Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ ପତାକା ଧରି ଏପରି କହିଲେ ପାକିସ୍ତାନୀ କରାଟେ ଖେଳାଳୀ, ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଭାରତ ପତାକା ଧରି ଏପରି କହିଲେ ପାକିସ୍ତାନୀ କରାଟେ ଖେଳାଳୀ, ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ଭାରତ ଆଉ ପାକିସ୍ତାନ ଶତ୍ରୃ ନୁହେଁ ମିତ୍ର । ଆମ ଭିତରେ କୌଣସି ଶତ୍ରୃତା ନାହିଁ । ଏପରି କହିଲେ ପାକିସ୍ତାନୀ କରାଟେ ଖେଳାଳୀ ଶାହାଜୈବ ରିନ୍ଧ । ଯେଉଁ ଭିଡିଓ ଏବେ ଇଣ୍ଟରନେଟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । 

ଭାରତ ଆଉ ପାକିସ୍ତାନର କରାଟେ ଯୁଦ୍ଧ ଖୁବ କମ ଷ୍ଟେଜରେ ଦେଖିବାକୁ ମିଳେ । ଆଉ ଯେବେ ଉଭୟଙ୍କ ଭିତରେ ମ୍ୟାଚ ହୁଏ, ସେବେ ପ୍ରକୃତରେ ଶତ୍ରୃ ଭଳି ମ୍ୟାଚ ଖେଳ ଦେଖିବାକୁ ମିଳେ । କିନ୍ତୁ ଶନିବାର ହୋଇଥିବା କରାଟେ ଯୁଦ୍ଧ ଏହାର ଖୁବ ବିପରୀତ ଦେଖିବାକୁ ମିଳିଥିଲା । ଶନିବାର ଭାରତର କରାଟେ ଖେଳାଳୀ ରାଣା ସିଂ ଏବଂ ପାକିସ୍ତାନୀ ଖେଳାଳୀ ଶାହାଜୈବ ରିନ୍ଧଙ୍କ ମଧ୍ୟରେ କରାଟେ ଯୁଦ୍ଧ ଦେଖିବାକୁ ମିଳିଥିଲା । ଏହି ଖେଳରେ ଜିତିଥିଲେ ପାକିସ୍ଥାନୀ ଖେଳାଳୀ ଶାହାଜୈବ ରିନ୍ଧ । ଆଉ ଜିତିବା ପରେ ଉଭୟ ଭାରତ ଆଉ ପାକିସ୍ତାନର ପତାକା ଧରି ଷ୍ଟେଜ ଉପରକୁ ଆସିଥିଲେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Pakistan in Pictures (@Pakistaninpics) April 20, 2024

 ତାଙ୍କୁ ଯେତେବେଳେ ଏହାର କାରଣ ପଚରା ଯାଇଥିଲା, ସେ କହିଥିଲେ, " ଏହି ଯୁଦ୍ଧ ହେଉଛି ଶାନ୍ତିର । ଭାରତ ଆଉ ପାକିସ୍ତାନ ଶତ୍ରୃ ନୁହନ୍ତି, ମିତ୍ର ଅଟନ୍ତି । ଆମେ ଯଦି ସମସ୍ତେ ଏକାଠି ମିଶିବା ସବୁ କିଛି କରିପାରିବା । ଏହି କରାଟେ ଯୁଦ୍ଧ ଖେଳ ଦୁଇ ଦେଶକୁ ଏକାଠି କରିବାର ପ୍ରୟାସ ।" କେବଳ ସେତିକି ନୁହେଁ, ସଲମାନ ଖାନ ଖେଳ ଦେଖିବାକୁ ଆସିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ ଦେଇଥିଲେ ଶାହାଜୈବ । ଏବଂ ଶେଷରେ ତାଙ୍କୁ ଭେଟିଥିଲେ ।ତେବେ ମ୍ୟାଚ ପରେ ପାକିସ୍ତାନୀଙ୍କ ଏପରି କହିବା ସବୁ ଭାରତ ଏବଂ ପାକିସ୍ତାନୀଙ୍କ ଉପରେ ପ୍ରଭାବ ପକାଇଛି । 

 

Sponsored
A Pakistani karate player said this while holding the Indian flag, the video went viral | Argus News