Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହିଜାବ ବିରୋଧରେ ଦେହରୁ କାଢିଦେଲେ ଡ୍ରେସ ମହିଳା

National

ହିଜାବ ବିରୋଧରେ ଦେହରୁ କାଢିଦେଲେ ଡ୍ରେସ ମହିଳା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ହିଜାବ ବିରୋଧରେ ଦେହରୁ କାଢିଦେଲେ ଡ୍ରେସ ମହିଳା

Key Points

  • ହିଜାବ ବିରୋଧରେ ଦେହରୁ କାଢିଦେଲେ ଡ୍ରେସ
  • ଇରାନ ବିଶ୍ବବିଦ୍ୟାଳୟରେ ବିନା ଡ୍ରେସରେ ବୁଲିଲେ ମହିଳା
  • ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ହିଜାବକୁ ବିରୋଧ କରି ବିଶ୍ବବିଦ୍ୟାଳୟରେ ସମସ୍ତଙ୍କ ସମ୍ମୁଖରେ ବିନା ଡ୍ରେସରେ ବୁଲିଲେ ମହିଳା । ହିଜାବକୁ ବିରୋଧ କରି ସେ ନିଜର ବସ୍ତ୍ର ଉତାରି ବିରୋଧ ପ୍ରଦର୍ଶନ କରିଥିଲେ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟ୍ଟର ଇସଲାମିକ ରାଷ୍ଟ୍ର ଇରାନରେ । ଏଠାରେ ଇସଲାମିକ ଡ୍ରେସକୋଡକୁ ଗତ କିଛି ବର୍ଷ ଧରି ବିରୋଧ କରାଯାଉଛି । ଏପରିକି ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ପାଇଁ ବାଧ୍ୟତମୂଳକ ନିୟମକୁ ଛାତ୍ରୀମାନେ ଖୋଲାଖୋଲି ବିରୋଧ କରିଆସୁଛନ୍ତି। 

ତେବେ ଏହାକୁ ବିରୋଧ କରି ଇସଲାମିକ୍ ଆଜାଦ ବିଶ୍ବବିଦ୍ୟାଳୟର ହତା ଭିତରେ ଜଣେ ଛାତ୍ରୀ ନିଜର ପୋଷାକ ଖୋଲି ବୁଲିବାକୁ ଲାଗିଥିଲେ । ଯାହାକୁ ଅନେକ ଜଣ ବାରଣ କରିବା ସ୍ତ୍ବେ ମଧ୍ୟ ସେ ଶୁଣିନଥିଲେ । ପରେ ବିଶେଷ ସୂତ୍ରରୁ ଜଣା ପଡିଥିଲା ଯେ ସେହି ମହିଳା ଜଣକ ମାନସିକ ବିକୃତ ଅଟନ୍ତି । ସେହି ମହିଳାଙ୍କୁ ଏକ ମେଣ୍ଟାଲ ହସ୍ପିଟାଲରେ ଆଡମିଟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଥିଲା ।

ତେବେ ଇରାନରେ ହିଜାବ ପିନ୍ଧିବାକୁ ନେଇ ବିରୋଧ କରୁଥିବା ମହିଳାଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାର ଆରମ୍ଭ ସେପ୍ଟେମ୍ବର ୨୦୨୨ରେ ଆରମ୍ଭ ହୋଇଥିଲା । ୨୦୨୨ ଡିସେମ୍ବରରେ ହିଜାବ ନିୟମ ଇଲଂଘନ ଯୋଗୁଁ ପୋଲିସ ଦ୍ବାରା ଗିରଫ ଜଣେ କୁର୍ଦ୍ଦ ମହିଳାଙ୍କ ମୃତ୍ୟୁକୁ ନେଇ ଦେଶ ସାରା ବିରୋଧ ପ୍ରଦର୍ଶନ କରାଯାଇଥିଲା। ତେବେ ଇରାନ ସରକାର ପୋଲିସ ବଳକୁ ଲଗାଇ ପ୍ରଦର୍ଶନକାରୀଙ୍କୁ ଦୃଢ ହସ୍ତରେ ଦମନ କରିଥିଲେ। ଯେଉଁଥିଲେ ବହୁ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଥିଲା। ତେବେ ସେହି ଘଟଣା ପରଠୁ ଇରାନରେ ମହିଳାମାନେ ହିଜାବ ପିନ୍ଧିବା ବିରୋଧରେ ସ୍ବର ଉତ୍ତୋଳନ କରିଆସୁଛନ୍ତି। ବିଶେଷ କରି ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରୀମାନେ ହିଜାବକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
A women removed dress from her body against the hijab | Argus News