Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଜଧାନୀ ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ , କାରଣ ଅସ୍ପଷ୍ଟ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରାଜଧାନୀ ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ , କାରଣ ଅସ୍ପଷ୍ଟ

ଅର୍ଗସ ବ୍ୟୁରୋ :  ରାଜଧାନୀ ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ। ଫରେନସିକ ୟୁନିଟ ଓ ସ୍ପେଶାଲ୍ ସେଲ କମିଶନର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।  ରୋହିଣୀ ଜିଲ୍ଲାର ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆର୍‌ପିଏଫ୍‌ ସ୍କୁଲ କ୍ୟାମ୍ପସ ବାହାରେ ହୋଇଛି ବିସ୍ଫୋରଣ । ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ତୁରନ୍ତ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ଏଫ୍‌ଏସ୍‌ଏଲ୍‌ର ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଅଧିକ ପଢନ୍ତୁ : ପ୍ରଦୂଷଣର ହଟସ୍ପଟ ବନିଛି ଦିଲ୍ଲୀ ଆନନ୍ଦ ବିହାର

ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ବିସ୍ଫୋରଣରେ କୌଣସି ମୃତାହତ ଖବର ସାମ୍ନାକୁ ଆସିନାହିଁ ।  ଆଖପାଖରେ ଥିବା କିଛି ଘର କ୍ଷତିଗ୍ରସ୍ତ ହୋଇଛି। ଘରର କାଚ ଝରକା ଓ କବାଟ ଭାଙ୍ଗିଯାଇଛି। ଏଥିସହ ପାଖରେ ଥିବା କିଛି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ସଂପୃକ୍ତି ଆଶଙ୍କା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A terrible explosion in the capital Delhi, the cause is unclear | Argus News