Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରେ ୪୦ ଫୁଟ୍ ବୋରୱେଲ ଭିତରେ ଖସିପଡ଼ିଲା ଶିଶୁ

Swayangprajna Mishra
Browse all articles by Swayangprajna Mishra
·2 years ago
ଦିଲ୍ଲୀରେ ୪୦ ଫୁଟ୍ ବୋରୱେଲ ଭିତରେ ଖସିପଡ଼ିଲା ଶିଶୁ

ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ୪୦ ଫୁଟ୍ ବୋରୱେଲ ଭିତରେ ଖସିପଡ଼ିଲା ଶିଶୁ । କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଘଟିଛି ଏହି ଅଘଟଣ । ଖେଳୁଥିବାବେଳେ ଶିଶୁଟି ବୋରୱେଲରେ ଖସି ପଡିଲା । ବୋରୱେଲରୁ ଶିଶୁକୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଏନ୍ ଡିଆରଏଫ୍ ଓ ପୋଲିସ ଉପସ୍ଥିତ ଅଛନ୍ତି । ଗାତର ଗଭୀରତା 40 ଫୁଟ ଥିବା ଯୋଗଁ ଶିଶୁକୁ ବାହାର କରିବା କଷ୍ଟକର ହୋଇପାରେ ।

ଅଧିକ ପଢନ୍ତୁ : ବୋରୱେଲ୍ ଗାତରେ କଇଁ କଇଁ କାନ୍ଦୁଛି ନବଜାତକ

ଶିଶୁଟିକୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମ୍ ପ୍ରଥମେ ଗର୍ତ୍ତରେ ଏକ ଦଉଡି ଲଗାଇଥିଲା । ହେଲେ ଏହା ସଫଳ ହୋଇପାରିଲା ନାହିଁ । ଏବେ ଉଦ୍ଧାରକାରୀ ଦଳ ବୋରୱେଲ ପାଖରେ ଆଉ ଏକ ବୋରୱେଲ ଖୋଳିବାକୁ ପ୍ରସ୍ତୁତି ଚଳାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A child fell into a 40 feet borewell in Delhi | Argus News