସମ୍ମାନ ଯୋଜନା, ଛତିଶଗଡ଼ରେ ମହତାରି ବନ୍ଦନ ଯୋଜନା, ହରିୟାଣାରେ ଲାଡୋ ଲକ୍ଷ୍ମୀ ଯୋଜନା, ହିମାଚଳପ୍ରଦେଶରେ ଇନ୍ଦିରା ଗାନ୍ଧୀ ପ୍ୟାରି ବେହନା ଯୋଜନା, ଦିଲ୍ଲୀରେ ମହିଳା ସମୃଦ୍ଧି ଯୋଜନା ଆଦି ରହିଛି ।
ଏଥିସହ ପଢନ୍ତୁ: ବିଧାୟକଙ୍କ ଦରମା ଭତ୍ତା ପ୍ରସଙ୍ଗ: ଚଳିତ ଅଧିବେଶନରେ ହୋଇପାରେ ବିଚାର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories