Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Murder / ୩ ପିଲାଙ୍କୁ ମାରିଲା, ପରେ ଡିଜେଲ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
୩ ପିଲାଙ୍କୁ ମାରିଲା, ପରେ ଡିଜେଲ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
Woman kills 3 Children

Key Points

ଯିଏ ଜୀବନ ଦେଇଥିଲା ସେ ଜୀବନ ନେଲା
୩ କୋମଳମତୀ ଶିଶୁଙ୍କୁ ହତ୍ୟା କଲା ମାଆ
ପରେ ଡିଜେଲ ପିଇ ଆତ୍ମହତ୍ୟା ଉଦ୍ୟମ
ଜୀବନ ନେଲା ଜନ୍ମ ଦାତ୍ରୀ । ଦୁନିଆ କଣ ଯିଏ ଶିଖେଇଥିଲା, ଦୁନିଆ ବୁଝିବା ଆଗରୁ ସେ ଜୀବନ ନେଲା । ଜୀବନ ପାଇବାର କିଛି ବର୍ଷ ମଧ୍ୟରେ ମାଆ ନେଇଗଲା ଜୀବନ । ଏଭଳି ହୃଦୟବିଦାରକ ଘଟଣା କର୍ଣ୍ଣାଟକର ବାଗଲକୋଟ୍ ଜିଲ୍ଲାରେ ଘଟିଛି । ମହିଳା ଜଣକ ନିଜର ୩ଟି ସନ୍ତାନଙ୍କୁ ହତ୍ୟା କରିବା ପରେ ଡିଜେଲ ପିଇ ନିଜ ଜୀବନ ନେବାକୁ ଉଦ୍ୟମ କରିଛନ୍ତି । ଏବେ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଏହି ମହିଳା ଜଣକ ହେଉଛନ୍ତି ରୁପା ହନୁମନ୍ତ ଗୌଦ୍ବାର, ଯିଏକି ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତାଙ୍କ ସନ୍ତାନମାନେ ହେଉଛନ୍ତି ୫ ବର୍ଷର ସମୃଦ୍ଧି, ୪ ବର୍ଷର ପ୍ରୀତମ ଓ ୨ ବର୍ଷର ସକ୍ଷିତ । ୩ ସନ୍ତାନଙ୍କ ମୃତଦେହ ଘରୁ ଉଦ୍ଧାର କରିଛି ପୋଲିସ । ବାଗଲକୋଟ୍ ଏସପି ସିଦ୍ଧାର୍ଥ ଗୋଏଲଙ୍କ କହିବାନୁସାରେ, ଏହି ଘଟଣାଟି ରବିବାର ସକାଳ ୧୦ଟାରୁ ପୂର୍ବାହ୍ନ ସାଢେ ୧ଟାରେ ଘଟିଛି । ଏହି ସମୟରେ ରୁପା ନିଜ ସନ୍ତାନଙ୍କ ସହ ଘର ଭିତରେ ଥିବାବେଳେ ସ୍ବାମୀ ବାହାରେ ଥିଲେ । ରୁପାଙ୍କ ସ୍ବାମୀ କାମ ପାଇଁ ବାହାରିବା ପୂର୍ବରୁ ତାଙ୍କ ମାଆଙ୍କୁ ପ୍ରାୟ ସକାଳ ୧୦ଟାବେଳେ ମନ୍ଦିର ଛାଡ଼ିଥିଲେ ।

ସେ କାମରୁ ଅପରାହ୍ନ ୨ଟା ବେଳେ ଫେରିବା ପରେ ଘର ଭିତର ପଟୁ ବନ୍ଦ ଥିବା ଜାଣିବାକୁ ପାଇଥିଲେ । ସେ ପଡ଼ୋଶୀଙ୍କ ସହାୟତାରେ କବାଟ ଖୋଲିବା ପରେ ଯାହା ଦେଖିଥିଲେ, ତାଙ୍କ ଆଖିକୁ ବିଶ୍ବାସ କରିପାରିନଥିଲେ । ଯେପରି କ୍ଷଣିକରେ ତାଙ୍କର ସୁନାର ସଂସାର ଛାରଖାର ହୋଇଯାଇଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ୩ ସନ୍ତାନଙ୍କୁ ଉଦ୍ଧାର କରିଛି । ସେପଟେ ରୁପାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୋଲିସ କହିଛି । ତାଙ୍କୁ ତୁରନ୍ତ ବାଗଲୋକୋଟ୍‌ର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସ୍ବାମୀ ଓ ଶାଶୁଙ୍କଠାରୁ ନିର୍ଯାତନାର ଶିକାର ହୋଇ ରୁପା ଏପରି କରିଥାଇପାରନ୍ତି । ପୋଲିସ ଏହା ମଧ୍ୟ କହିଛି ଯେ ଦମ୍ପତିଙ୍କ ମଧ୍ୟରେ ଗତ ରାତିରେ ସ୍ବାମୀଙ୍କ ସହିତ ଝଗଡ଼ା ହୋଇଥିଲା । ଉଭୟ ୮ ବର୍ଷ ହେଲାଣି ବିବାହିତ ଓ ଉଭୟ ପରିବାର ଗୋଟିଏ ଗ୍ରାମରେ ରହୁଥିଲେ । ପୋଲିସ ତଦନ୍ତ ଜାରି ରଖିଛି ବୋଲି କହିଛି ।

ବି.ଦ୍ର: ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହଁ । ଯଦି ଆପଣ ଅବସାଦଗ୍ରସ୍ତ ଅଛନ୍ତି ତେବେ ନିକଟସ୍ଥ ମନସ୍ତତ୍ତ୍ବବିତଙ୍କ ସହିତ ଆଲୋଚନା କରନ୍ତୁ । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman attempted suicide after killing her three children in Karnataka. | Argus News