Aadhaar Name Change / ଆଧାରରେ ନାଁ ୨ ଥର ବଦଳିଗଲା ? ୩ୟ ଥର କିପରି ବଦଳାଇବେ ଜାଣନ୍ତୁ...
·4 hours ago·2 min read

Key Points
ଆଧାରରେ ନାଁ ବଦଳାଇବାର ସୀମା
୨ ଥର ପରେ କଣ କରିବେ ?
ଏହି ନିୟମ ଜାଣି ରଖନ୍ତୁ...
୨ ଥର ପରେ କଣ କରିବେ ?
ଏହି ନିୟମ ଜାଣି ରଖନ୍ତୁ...
ଆପଣଙ୍କ ଆଧାର କାର୍ଡରେ ନାଁ ଭୁଲ ଅଛି କି ? ବିବାହ ପରେ ସରନେମ୍ ବଦଳାଇବାକୁ ଚାହୁଁଛନ୍ତି ? ତେବେ ଏହି ଖବରଟି ଆପଣଙ୍କ ପାଇଁ । କାରଣ ଅନେକ ଲୋକ ଜାଣିନାହାନ୍ତି ଯେ ଆଧାର କାର୍ଡରେ ନାଁ ବଦଳାଇବାର ସୀମା ରହିଛି । ଯଦି ସେହି ସୀମା ଶେଷ ହୋଇଯାଏ, ତେବେ ତୃତୀୟ ଥର ନାଁ କିପରି ବଦଳାଇବେ ? କେଉଁ କାଗଜପତ୍ର ଲାଗିବ ? କେଉଁ ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ ? ଜାଣନ୍ତୁ ଆଧାର କାର୍ଡରେ ନାଁ ପରିବର୍ତ୍ତନ ସମ୍ବନ୍ଧୀୟ ସମସ୍ତ ଜରୁରୀ ନିୟମ ଓ ଉପାୟ...
ଆଜିର ସମୟରେ ଆଧାର କାର୍ଡ କେବଳ ଏକ ପରିଚୟପତ୍ର ନୁହେଁ, ବରଂ ପ୍ରାୟ ପ୍ରତ୍ୟେକ ଜରୁରୀ କାମ ପାଇଁ ଏହା ଅତ୍ୟାବଶ୍ୟକ ହୋଇପଡ଼ିଛି । ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସିମ୍ କାର୍ଡ ନେବା, ପ୍ୟାନ୍ କାର୍ଡ ସହ ଲିଙ୍କ କରିବା କିମ୍ବା ସରକାରୀ ଯୋଜନାର ଲାଭ ଉଠାଇବା—ସବୁଠି ଆଧାର କାର୍ଡର ଆବଶ୍ୟକତା ରହିଛି। କିନ୍ତୁ ଅନେକ ସମୟରେ ଆଧାର କାର୍ଡରେ ନାଁ ଭୁଲ ହୋଇଯାଏ କିମ୍ବା ବିବାହ ପରେ ମହିଳାମାନଙ୍କୁ ନିଜ ସରନେମ୍ ପରିବର୍ତ୍ତନ କରିବାକୁ ପଡ଼େ। ଏପରି ସ୍ଥିତିରେ ପ୍ରଶ୍ନ ଉଠେ, ଆଧାର କାର୍ଡରେ ନାଁ କେତେଥର ବଦଳାଇପାରିବେ ? ଦୁଇଥର ସୀମା ଶେଷ ହୋଇଗଲେ ତୃତୀୟ ଥର କ'ଣ କରିବାକୁ ପଡ଼ିବ ?
UIDAIର ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ଆଧାର କାର୍ଡରେ ଜୀବନରେ ସର୍ବାଧିକ ଦୁଇଥର ମାତ୍ର ନାଁ ପରିବର୍ତ୍ତନ କରିପାରିବେ । ତେବେ ଠିକଣା ଓ ମୋବାଇଲ୍ ନମ୍ବର ଭଳି କିଛି ସୂଚନାକୁ ଆବଶ୍ୟକତା ଅନୁଯାୟୀ ଯେତେଥର ଇଚ୍ଛା ଅପଡେଟ୍ କରିପାରିବେ । କିନ୍ତୁ ନାଁ, ଜନ୍ମତାରିଖ ଓ ଲିଙ୍ଗ ଭଳି ସୂଚନା ପରିବର୍ତ୍ତନ ପାଇଁ କଠୋର ସୀମା ରହିଛି । ସେଥିପାଇଁ ନାଁ ଅପଡେଟ୍ କରିବା ବେଳେ ନାଁ ଓ ସରନେମ୍ ଭଲ ଭାବେ ଯାଞ୍ଚ କରିବା ଜରୁରୀ ।
ଯଦି ଆପଣଙ୍କର ଦୁଇଥର ନାଁ ପରିବର୍ତ୍ତନର ସୀମା ଶେଷ ହୋଇଯାଇଛି ଏବଂ କୌଣସି ବିଶେଷ କାରଣରୁ ତୃତୀୟ ଥର ନାଁ ବଦଳାଇବା ଆବଶ୍ୟକ ହୁଏ, ତେବେ Exceptional Handling Process ଅନୁସରଣ କରିବାକୁ ପଡ଼ିବ ।
ଏଥିପାଇଁ ପ୍ରଥମେ ନିକଟସ୍ଥ ଆଧାର ସେବା କେନ୍ଦ୍ରକୁ ଯିବାକୁ ପଡ଼ିବ । ତୃତୀୟ ଥର ନାଁ ଅପଡେଟ୍ କରିବା ସୁବିଧା ଅନଲାଇନରେ ହୋଇପାରିବ ନାହିଁ । ସେଠାକୁ ଯିବାବେଳେ ନୂଆ ନାଁର ପ୍ରମାଣ ସ୍ୱରୂପ ବୈଧ କାଗଜପତ୍ର, ଯେପରିକି ବିବାହ ପ୍ରମାଣପତ୍ର, ଗେଜେଟ୍ ନୋଟିଫିକେସନ୍ କିମ୍ବା ଅନ୍ୟ କୌଣସି ସରକାରୀ ଦସ୍ତାବିଜର ମୂଳ କପି ନେବା ଆବଶ୍ୟକ ।
ଯଦି ଆଧାର କେନ୍ଦ୍ରରେ ଆପଣଙ୍କ ଆବେଦନକୁ ଦୁଇଥର ସୀମା ଶେଷ ହୋଇଥିବା କାରଣରୁ ଅସ୍ୱୀକାର କରାଯାଏ, ତେବେ UIDAIର ଟୋଲ୍-ଫ୍ରି ହେଲ୍ପଲାଇନ୍ ୧୯୪୭ରେ କଲ୍ କରି ଅଭିଯୋଗ ଦାଖଲ କରିପାରିବେ । ଏହା ସହିତ ଆବଶ୍ୟକ କାଗଜପତ୍ର ଓ ଅନୁରୋଧପତ୍ର ସହ UIDAIର ଅଧିକାରିକ ଇ-ମେଲ୍ରେ ମଧ୍ୟ ଯୋଗାଯୋଗ କରିପାରିବେ ।
ନାଁ ପରିବର୍ତ୍ତନ କରିବା ସମୟରେ କିଛି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର । ଏହା ସହ ଆଧାର କାର୍ଡ, ପ୍ୟାନ୍ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟରେ ଥିବା ନାଁ ଏକାପରି ହେବା ଜରୁରୀ । ନଚେତ ଭବିଷ୍ୟତରେ ବ୍ୟାଙ୍କିଂ କାମ କିମ୍ବା ସରକାରୀ ଯୋଜନାର ଲାଭ ପାଇବାରେ ସମସ୍ୟା ହୋଇପାରେ ।
ତେଣୁ ଆଧାର କାର୍ଡରେ ନାଁ ପରିବର୍ତ୍ତନ କରିବା ପୂର୍ବରୁ ସମସ୍ତ ସୂଚନା ଓ କାଗଜପତ୍ର ଭଲଭାବେ ଯାଞ୍ଚ କରନ୍ତୁ । ଅନାବଶ୍ୟକ ଭାବରେ ନାଁ ବଦଳାନ୍ତୁ ନାହିଁ । ଯଦି ତୃତୀୟ ଥର ନାଁ ପରିବର୍ତ୍ତନର ଆବଶ୍ୟକତା ପଡ଼େ, ତେବେ ଠିକ୍ କାଗଜପତ୍ର ଓ UIDAIର ସହଯୋଗରେ Exceptional Handling Process ମାଧ୍ୟମରେ ଏହି କାମ କରାଯାଇପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories