Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାମନଗରରୁ ଆସିଛି ଶ୍ରୀରାମଙ୍କ ପାଇଁ ସ୍ବତନ୍ତ୍ର ସୁନା କଲମ

Ritu Das
Browse all articles by Ritu Das
·2 years ago·1 min read
ଜାମନଗରରୁ ଆସିଛି ଶ୍ରୀରାମଙ୍କ ପାଇଁ ସ୍ବତନ୍ତ୍ର ସୁନା କଲମ

ଅର୍ଗସ ବ୍ୟୁରୋ: ଦେଶରେ ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରିଛନ୍ତି। ପ୍ରଭୁ ଶ୍ରୀରାମ ଆସିବେ। ସେଥିପାଇଁ ରାମ ଲଲାଙ୍କ ଆଗମନକୁ ନେଇ ସବୁଆଡେ ଚାଲିଛି ଜୋରଦାର ପ୍ରସ୍ତୁତି । ତ୍ରେତୟା ଯୁଗ ପରି ସଜେଇ ହେଉଛି ଅଯୋଧ୍ୟା ନଗରୀ। ସବୁଠି ଉତ୍ସବମୁଖର। ସମସ୍ତେ ଆତୁର ସହ ରାମଲଲାଙ୍କୁ ଅପେକ୍ଷା କରିଛନ୍ତି। ଏହାକେବଳ ପ୍ରଧାନମନ୍ତ୍ରୀଙ୍କ ମୋଦୀଜୀଙ୍କ ପାଇଁ ସମ୍ଭବ ହୋଇପାରିଛି। 

ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ୧୦୮ଫୁଟର ଧୂପକାଠି ସହ ୨୫୦୦ ଯଜ୍ଞକୁଣ୍ଡର  ଆୟୋଜନ କରାଯାଇଛି। ଏବେ ରାମଲଲାଙ୍କ ପାଇଁ ଗୁଜରାଟ ଜାମନଗରରୁ ଅଯୋଧ୍ୟାକୁ ଏକ ବିଶେଷ ଉପହାର ପଠାଯାଉଛି। ଜାମନଗରର ରାଓ୍ବଲଜୀ ସୁନା ଓ ରୂପାରେ ଏକ ସ୍ବତନ୍ତ୍ର କଲମ ତିଆରି କରିଛନ୍ତି। ଯାହାର ମୂଲ୍ୟ ୧ଲକ୍ଷ ୯୦ ହଜାର ଟଙ୍କା। ଏହି ଉପହାର ଜାନୁୟାରୀ ୨୨ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିବ।
ଏକ ବର୍ଷ ପୂର୍ବେ ଜାମନଗର ବାସୀନ୍ଦା ରାଓ୍ବଲଜୀ ଏହି ଆନ୍ଦୋଳନର ଅଗ୍ରଭାଗରେ ଥିବା ରାମଚନ୍ଦ୍ର ଆଚାର୍ଯ୍ୟଙ୍କୁ ମନ୍ଦିରର ପ୍ରତିକୃତି ସହିତ ଏକ କଲମ ଉପହାର ଦେବାପାଇଁ ଆସିଥିଲେ। ସେ ଏହି କାର୍ଯ୍ୟକୁ ଜଣେ ଯୁବ ବ୍ୟବସାୟୀ ହିରେନ କାଙ୍କାରାଙ୍କୁ ଦାୟିତ୍ବ ଦେଇଥିଲେ। ଯିଏ ମୂଳତଃ ଜାମନଗରର। ସେ ବର୍ତ୍ତମାନ ମୁମ୍ବାଇରେ ରହୁଛନ୍ତି। ତେବେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଅଧିକ ପଢ଼ନ୍ତୁୁ ଧର୍ମ ଓ ସଂସ୍କୃତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A special gold | Argus News