ଆଖି ବୁଜିଲା ଗାତରେ ପଡ଼ିଥିବା ୫ ବର୍ଷର ନାବାଳକ
·1 year ago

ଅର୍ଗସ ବ୍ୟୁରୋ : ଆଖି ବୁଜିଲା ଗାତରେ ପଡ଼ିଥିବା ୫ ବର୍ଷର ନାବାଳକ । ଜୀବନ ଯୁଦ୍ଧରେ ହାରିଗଲା ଆର୍ଯ୍ୟାନ । ୫୭ ଘଣ୍ଟାର ଅପରେସନ୍ ପରେ ବି ବଞ୍ଚାଇ ହେଲାନି ୫ ବର୍ଷର ନାବାଳକକୁ । ରାଜସ୍ଥାନର ଦୌସାରେ ଖେଳୁଥିବା ସମୟରେ ବୋରୱେଲ ଗାତ ଭିତରକୁ ଖସି ପଡ଼ିଥିବା ୫ ବର୍ଷର ଆର୍ଯ୍ୟାନକୁ ଉଦ୍ଧାର ପାଇଁ ରାତି ଦିନ ଏକ କରିଦେଇଥିଲେ ଉଦ୍ଧାରକାରୀ ଟିମ୍ । ବୋରୱେଲ ଗର୍ତ୍ତର ୧୫୦ ମିଟର ତଳେ ଆର୍ଯ୍ୟାନ ରହିଥିଲା ।
ଅଧିକ ପଢନ୍ତୁ : ବୋରୱେଲ୍ ଭିତରେ ଫସି ରହିଛି ୫ ବର୍ଷର ବାଳକ
ଏସଡିଆରଏଫ, ଏନଡିଆରଏଫ ଏବଂ ସିଭିଲ ଡିଫେନ୍ସ ଟିମ୍ ଭଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଥିଲେ। ପ୍ରାୟ ୧୨ରୁ ଅଧିକ ଜେସିବି ବୋରୱେଲ ପାର୍ଶ୍ବରେ ଗାତ ଖୋଳି ଆର୍ଯ୍ୟାନକୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଥିଲେ । ସମସ୍ତଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ସତ୍ତ୍ବେ ଆର୍ଯ୍ୟାନକୁ ବଞ୍ଚାଇ ହେଇନଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: