Videos
|
National

ଘନୀଭୂତ ହୋଇ ୨୪ ସୁଦ୍ଧା ଅବପାତ ସମ୍ଭାବନା

Banajyotshna Ray
Browse all articles by Banajyotshna Ray
·2 years ago
ଘନୀଭୂତ ହୋଇ ୨୪ ସୁଦ୍ଧା ଅବପାତ ସମ୍ଭାବନା

ଅର୍ଗସ ବ୍ୟୁରୋ:  ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଘନୀଭୂତ ହୋଇ ୨୪ ତାରିଖ ସୁଦ୍ଧା ଅବପାତ ସମ୍ଭାବନା । ଏହାର ପ୍ରଭାବରେ ୨୩ ଓ ୨୪ରେ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି  ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତରତାମିଲନାଡୁ -ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର 5.8କିମି ଯାଏଁ ବ୍ୟାପିଛି l

ଏହା ଉତ୍ତରପୂର୍ବ ଦିଗରେ ଗତିକରିବା ସହ 24ତାରିଖ ସକାଳ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବାପାତରେ ପରିଣତ ହେବାର ସମ୍ଭାବନା ରହିଛି l ପରବର୍ତ୍ତୀ ଏହା ଗତିର ଦିଗ ଉତ୍ତରପୂର୍ବ ଦିଗରେ ବଜାୟ ରଖିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
A low pressure area is formed | Argus News