Union Budget / ଆଗତ ହେଲା କେନ୍ଦ୍ରୀୟ ବଜେଟ୍ ୨୦୨୬; ସଂସଦରେ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ
·5 months ago·2 min read

Key Points
ସଂସଦରେ ଆଗତ ହେଲା କେନ୍ଦ୍ରୀୟ ବଜେଟ୍ ୨୦୨୬
ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ
ନିର୍ମଳାଙ୍କ ନବମ ବଜେଟ୍ ଉପସ୍ଥାପନ
ଜାଣନ୍ତୁ କଣ ହେଲା ବଡ଼ ଘୋଷଣା..
ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ
ନିର୍ମଳାଙ୍କ ନବମ ବଜେଟ୍ ଉପସ୍ଥାପନ
ଜାଣନ୍ତୁ କଣ ହେଲା ବଡ଼ ଘୋଷଣା..
ସଂସଦରେ ଆଗତ ହେଲା କେନ୍ଦ୍ରୀୟ ବଜେଟ୍ ୨୦୨୬ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କେନ୍ଦ୍ରୀୟ ବଜେଟ୍ ୨୦୨୬ ଉପସ୍ଥାପନ କରିଛନ୍ତି । ଏହା ନିର୍ମଳାଙ୍କ କ୍ରମାଗତ ନବମ ବଜେଟ୍ ଉପସ୍ଥାପନ । ଗୋଟିଏ ପଟେ ସାରା ବିଶ୍ବରେ ଯୁଦ୍ଧ ପରିସ୍ଥିତି ଜାରି ରହିଥିବାବେଳେ ଭାରତରେ ଉପସ୍ଥାପନ ହେଉଛି ପୂର୍ଣ୍ଣକାଳୀନ ବଜେଟ୍ । ଆମେରିକାର ଟାରିଫ୍ ଓ ବୈଶ୍ବିକ ଚ୍ୟାଲେଞ୍ଜ ମଧ୍ୟରେ ୨୦୪୭ ପର୍ଯ୍ଯନ୍ତ 'ବିକଶିତ ଭାରତ' ଲକ୍ଷ୍ଯ ରଖିଛି ଦେଶ ।
ରବିଦାସଙ୍କ ନାମ ନେଇ ଅଭିଭାଷଣ ଆରମ୍ଭ କଲେ ଅର୍ଥମନ୍ତ୍ରୀ
ଅର୍ଥମନ୍ତ୍ରୀ ରବିଦାସଙ୍କ ନାମ ନେଇ ନିଜ ବଜେଟ୍ ଅଭିଭାଷଣ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଆମ ସରକାର ଦେଶରେ ଦରିଦ୍ରତା ହଟାଇବା ଲାଗି ଅନେକ କାମ କରୁଛି । ଏପରି ପ୍ରଯୁକ୍ତିବିଦ୍ଯା ଆସୁଛି, ଯାହାଦ୍ବାରା ଅନେକ ପରିବର୍ତ୍ତନ ହେଉଛି । ଆମ ସରକାର ଗତ ୧୨ ବର୍ଷ ମଧ୍ୟରେ ନିବେଶ ବୃଦ୍ଧି କରିବା ଉପରେ କାମ କରୁଛି ।
ସରକାରଙ୍କ କର୍ତ୍ତବ୍ୟ କଥା କହିଲେ ନିର୍ମଳା
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, "ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ଅର୍ଥନୀତିକୁ ଦ୍ରୁତ ଗତିରେ ବୃଦ୍ଧି କରିବା । ଏହି ଅଶାନ୍ତ ବିଶ୍ୱ ପରିବେଶରେ ଆମକୁ ସ୍ଥିର ରହିବାକୁ ପଡ଼ିବ। ବଜେଟ୍ ପ୍ରତ୍ୟେକ ଗରିବ ଲୋକଙ୍କୁ ଲାଭ ପହଞ୍ଚାଇବା ଉଚିତ । ରିଫର୍ମ ଏକ୍ସପ୍ରେସ ଦ୍ରୁତ ଗତିରେ ଆଗକୁ ବଢୁଛି ଏବଂ ଏହାର ଗତି ବଜାୟ ରଖିବ । କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି ।"
'ମାନୁଫାକଚରିଂ ସେକ୍ଟର ଉପରେ ଫୋକସ୍'
ଅର୍ଥମନ୍ତ୍ରୀ କହିଛନ୍ତି, "ଆମେ ଉତ୍ପାଦନ କ୍ଷେତ୍ର ଉପରେ ଧ୍ୟାନ ଦେଉଛୁ । ପୁରୁଣା କ୍ଷେତ୍ରକୁ ସୁଦୃଢ଼ କରିବା, MSMEଗୁଡ଼ିକୁ ସୁଦୃଢ଼ କରିବା ଉପରେ ଫୋକସ ରହିଛି । ଆମେ ସୁରକ୍ଷାକୁ ସୁଦୃଢ଼ କରିବା ସହିତ ଅର୍ଥନୈତିକ କ୍ଷେତ୍ରକୁ ମଧ୍ୟ ସୁଦୃଢ଼ କରିବାକୁ ଚାହୁଁଛୁ ।"
ବାୟୋଫାର୍ମା ଲାଗି ୧୦ ହଜାର କୋଟି
ଆମର ଧ୍ୟାନ ଜୈବ ଔଷଧ ଉପରେ ରହିବ । ଆମେ ₹୧୦,୦୦୦ କୋଟି ବ୍ୟୟବରାଦ କରୁଛୁ । ତିନୋଟି ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବ । ବର୍ତ୍ତମାନ, ଆମର ୭ଟି ପ୍ରତିଷ୍ଠାନ ଅଛି, ଯାହାକୁ ଆହୁରି ବିସ୍ତାର କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
'ଭାରତ ହେବ ସେମିକଣ୍ଡକ୍ଟର ହବ୍'
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର ଭାରତକୁ ଏକ ସେମିକଣ୍ଡକ୍ଟର ହବ୍ କରିବା ଉପରେ କାମ କରୁଛନ୍ତି । ସେମିକଣ୍ଡକ୍ଟର ବିକାଶ ପାଇଁ ₹୪୦,୦୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।
ବୁଣାକାରଙ୍କ ପାଇଁ ବଡ଼ ଘୋଷଣା
ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ ପଦକ୍ଷେପର ପ୍ରସ୍ତାବ ଦେଉଛନ୍ତି । ଏହା ବୁଣାକାର ଏବଂ କୁଟୀର ଶିଳ୍ପକୁ ଲାଭ ଦେବ । ଗରିବ ଗ୍ରାମୀଣ ଯୁବକମାନେ ଉପକୃତ ହେବେ । ଭାରତରେ କ୍ରୀଡା ସମ୍ବନ୍ଧୀୟ ଉତ୍ପାଦ ବିକଶିତ କରିବାର ସମ୍ଭାବନା ରହିଛି ।
ଅଧିକ ବଜେଟ୍ ସମ୍ବନ୍ଧୀୟ ଖବର ଜାଣନ୍ତୁ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories