ଘୂର୍ଣ୍ଣିଝଡକୁ ହରାଇଲା ୪ ମାସର ଶିଶୁ

ନୂଆଦିଲ୍ଲୀ: କିଛି ପୂର୍ବ ଚେତେବନୀ ନଥିଲା.. ହଠାତ୍ ଆସିଲା ଘୂର୍ଣ୍ଣିଝଡ ଆଉ ଉଡାଇନେଲା ଝୁଲଣାରେ ଶୋଇଥିବା ୪ ମାସ ଶିଶୁ ପୁତ୍ରକୁ । ଶିଶୁ ପୁତ୍ରଟିକୁ ଉଡାଇ ନେଇ ଏକ ଗଛରେ ଲଟକେଇ ଦେଲା ଘୂର୍ଣ୍ଣିଝଡ। ଏପେଟେ ସାଇରନ୍ ବାଜିଲା ସତର୍କ ରୁହ ଆସୁଛି ପବନ ସହ ପ୍ରବଳ ବର୍ଷାା। ଏହାରି ମଧ୍ୟରେ ଘୂର୍ଣ୍ଣିଝଡ ପାଇଁ ସିଡନିଙ୍କ ଘରର ଛାତ ଉଡିଗଲାଣି। ସିଡନି ହେଉଛନ୍ତି ଘୂଣ୍ଣିଝଡ ଉଡାଇନେଇଥିବା ଶିଶୁପୁତ୍ର ଲର୍ଡର ମା। ଯେତବେଳେ ପୁଅକୁ ଖୋାଜିଲେ ଆଶ୍ରୟସ୍ଥଳକୁ ନେଇଯିବା ପାଇଁ ସେତେବେଳେ ଆଉ ପୁଅକୁ ପାଇଲେନି । ଏକ ବର୍ଷର ବଡପୁଅ ପ୍ରିନ୍ସଟନକୁ ନେଇ ଆଶ୍ରୟସ୍ଥଳକୁ ଚାଲିଯାଇଥିଲେ। ଏ ଝଡରେ ଘର ଭାଙ୍ଗିବା ସହ ଭାଙ୍ଗିଲା ଗଛ। ପ୍ରବଳ ପବନକୁ ବର୍ଷା ବି .. ଏପଟେ ଲର୍ଡର ବାପା ସେହି ଝଡରେ ନିଖୋଜ ଲର୍ଡକୁ ଖୋଜୁଥଥାନ୍ତି। ପରେ ଜାଣିବାକୁ ନିଜ ଘର ଠାରୁ ଏକ ୩୦ ଫୁଟ ଉଚ୍ଚ ଗଛରେ ଶିଶୁ ପୁତ୍ର ଲର୍ଡ ଲାଖିକି ରଖିଛଛି।
ଲର୍ଡର ମୁହଁରେ ଆଘାତ ମଧ୍ୟ ଲାଗିଛି। ଆଉ କାନ୍ଦୁଥିଲା। ଆଉ ତାପରେ ଝଡ ପବନ ଯୋଗୁ ଉକ୍ତ ଗଛଟି ଉପୁଡିଗଲା। ପୁଅକୁ ସେଠାରୁ ଉଦ୍ଧାର କରିବା ପାଇଁ ଦମ୍ପତ୍ତି ନିଜ ଘରଠାରୁ ଏକ ମାଇଲ୍ ବାଟ ଯାତ୍ରା କଲାପରେ ଉଦ୍ଧାରକାରୀ ଟିମ ଏବଂ ଏମ୍ବୁଲାନ୍ସକୁ ପାଇଲେ। ଉଦ୍ଧାର ହେଲା ଲର୍ଡ। ଲର୍ଡର ଶରିରର ମାଟିରେ ଆଚ୍ଚଶଦିତ ହୋଇଥିଲା। ପୁରା ଶାନ୍ତ ଆଉ ସ୍ଥିର ପାଲଟିଯାଇଥିଲା ୪ ମାସର ଛୁଆଟି। ତୁରନ୍ତ ତାକୁ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା। ଡାକ୍ତର ଲର୍ଡକୁ ଦେଖିଲା ପରେ ତାଙ୍କ ମାଙ୍କୁ ଶିଶୁ ପୁତ୍ରକୁ ବଢାଇ ଦେଇ କହିଲେ ଏ ସୁପରହିରୋ ସମ୍ପୂର୍ର୍ଣ ସୁସ୍ଥ ଅଛି। ତେବେ ଏହି ସୁପର ହିରୋ ବେବିର କାହାଣୀ କୌଣସି ଫିଲ୍ମ ଠାରୁ ବି କମ୍ ନୁହେଁ। ଏପରି ଏକ ଘଟଣା ଗତସପ୍ତାରେ ଘଟିଛି ଆମେରିକାରେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶିଶୁ ପୁତ୍ରକୁ ସୁପର ହିରୋବେବି କୁହାଯାଉଛି। ଯେଉଡଛି ଏହି ଘୁର୍ଣ୍ଣିଝଡ ସବୁ ଉଜାଡି ହେଲା ସେଇଟି ଏହି ୪ ମାସର ଶିଶୁ ପୁତ୍ର ସହ ଏପରି ଏକ ଚମତ୍କାର ଘଟିଲା ।
ଅଧିକ ଦେଖନ୍ତୁ :