Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାସୱାର୍ଡ ପାଇଁ ନେହୁରା ହେଲେ Boss

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ପାସୱାର୍ଡ ପାଇଁ ନେହୁରା ହେଲେ Boss

 ଅର୍ଗସ ବ୍ୟୁରୋ : ପ୍ରଥମେ ଚାକିରୀରୁ କାଢିଦେଲେ , ହେଲେ କାଢିବାର ୬ ମାସ ପରେ ପୁଣି ନିଜର ପୁରାତନ କର୍ମଚାରୀଙ୍କୁ ମେଲ କଲେ ବସ୍ । ଯେଉଁ ମେଲକୁ ସୋସିଆଲ ମିଡିଆରେ ଶେୟାର କରି ଚର୍ଚ୍ଚାରେ ରେଡିଟ ୱେବସାଇଟର ପୁରାତନ କର୍ମଚାରୀ ।

ଆଜିକାଲି ସୋସିଆଲ ମିଡିଆରେ ଅନେକ ନିଜର ପର୍ସନାଲ ଲାଇଫର ଛୋଟବଡ ଜିନିଷ ଶେୟାର କରୁଛନ୍ତି । ଯାହାର ମଜା ଉଠାନ୍ତି ଅନେକ ୟୁଜର୍ସ । ସେହିପରି ରେଡିଟ ୱେବସାଇଟର ପୁରାତନ କର୍ମଚାରୀ ଏକ ମେଲ ଶେୟାର କରିଛନ୍ତି । ଯେଉଁ ମେଲ ତାଙ୍କୁ ତାଙ୍କ ପୂର୍ବ କମ୍ପାନୀ (ରେଡିଟ)ର ବସ୍ ପଠେଇଛନ୍ତି । 
ଯେଉଁ ମେଲରେ ତାଙ୍କ ବସ୍ ତାଙ୍କୁ ସେ ବ୍ୟବହାର କରୁଥିବା ଲ୍ୟାପଟପର ପାସୱାର୍ଡ ମାଗିଛନ୍ତି । ସେ ଲେଖିଛନ୍ତି ଏହି ପାସୱାର୍ଡ ତାଙ୍କ ଲ୍ୟାପଟ୍ୟାପ ରିସେର୍ଟ କରିବାରେ ବ୍ୟବହାର କରାଯିବ ଏବଂ ଅନ୍ୟ ନୂଆ କର୍ମଚାରୀଙ୍କୁ ଦିଆଯିବ । ଏବଂ ସେ ଏହା ମଧ୍ୟ ଲେଖିଛନ୍ତି ଯେ, ଏହି ପାସୱାର୍ଡ କେବଳ ତାଙ୍କ ଲ୍ୟାପଟପ ପାସୱାର୍ଡ ରିସେଟ୍ କରିବା ପାଇଁ ବ୍ୟବହାର କରାଯିବ ଏବଂ ତାଙ୍କର ସବୁ ଦରକାରୀ ଜିନିଷକୁ ଗୋପନୀୟ ରଖାଯିବ ।

ଯେଉଁ ମେଲର ମଜା ଉଡାଇଛନ୍ତି ଏହି ପୂର୍ବତନ କର୍ମଚାରୀ । ସେ ଲେଖିଛନ୍ତି, ସେ ଏହି କମ୍ପାନୀରେ ୬ ମାସ ପୂର୍ବରୁ ଇଣ୍ଟରଭ୍ୟୁ ଦେଇଥିଲେ । ଏହାପରେ ସେ ମ୍ୟାନେଜମେଣ୍ଟରେ ଯୋଗ ଦେଇଥିଲେ। ଏହାର ଗୋଟେ ମାସ ପରେ ତାଙ୍କୁ କମ୍ପାନୀ କାଢି ଦେଇଥିଲା । ଆଉ ଏବେ ଲ୍ୟାପଟପ ପାସୱାର୍ଡ ମାଗିବା ପାଇଁ ମେଲ ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Former employer wants my password to the computer I used 6 months after terminating me.
byu/spicyad inantiwork

ତେବେ ଏହାକୁ ନେଇ ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ୬ ମାସ ପରେ ଜଣେ ବ୍ୟବହାର କରୁନଥିବା ଲ୍ୟାପଟପ ପାସୱାର୍ଡ କିପରି ମନେ ରଖିବ । ସେହିପରି ଆଉ ଜଣେ ଲେଖିଛନ୍ତି, ଯଦି ଜଣେ ଗୋଟିଏ ମାସର କମ୍ପାନୀରୁ ବାହାର କରିଦେଉଛି, ସେମିତି ବସକୁ ପାସୱାର୍ଡ ଦେବାକଥା ନୁହେଁ । ସେହିପରି ଆଉ ଜଣେ ଲେଖିଛନ୍ତି, ସେ ଏହି ପାସୱାର୍ଡକୁ ନେଇ ତୁମର କିଛି ଆବଶ୍ୟକୀୟ ଫାଇଲ ଖୋଜୁଥିବେ । ଏବଂ ଏହି ପାସୱାର୍ଡକୁ ବ୍ୟବହାର କରି ଅନ୍ୟ ଆକାଉଣ୍ଟକୁ ଲଗଇନ୍ କରିପାରିବେ ।
ସେହିପରି ଆଉଜଣେ ମଜାଦାର ଭାବେ କହିଛନ୍ତି, ଯଦି ଆଇଟି କର୍ମଚାରୀ ବିନା ପାସୱାର୍ଡରେ ଲ୍ୟାପଟପ ରିସେର୍ଟ କରିପାରୁନାହାନ୍ତି, ତେବେ ଏମିତି କର୍ମଚାରୀଙ୍କୁ ପ୍ରଥମେ ବାହାର କରିବା କଥା ।

Sponsored
A company boss Contacts former employee after 6 Months Firing Him, Asks For Laptop Password | Argus News