PM Budget Speech / ରିଫର୍ମ, ଟ୍ରାନ୍ସଫର୍ମ, ପରଫର୍ମ ଆମର ପ୍ରାଥମିକତା; ବଜେଟ ପୂର୍ବରୁ ଦେଶକୁ ମୋଦିଙ୍କ ମେସେଜ୍
·7 months ago·2 min read

Key Points
ବଜେଟ ଅଧିବେଶନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶବାସୀଙ୍କ ସ୍ଵର କହିଲେ ମୋଦି
ରିଫର୍ମ, ଟ୍ରାନ୍ସଫର୍ମ, ପରଫର୍ମ ଆମର ପ୍ରାଥମିକତା

ସଂସଦରେ ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦ ପରିସରରେ ଦେଶକୁ ସମ୍ବୋଧିତ କରିଛନ୍ତି । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ଉଭୟ ଗୃହକୁ ମିଳିତ ଭାବରେ ସମ୍ବୋଧିତ କରିଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଶଂସା କରି ଏହା ଦେଶବାସୀଙ୍କ ସ୍ବର ବୋଲି ପିଏମ ମୋଦି କହିଛନ୍ତି । ସେହିପରି ରିଫର୍ମ, ଟ୍ରାନ୍ସଫର୍ମ, ପରଫର୍ମ ଆମ ସରକାରର ପ୍ରାଥମିକତା । ଭାରତ ବିକାଶ ଯାତ୍ରାର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି ବୋଲି ମୋଦି କହିଛନ୍ତି ।
'ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶବାସୀଙ୍କ ସ୍ଵର'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଶଂସା କରି କହିଛନ୍ତି, "ରାଷ୍ଟ୍ରପତିଙ୍କ ଅଭିଭାଷଣ ୧୪୦ କୋଟି ଦେଶବାସୀଙ୍କ ସ୍ବର ଥିଲା । ରାଷ୍ଟ୍ରପତି ନିଜ ଅଭିଭାଷଣରେ ୧୪୦ କୋଟି ନାଗରିକ ବିଶେଷ ଭାବରେ ଯୁବଗୋଷ୍ଠୀଙ୍କ ଆକାଂକ୍ଷାକୁ ଅତି ସଠିକ ଢଙ୍ଗରେ ରେଖାଙ୍କିତ କରିଥିଲେ । ସେହିପରି ରାଷ୍ଟ୍ରପତି ସମସ୍ତ ସାଂସଦମାନଙ୍କୁ ମାର୍ଗଦର୍ଶନ ଦେବା ପାଇଁ ଅନେକ କଥା କହିଥିଲେ ।"
ଯୁବଗୋଷ୍ଠୀ ଓ ଚାଷୀଙ୍କ ଲାଗି ବଡ଼ ସୁଯୋଗ
ପ୍ରଧାନମନ୍ତ୍ରୀ ମୋଦି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ଐତିହାସିକ ଚୁକ୍ତିକୁ ମନେ ପକାଇ କହିଥିଲେ ଯେ ଏହା ଭାରତର ଯୁବପିଢିଙ୍କ ଭବିଷ୍ୟତକୁ ଚମତ୍କାର କରିବ । ଏହାସହିତ ଚାଷୀ, ମ୍ୟାନୁଫାକଚରିଂ ସେଣ୍ଟର ଓ ସେବା ସେକ୍ଟରରେ ଯୋଡ଼ି ହୋଇଥିବା ଲୋକେ ଏଥିରୁ ବେଶ ଲାଭବାନ ହେବେ । ଏହି ଚୁକ୍ତି ଆଗାମୀ ଦିନରେ ଆତ୍ମବିଶ୍ବାସୀ ଓ ଉତ୍ପାଦକ ଭାରତ ଦିଗରେ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମୋଦି କହିଛନ୍ତି ।
