Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତାକାଲି ଦୃଶ୍ୟମାନ ହେବ ବିରଳ ବ୍ଲୁ ସୁପର ମୁନ୍

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଆସନ୍ତାକାଲି ଦୃଶ୍ୟମାନ ହେବ ବିରଳ ବ୍ଲୁ ସୁପର ମୁନ୍

Key Points

  • ସୋମବାର ଦିନ ଦୃଶ୍ୟମାନ ହେବ ବିରଳ ବ୍ଲୁ ସୁପର ମୁନ
  • ଏହି ମୁନର ନାଁ ରହିଛି ସ୍ଟର୍ଜିୟାନ ମୁନ
  •  ମୁନର ରହିଛି ବିଚିତ୍ର ରହସ୍ୟ

ଅର୍ଗସ ବ୍ୟୁରୋ : ୧୯ ଅଗଷ୍ଟ ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ଦିନ ଆକାଶରେ ଦେଖାଯିବ ବ୍ଲୁ ସୁପରମୁନ୍ । ଏହି ଚନ୍ଦ୍ରମା ରାତି ୧୧.୫୫ ମିନିଟ୍ ସମୟରେ ଆକାଶରେ ଉଜ୍ଜ୍ବଳ ଚନ୍ଦ୍ରମା ଭାବେ ଦେଖାଯିବ । ତେବେ ବ୍ଲୁ ମୁନ କୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ କି ବ୍ଲୁ ମୁନ କିପରି ହୋଇଥାଏ ।ତେବେ ବ୍ଲୁ ମୁନ୨ ପ୍ରକାରର ଥାଏ । ପ୍ରଥମ ବ୍ଲୁ ମୁର୍‍ ଯାହା ପ୍ରତି ମାସରେ ଗୋଟେ ଦେଖାଯାଏ । ଏହା ପ୍ରତି ମାସର ଦ୍ବିତୀୟ ସପ୍ତାହରେ ପୂର୍ଣ୍ଣ ଚନ୍ଦ୍ରମା ଭାବେ ଦେଖାଦେଇଥାଏ । ସେହପି ଅନ୍ୟଟି ହେଉଛି ସିଜନାଲ ବ୍ଲୁ ମୁନ୍ । ଅର୍ଥାତ ଏହା ପ୍ରତ୍ୟେକ ଋତୁରେ ଦେଖାଯାଉଥିବା ୪ଟି ପୂର୍ଣ୍ଣ ଚନ୍ଦ୍ରମା ମଧ୍ୟରୁ ତୃତୀୟଟି ଅଟେ । 

ତେବେ ଚାଲିଥିବା ବର୍ଷାଋତୁରେ ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ୨୨ ଜୁନ ଏହାପରେ ଦ୍ବିତୀୟ ୨୧ ଜୁଲାଇ ଏବଂ ତୃତୀୟ ୧୯ ଅଗଷ୍ଟରେ ଦୃଶ୍ୟମାନ ହେବାକୁ ଯାଉଛି। ଯାହାକୁ ବ୍ଲୁ ସୁପରମୁନ ବୋଲି କୁହାଯାଉଛି । ଏହାପରେ ୧୮ ସେପ୍ଟେମ୍ବରରେ ହାର୍ଭେଷ୍ଟ ମୁନ ଦୃଶ୍ୟମାନ ହେବାକୁ ଯାଉଛି । ତେବେ ନାସା ମୁତାବକ ସିଜନାଲ ବ୍ଲୁ ମୁନ ପ୍ରତ୍ୟେକ ୨ କିମ୍ବା ୩ ବର୍ଷରେ ଥରେ ଆସିଥାଏ । ପୂର୍ବରୁ ଅକ୍ଟୋବର ୨୦୨୦, ଅଗଷ୍ଟ ୨୦୨୧ , ଏହାପରେ ଆଗାମୀ ବ୍ଲୁ ସୁପରମୁନ ୨୦୨୭ରେ ଦୃଶ୍ୟମାନ ହେବ । ଆପଣ ଏହାକୁ ନିଜ ଘରେ ତଥା ଛାତ ଉପରେ ଦେଖିପାରିବେ । ଯଦି ଚନ୍ଦ୍ରମାର ପୃଷ୍ଠଭାଗ ଦେଖିବାକୁ ଚାହୁଁଛନ୍ତି, ତେବେ ଟେଲିସ୍କୋପ ବ୍ୟବହାର କରିପାରିବେ । ତେବେ ଏହି ଦିନରେ ଆମେରିକାର କିଛି ହ୍ରଦରେ ସ୍ଟର୍ଜିୟାନ ମାଛ ବିଶେଷ ଦେଖାଯାଉଥିବାରୁ ସେହି ହିସାବରେ ଏହାର ନାମକରଣ ରହିଛି ସ୍ଟର୍ଜିୟାନ ମୁନ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A rare blue super moon will be visible tomorrow | Argus News