Elderly Woman Viral Video / ସଚ୍ଚୋଟ ହେବ ତ ଏମିତି; ଲେସନ୍ ଶିଖାଇଲା ବୁଢୀ ମାଆଙ୍କ ମହାନ କାମ
·5 months ago·2 min read

Key Points
ସଚ୍ଚୋଟତାର ପରିଭାଷା ଶିଖାଇଲେ ବୁଢୀ ମାଆ
ପରିଣତ ବୟସରେ ବି ଫ୍ରି ଟଙ୍କାକୁ କଲେ ମନା
ଚର୍ଚ୍ଚାରେ ଫଳ ବିକୁଥିବା ବୁଢୀ ଅମ୍ମାଙ୍କ ସଚ୍ଚୋଟ ପଣିଆ

ଆଜିକାଲି ସଚ୍ଚୋଟତା ବହୁତ କମ ନଜର ଆସୁଛି । ଅନେକ ମାଗଣାରେ ସବୁକିଛି ହାସଲ କରିବାକୁ ଉଦ୍ୟମ କରୁଛନ୍ତି । ଚୋରି, ଡକାୟତି, ଛିନତାଇ ଭଳି ଅପରାଧିକ କାର୍ଯ୍ୟ ବଢୁଛି । ଗୋଡ଼ହାତ ଥାଇ ଛଳନା କରି କିଏ ପଇସା କମାଉଛି ତ ଆଉ କିଏ ବନ୍ଧୁକ ଦେଖାଇ ଲୋକଙ୍କ କଷ୍ଟ ଅର୍ଜିତ ଧନ ଲୁଟୁଛି । ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜଣେ ବୁଢୀ ମାଆଙ୍କ ସଚ୍ଚୋଟତା ସମସ୍ତଙ୍କ ଆଖି ଖୋଲିଦେଇଛି । ସେ ପରିଣତ ବୟସରେ ମଧ୍ୟ ସଚ୍ଚୋଟତା, ଆତ୍ମସମ୍ମାନ ଓ ମଣିଷପଣିଆର ଝଲକ ଦେଖାଇଛନ୍ତି ।
ଚମ ଧୁଡୁଧୁଡୁ ହେଲାଣି । କିନ୍ତୁ ସେ ସମାଜକୁ ସଚ୍ଚୋଟତାର ପରିଭାଷା ଶିଖାଇଛନ୍ତି । ସୋସିଆଲ ମିଡିଆରେ ଏହି ବୁଢୀ ମାଆଙ୍କ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ vartika_patel_v ନାମକ ଏକ ପେଜ୍ରେ ଏହି ବୁଢୀ ମାଆଙ୍କୁ ଦେଖିବାକୁ ମିଳିଛି । ଉକ୍ତ ଭିଡିଓରେ ରାସ୍ତାକଡରେ ପ୍ରାୟ ୯୦ ବର୍ଷରୁ ଅଧିକ ଜଣେ ବୁଢୀ ମାଆ ଫଳ ବିକୁଥିବା ଦେଖିବାକୁ ମିଳିଛି । ସେଠାକୁ ଅନ୍ୟ ଜଣେ ବ୍ୟକ୍ତି ଯାଇ ତାଙ୍କୁ ମାଗଣାରେ ପଇସା ଦେବାକୁ ଉଦ୍ୟମ କରୁଛନ୍ତି । ହେଲେ ବୁଢୀ ମାଆ ଜଣକ ମାଗଣା ପଇସା ନେବାକୁ ସିଧାସିଧା ମନା କରିଦେଇଛନ୍ତି । 'ମୁଁ ଏପରି ପଇସା ନିଏନି, ପ୍ରଥମେ ଫଳ କିଣ ତା ପରେ ପଇସା ଦେବ' ବୋଲି ବୃଦ୍ଧ ମହିଳା ଜଣକ କହିଛନ୍ତି ।
ଫଳ ବିକୁଥିବା ବୃଦ୍ଧ ମହିଳାଙ୍କ ଏହି କଥା ପଦକ ଯୁବକଙ୍କୁ ବେଶ ଆଶ୍ଚର୍ଯ୍ୟଚକିତ କରିଛି । ଯେଉଁଠି ଲୋକେ ମାଗଣା ପଇସା ପାଇଲେ ଥରେ ଭାବନ୍ତି ନାହିଁ, ସେଠି ବୃଦ୍ଧ ମହିଳାଙ୍କ ଏହି କାର୍ଯ୍ୟ ଯୁବକଙ୍କୁ ଚକିତ କରିଛି । ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ବାରମ୍ବାର କହୁଛନ୍ତି ତାଙ୍କୁ ମାଗଣା ପଇସା ନେବାକୁ ଭଲ ଲାଗେ ନାହିଁ । ସେ ପରିଶ୍ରମ କରି ଫଳ ବିକନ୍ତି, ସେଥିରୁ ଯାହା ରୋଜଗାର ହୁଏ ତାଙ୍କୁ ଆତ୍ମସନ୍ତୋଷ ମିଳେ ।
ସୋସିଆଲ ମିଡିଆ ୟୁଜରମାନେ ଏହି ଭାଇରାଲ ଭିଡିଓ ଦେଖି ବୃଦ୍ଧ ମହିଳାଙ୍କ ପ୍ରଶଂସା କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, "ଆଜି ବି ସମାଜରେ ଏପରି ଲୋକ ଅଛନ୍ତି, ଯେଉଁମାନଙ୍କ ଲାଗି ସଚ୍ଚୋଟତା ସବୁଠୁ ଉପରେ ।" ଆଉ ଜଣେ ୟୁଜର ଲେଖିଛନ୍ତି, "ଏହି ଭିଡିଓ ସମାଜର ପ୍ରତିଟି ବ୍ୟକ୍ତିକୁ ଶିଖାଇଛି ଯେ ପରିଶ୍ରମ କରି କରିଥିବା ରୋଜଗାରର ସମ୍ମାନ କରିବା ନିହାତି ଜରୁରୀ ।" ଏହି ଭାଇରାଲ ଭିଡିଓଟି ଶିଖାଇଛି ଯେ ପରିସ୍ଥିତି ଯାହା ବି ହେଉ ନିଜର ସଚ୍ଚୋଟତା ଓ ଆତ୍ମସମ୍ମାନକୁ ସବୁଠୁ ଆଗରେ ରଖିବା ଜରୁରୀ ।
ଏଥିସହ ପଢନ୍ତୁ: ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର; ଜନ୍ମଦିନ ଓ ବିବାହ ବାର୍ଷିକୀରେ ମିଳିବ ଛୁଟି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories