Accident / ଯମୁନା ଏକ୍ସପ୍ରେସୱେରେ ଘଟିଛି ଭୟଙ୍କର ଦୁର୍ଘଟଣା, ୧୩ ମୃତ ୨୫ ଆହତ

Key Points
ଘନ କୁହୁଡି ନେଲା ଜୀବନ । ଯମୁନା ଏକ୍ସପ୍ରେସୱେରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦିଲ୍ଲୀ-ଆଗ୍ରା ଏକ୍ସପ୍ରେସ ୱେରେ ୧୦ଟି ବସ୍, ୩ଟି କାର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହିତ ୨୫ ଜଣ ଆହତ ହୋଇଛନ୍ତି ।
ସୂଚନାନୁଯାୟୀ ମଙ୍ଗଳବାର ସକାଳେ ମଥୁରାର ଯମୁନା ଏକ୍ସପ୍ରେସୱେରେ ଘନ କୁହୁଡ଼ି ହେତୁ ଆଗ୍ରାରୁ ନୋଏଡା ଯାଉଥିବା ଦଶଟି ବସ୍ ଏବଂ ତିନୋଟି କାର ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସମସ୍ତ ଗାଡ଼ିରେ ନିଆଁ ଲାଗିଯାଇଥିଲା । ତେର ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୨୫ ଜଣ ଆହତ ହୋଇଥିଲେ, ଘଟଣାସ୍ଥଳରେ ମଥୁରା ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛିନ୍ତି ।
ସୂଚନାମୁତାବକ ମଥୁରା ଏସପି କହିଛନ୍ତି ଯେ ଆଗ୍ରା-ନୋଏଡା ରୁଟରେ ବଲଦେବ ପୋଲିସ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି । ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟକ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଡାକ୍ତରଖାନା ପଠାଯାଉଛି । ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ବସ୍ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବା ପାଇଁ ଅତିରିକ୍ତ ଗାଡ଼ି ବ୍ୟବସ୍ଥା କରାଯାଇଛି। ଆହତମାନେ ବିପଦମୁକ୍ତ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ମୁମ୍ବାଇ-ଦିଲ୍ଲୀ ଏକ୍ସପ୍ରେସ୍ ୱେରେ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା; ୨ ପୋଲିସଙ୍କ ସହ ୪ ମୃତ
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଦଶଟି ବସ୍ ଏବଂ ତିନୋଟି ଛୋଟ କାର ଧକ୍କା ହୋଇଥିଲା, ଯାହା ଫଳରେ ଅନେକ ଯାତ୍ରୀ ଗାଡ଼ି ଭିତରେ ଫସି ରହିଥିଲେ । ଅନ୍ୟମାନେ ବାହାରକୁ ଡେଇଁପଡ଼ି ପଳାଇଥିଲେ, ଭିତରେ ଫସି ରହିଥିବା ଅନ୍ୟ ଯାତ୍ରୀମାନେ ପୋଡ଼ି ମୃତ୍ୟୁବରଣ କରିଥିଲେ । ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସ ଏବଂ ପ୍ରଶାସନକୁ ଘଟଣା ବିଷୟରେ ଜଣାଇଥିଲେ।
ଦୁର୍ଘଟଣାରୁ ବସ୍ରୁ ଡେଇଁ ପଡ଼ି ବଞ୍ଚିଯାଇଥିବା କାନପୁରର ଜଣେ ବାସିନ୍ଦା ସୌରଭ କହିଛନ୍ତି ଯେ ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଉନଥିଲା । ଫଳରେ ଦଶଟି ବସ୍ ଏବଂ ତିନୋଟି କାର ଧକ୍କା ହୋଇଥିଲା । ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଇଥିଲା, ଭିତରେ ପାଞ୍ଚ ଜଣରୁ ଅଧିକ ଲୋକ ଜଳିଯାଇଥିଲେ । ଅନ୍ୟ ଅନେକ ଆହତ ହୋଇଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେପଟେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱରେ ସୋମବାର ସକାଳେ କୁହୁଡ଼ି ପାଇଁ ପ୍ରାୟ ୨୦ଟି କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories