Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗଧିଆ ଧରିବାକୁ ବଡ଼ ସର୍ଚ୍ଚ ଅପରେସନ୍ ଜାରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଗଧିଆ ଧରିବାକୁ ବଡ଼ ସର୍ଚ୍ଚ ଅପରେସନ୍ ଜାରୀ

ଅର୍ଗସ ବ୍ୟୁରୋ : ଆରମ୍ଭ ହୋଇଛି ଅପରେସନ୍ ଭେଡିଆ । ଉତ୍ତରପ୍ରଦେଶର ବହରାଇଚରେ ଗଧିଆ ଆକ୍ରମଣ ବଢ଼ିଥିବାରୁ ମଣିଷଖିଆ ଗଧିଆକୁ ଯେଉଁଠି ଦେଖୁଛ ଗୁଳି କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଜଙ୍ଗଲ ଅଧିକାରୀମାନେ ଏକ ବଡ଼  ସର୍ଚ୍ଚ ଅପରେସନ୍ ଜାରୀ ରଖିଛନ୍ତି । ପୂର୍ବରୁ ଚାରିଟି ଗଧିଆ ଧରାଯାଇଛି ଏବଂ ବର୍ତ୍ତମାନ ଆଉ ଅନ୍ୟ ମଣିଷଖିଆ ଗଧିଆକୁ ଧରିବା ପାଇଁ ଜୋରଦାର ଅଭିଜାନ ଆରମ୍ଭ ହୋଇଛି ।

ଅଧିକ ପଢନ୍ତୁ : ମା' କୋଳରୁ ୬ ମାସର ଶିଶୁକୁ ଝାମ୍ପିନେଲା ଗଧିଆ

ବନ ବିଭାଗ, ୟୁପି ପୋଲିସ  ଘର ଘର ବୁଲି  ସଚେତନତା ଅଭିଯାନ ଚଳାଇଛନ୍ତି।ବିଶେଷ ଣାବରେ ଜଙ୍ଗଲ ବିଭାଗ ଏହି ମଣିଷ ଙ୍କୁ ଆକ୍ରମଣ କରୁଥିବା ଗଧିଆମାନଙ୍କୁ ଧରିବା ପାଇଁ ସମସ୍ତ ସମ୍ଭାବ୍ୟ ରଣନୀତି ବ୍ୟବହାର କରୁଛି |   କେଜ୍, ଇନଫ୍ରାଡ୍ ଡ୍ରୋନ୍ ଏବଂ ମ୍ୟାପିଂ ଟେକନିକ୍ ବ୍ୟବହାର କରି ଏମାନଙ୍କୁ ଧରିବାକୁ ଚେଷ୍ଟା ଚାଲିଛି |  ବାହରାଇଚରେ ହୋଇଥିବା ଗଧିଆ ଆକ୍ରମଣରେ ମୋଟ ଆହତଙ୍କ ସଂଖ୍ୟା 34 କୁ ବୃଦ୍ଧି ପାଇଛି। ସମସ୍ତେ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ ମାର୍ଚ୍ଚ ୧୮ ତାରିଖ ଠାରୁ  ଏପର୍ଯ୍ୟନ୍ତ   ୧୦ ଜଣ ଲୋକଙ୍କର ଗଧିଆ ଆକ୍ରମଣରେ ମୃତ୍ୟୁ ହୋଇଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A massive search operation is underway to catch the wolf in up | Argus News