Videos
|
National

ବାଲିରେ ପାମ୍ପଡ ସେକି ଖାଇଲେ ଯବାନ, ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବାଲିରେ ପାମ୍ପଡ ସେକି ଖାଇଲେ ଯବାନ, ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ଆମକୁ ସୁରକ୍ଷିତ ରଖିବା ପାଇଁ ଅନେକ କଷ୍ଟ ଅନେକ ସଂଘର୍ଷ କରନ୍ତି ଆମ ଦେଶରେ ଯବାନ । ଯେଉଁଥିପାଇଁ ଆମେ ଶାନ୍ତି ଏବଂ ସୁରକ୍ଷିତରେ ଘରେ ଶୋଇପାରୁ । ସେହିପରି ଜଣେ ଯବାନଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବାଲିରେ ପାମ୍ପଡ ସେକୁଥିବା ନଜର ଆସିଛନ୍ତି । ରାଜସ୍ଥାନର ବର୍ଡରରେ ଥିବା ଯବାନମାନଙ୍କ ମଧ୍ୟରେ ଜଣେ ଯବାନ ଗରମ ତତଲା ବାଲିରେ ପାମ୍ପଡକୁ ରଖିଥିଲେ । ପରେ ଏହା ଉପରେ କିଛି ବାଲି ଦେଇ ଅପେକ୍ଷା କରିଥଇଲେ । କିଛି ସମୟ ପରେ ପାମ୍ପଡ ଭାଜି ହୋଇଥିବା ନଜର ଆସିଥିଲା । ୪୭ ଡିଗ୍ରୀ ତାପମାତ୍ରାରେ ଏହି ପାମ୍ପଡ ଭାଜି ହୋଇ ଯାଇଥିଲା ।

 

ଏହି ଭିଡିଓକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଶେୟାର କରିଛନ୍ତି, ଏବଂ ଲେଖିଛନ୍ତି, "ଏହି ଯବାନଙ୍କ ଏପରି ଭିଡିଓ ଦେଖିବା ପରେ ତାଙ୍କପ୍ରତି ମୋର ସମ୍ମାନ ଅଧିକ ବଢିଗଲା । ଏପରି ଅବସ୍ଥାରେ ରହି ମଧ୍ୟ ସେମାନେ ଆମକୁ ସୁରକ୍ଷିତ ରଖି ପାରିଛନ୍ତି ।"  ଏହି ଭିଡିଓରେ ଅନେକ ଜଣ କମେଣ୍ଟ କରି ଯବାନଙ୍କ ପ୍ରଶଂସା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
A jawan of rajasthan roast pampad in hot sand | Argus News