'ରିଫର୍ମ, ଟ୍ରାନ୍ସଫର୍ମ, ପରଫର୍ମ ଆମର ପ୍ରାଥମିକତା'
ମୋଦି ଆହୁରି କହିଛନ୍ତି ଯେ ଦେଶର ଧ୍ୟାନ ବଜେଟ କ୍ଷେତ୍ରରେ ରହିବା ସ୍ବାଭାବିକ । ମାତ୍ର ଏହି ସରକାରର ପରିଚୟ ସର୍ବଦା ରିଫର୍ମ, ଟ୍ରାନ୍ସଫର୍ମ, ପରଫର୍ମ ରହିଆସିଛି । ଏବେ ଦେଶ ରିଫର୍ମ ଏକ୍ସପ୍ରେସରେ ବହୁ ଦ୍ରୁତ ଗତିରେ ଆଗକୁ ବଢୁଛି । ଏହି ରିଫର୍ମ ଏକ୍ସପ୍ରେସକୁ ଗତି ଦେବାରେ ସଂସଦର ସାଥୀ ସଦସ୍ୟମାନେ ସକରାତ୍ମକ ଭୂମିକା ନିର୍ବାହ କରୁଛନ୍ତି କହି ମୋଦି ସେମାନଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫାଇଲରୁ ବାହାରି ଲୋକଙ୍କ ନିକଟରେ ପହଞ୍ଚୁଛି ଯୋଜନା
ମୋଦି ଆହୁରି କହିଛନ୍ତି ଯେ, "ଏବେ ସମସ୍ତେ ସ୍ବୀକାର କରୁଛନ୍ତି ଯେ ଆମ ସରକାର ଲାଷ୍ଟ ମାଇଲ୍ ଡେଲିଭରି ଉପରେ ବିଶେଷ ଭାବେ ଧ୍ୟାନ ଦେଇଛି । ସରକାରଙ୍କ ପ୍ରୟାସ ରହିଛି ଯେ ସମସ୍ତ ଯୋଜନା କେବଳ ଫାଇଲ ଭିତରେ ସୀମିତ ନ ରହି କିପରି ଭାବରେ ଲୋକଙ୍କ ନିକଟରେ ପହଞ୍ଚିବ ।" ଆଗାମୀ ଦିନଗୁଡ଼ିକରେ ଏହି ବ୍ୟବସ୍ଥାକୁ ପରବର୍ତ୍ତୀ ପିଢିର ରିଫର୍ମ ସହିତ ରିଫର୍ମ ଏକ୍ସପ୍ରେସରେ ଆଗକୁ ବଢାଇବା ଉଚିତ ।
ଫେବୃଆରୀ ପହିଲାରେ ବଜେଟ ଆଗତ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପ୍ରଥମେ ଲୋକସଭାରେ ଭାରତର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନା କରିବେ । ଏହି ଅର୍ଥନୈତିକ ସର୍ଭେ ରିପୋର୍ଟଟି ଦେଶର ଅର୍ଥବ୍ୟବସ୍ଥାର ବ୍ୟାପକ ଆକଳନ ପ୍ରସ୍ତୁତ କରିଥାଏ ଏବଂ ବଜେଟ ଉପସ୍ଥାପନା ପୂର୍ବରୁ ଭାରତର ଅର୍ଥନୀତିର ସ୍ଥିତି ସମ୍ପର୍କରେ ମହତ୍ତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଥାଏ । ଏହାପରେ ଫେବୃଆରୀ ୧ ତାରିଖ ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କେନ୍ଦ୍ର ବଜେଟ ୨୦୨୬ ଉପସ୍ଥାପନା କରିବେ । ଏହା ନିର୍ମଳାଙ୍କ ଲଗାତର ନବମ ବଜେଟ ହେବ । ସମ୍ପ୍ରତି ବିଶ୍ବରେ ଅନିଶ୍ଚିତତା ମଧ୍ୟରେ ଏହି ବଜେଟ ଆର୍ଥିକ ବିକାଶକୁ ବୃଦ୍ଧି କରିବା ଦିଗରେ ଉନ୍ନତ ଉପାୟ ସହ ଆସିବ ବୋଲି ଆଶା କରାଯାଉଛି ।

Related Topics
Explore more stories