ବୁଲେଟ ଧରି ୨୧ ହଜାର କିଲୋମିଟର ଯାତ୍ରା କଲେ ମହିଳା

Key Points
- ମୋଦିଙ୍କ ପାଇଁ ତାମିଲନାଡୁରୁ ସୁବର୍ଣ୍ଣପୁର
- ବୁଲେଟ ଧରି ୨୧ ହଜାର କିଲୋମିଟର ଯାତ୍ରା କଲେ ମହିଳା
- ମୋଦିଙ୍କୁ ତୃତୀୟ ଥର ଜିତାଇବାକୁ ଅପିଲ
ସୁବର୍ଣ୍ଣପୁର : ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ତାମିଲନାଡୁରୁ ସୁବର୍ଣ୍ଣପୁର ଆସିଲେ ବୁଲେଟ ରାଣୀ । ମୁହଁରେ କ୍ଲାନ୍ତିର ଚିହ୍ନ ନାହିଁ, କି ଥକ୍କାପଣର କୌଣସି ଲକ୍ଷଣ ନାହିଁ। ଦେଶପ୍ରେମରେ ଅଭିଭୂତ ହୋଇ ମୋଦିଙ୍କ ପାଇଁ ପ୍ରଚାର କରୁଛନ୍ତି ତାମିଲନାଡୁର ଏହି ମହିଳା ରାଜଲକ୍ଷ୍ମୀ ମନ୍ଦା । ଭୋଟ୍ ଫର ନେସନ, ଭୋଟ ଫର ମୋଦି ନାରା ଧରି ସେ ତାମିଲନାଡୁରୁ ବାହାରୁ ଦିଲ୍ଲୀରେ ପହଞ୍ଚିଥିଲେ । ଆଉ ଏବେ ସୁବର୍ଣ୍ଣପୁର ପହଞ୍ଚଛନ୍ତି। ଯେଉଁଠି ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ତାଙ୍କ ସହ ଅନ୍ୟ ବିଜେପି କର୍ମୀମାନେ ମଧ୍ୟ ନାରା ଦେଇଥିଲେ । ତେବେ ମୋଦି ଯଦି ଆଉଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଦେଶ ଏକ ବିକଶିତ ଦେଶରେ ପରିଣତ ହେବ ବୋଲି ସେ ଏପରି ନାରା ଦେଉଛନ୍ତି ବୋଲି କହିଛନ୍ତି ।
ଦେଶରେ ମୋଦି ଆସିବା ପରେ ଦେଶ ଅନେକ ମାତ୍ରାରେ ପରିବର୍ତ୍ତନ ହୋଇଛି । ସବୁଠୁ ବଡ କଥା ହେଉଛି, ଦେଶରେ ଅର୍ଥନୀତି ବଢିବାରେ ଲାଗିଛି । ଶିଳ୍ପରେ ବିକାଶ ହୋଇଛି । ଦାରିଦ୍ର ସୀମାରେଖାରୁ ଉପରକୁ ଉଠିଛି ଦେଶ । ଏବଂ ସବୁଠୁ ବଡକଥା ହେଉଛି, ଦେଶରେ ଯୁବକସୁବତୀ ମାନଙ୍କ ପାଇଁ ବିଭିନ୍ନ ରୋଜଗାରର ପନ୍ଥା ଆଣିଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଦେଶକୁ ଆହୁରି ବିକାଶ ଆହୁରି ସମୃଦ୍ଧ କରିବାକୁ ହେଲେ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ପଡିବ ବୋଲି କହିଛନ୍ତି ବୁଲେଟ ରାଣୀ ରାଜଲକ୍ଷ୍ମୀ । ଯାହାକୁ ନେଇ ବିଭିନ୍ନ ସ୍ଥାନର ଲୋକଙ୍କୁ ସଚେତନ କରାଇବା ପାଇଁ ଏପରି ନାରା ଦେଇଛନ୍ତି ବୋଲି ସେ କହିଛନ୍ତି ।
https://youtu.be/bHBYfrtDfDE?si=p-OCL-qHIvSD_iNy
📱 Get Argus News App
✨
