ମଙ୍ଗଳଦୋଷ ଦୂର କରୁଥିବା ମନ୍ଦିର

ଅର୍ଗସ ବ୍ୟୁରୋ : ମଣିଷ ଜୀବନ ଅନେକ ପ୍ରକାର ସମସ୍ୟାରେ ପରିପୂର୍ଣ୍ଣ । ଏବଂ ସେହି ସମସ୍ୟାର ସମାଧାନ ପାଇଁ ମଣିଷ ଭଗବାନଙ୍କ ଶରଣରେ ପଶିଥାଏ। ସେହି ସମସ୍ୟା ଗୁଡିକ ମଧ୍ୟରୁ ବିବାହ ଦୋଷ ସମ୍ବନ୍ଧିତ ସମସ୍ୟା ଅନ୍ୟତ୍ତମ। ବିବାହ ଦୋଷ ଥିଲେ ପୁଅ ହେଉ କିମ୍ବା ଝିଅ ସେମାନଙ୍କ ବିବାହରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ। ତେଣୁ ଏହି ଦୋଷକୁ ଦୂର କରିବା ପାଇଁ ଲୋକମାନେ ମନ୍ଦିରକୁ ଯାଇ ଭଗବାନଙ୍କୁ ପୂଜା କରିଥାନ୍ତି। ସେହିପରି ଏକ ମନ୍ଦିର ଉଜୈନ ସହରରେ ରହିଛି। ଯେଉଁଠାରେ ମହାଦେବ ପ୍ରତ୍ୟେକ କୋଣରେ ବାସ କରନ୍ତି ।
ପୁରାଣ ମାନ୍ୟତା ଅନୁସାରେ ମଙ୍ଗଳ ଗ୍ରହର ଜନ୍ମସ୍ଥାନ ହେଉଛି ଉଜୈନ । ଏବଂ ଅଙ୍ଗାରେଶ୍ୱର ମହାଦେବ ହିଁ ଭୂମି ପୁତ୍ର ମଙ୍ଗଳ । ତେଣୁ ଅଙ୍ଗାରେଶ୍ୱର ମହାଦେବଙ୍କୁ ମଙ୍ଗଳ ଦେବ ମଧ୍ୟ କୁହାଯାଏ । ମଙ୍ଗଳ ଗ୍ରହର ଶାନ୍ତି ପାଇଁ ଅଙ୍ଗାରେଶ୍ୱର ମହେଦେବଙ୍କ ସ୍ୱତନ୍ତ୍ର ପୂଜା କରାଯାଏ ଏବଂ ଏହା ଲାଭଦାୟକ ମଧ୍ୟ ହୋଇଥାଏ । ପ୍ରତିଦିନ ଏହି ମନ୍ଦିରରେ କିଛି ନା କିଛି ଚମତ୍କାର ଦେଖିବାକୁ ମିଳିଥାଏ ।
ଉଜୈନ ନଗରୀରେ ୮୪ ମହାଦେବଙ୍କ ସମେତ ଅଙ୍ଗାରେଶ୍ୱର ମହାଦେବ ମନ୍ଦିର ବିଷୟରେ ସ୍କନ୍ଦ ପୁରାଣର ଅବନ୍ତିକା ବିଭାଗରେ ଉଲ୍ଲେଖ କରାଯାଇଛି। ଏହି ମନ୍ଦିରର ବିଶେଷତ୍ୱ ହେଉଛି, ଦୀପାବଳି ପରେ ପଡ଼ୁଥିବା ମଙ୍ଗଳବାର ଦିନ ବିଶେଷ ଭାବେ ଅନ୍ନଭୋଗ ଲଗାଯାଇଥାଏ। ଏଠାକାର ପଣ୍ଡିତଙ୍କ କହିବା ଅନୁସାରେ ଭାତ ପୂଜା କରିବା ଦ୍ୱାରା ମଙ୍ଗଳଦୋଷ ଦୂର ହେବା ସହ କୋର୍ଟ କଚେରୀର ସମସ୍ୟା ମଧ୍ୟ ସମାଧାନ ହୋଇଥାଏ । ଏହା ବ୍ୟତୀତ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ମଧ୍ୟ ସଫଳତା ମିଳିଥାଏ । ନେତାମାନେ ମଧ୍ୟ ନିୟମିତ ଭାବେ ଅଙ୍ଗାରେଶ୍ୱର ମନ୍ଦିରରେ ପୂଜା କରିବାକୁ ଆସନ୍ତି ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର...