ସାମ୍ନାକୁ ଆସିଲା ଅରବିନ୍ଦ କେଜରିୱାଲଙ୍କ ଦୋହରା ଚରିତ୍ର

ଅର୍ଗସ ବ୍ୟୁରୋ : ଅରବିନ୍ଦ କେଜରିୱାଲ ଯିଏ ଏକ ସମୟରେ ପାଲଟିଥିଲେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ନେତା । ଯେଉଁ କଂଗ୍ରେସ ସରକାର ବିରୋଧରେ ଲଗାତାର ପ୍ରତିବାଦ କରୁଥିଲେ, ଗଣମାଧ୍ୟମରୁ ନେଇ ଜନସଭା ସବୁଠି କଂଗ୍ରେସ ବିରୋଧରେ ବିଷ ଓଗାଳୁଥିଲେ ଆଜି ସେହି ଦଳ ସହ ହାତ ମିଳାଇଛନ୍ତି ଅରବିନ୍ଦ କେଜରିୱାଲ । ୨୪ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି ଆପ୍ ଓ କଂଗ୍ରେସ । ୪ଟି ରାଜ୍ୟରେ ମିଳିମିଶି ପ୍ରାର୍ଥୀ ଦେବେ ଉଭୟ ଦଳ । ଦିଲ୍ଲୀରେ ମୋଟ ୭ଟି ଲୋକସଭା ଆସନରୁ କଂଗ୍ରେସ ୩ ଓ ଆପ୍ ୪ଟି ଆସନରେ ପ୍ରାର୍ଥୀ ଦେବ । ସେହିପରି ହିରୟାଣା, ଗୋଆ, ଗୁଜୁରାଟରେ ପାଇଁ ମଧ୍ୟ ଫାଇନାଲ୍ ହୋଇଛି ଆପ୍-କଂଗ୍ରେସ ସିଟ୍ ସେୟାରିଂ ଫର୍ମୁଲା ।
କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ବିରୋଧରେ ଦେଇଥିଲେ ଯୁଦ୍ଧଂ ଦେହି ଡାକରା । ଆନ୍ନା ହଜାରେଙ୍କୁ ଢାଲ କରି ଆନ୍ଦୋଳନ କଲେ, ଆଉ ତା ପରେ ଦଳ ଗଠନ କଲେ ଆଉ ପାଲଟିଗଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । କେଜରିୱାଲଙ୍କ ପ୍ରଥମ ଓ ପରମ ଶତ୍ରୁ ଥିଲା କଂଗ୍ରେସ । କାରଣ ଯେଉଁ ଦିଲ୍ଲୀରୁ ଆମ୍ ଆଦମୀ ପାର୍ଟିର ଜନ୍ମ ସେହି ଦିଲ୍ଲୀରେ କଂଗ୍ରେସ ହିଁ ଥିଲା ଦୀର୍ଘ ବର୍ଷ ଧରି କ୍ଷମତାସୀନ । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଚେହେରାର ଡିଣ୍ଡିମ ପିଟୁଥିବା ଅରବିନ୍ଦ କେଜରିୱାଲ କ୍ଷମତାକୁ ଆସିବାର ବର୍ଷ କେଇଟା ଭିତରେ ପାଲଟିଗଲେ ଦୁର୍ନୀତିର ସୌଦାଗର ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ଦିଲ୍ଲୀରେ ମଦନୀତି ଘୋଟାଲା, ମୋହଲ୍ଲା କ୍ଲିନିକ୍ ସ୍କାମରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ସ୍କାନରରେ କେଜରିୱାଲ । ଏବେ ଆପ୍-କଂଗ୍ରେସ ମେଣ୍ଟ ପରେ କେଜରିୱାଲଙ୍କୁ ଟାର୍ଗେଟ୍ କରିଛି ବିଜେପି । କହିଛି ସୁବିଧାବାଦୀ ରାଜନୀତିର ସୌଦାଗର ସାଜିଛନ୍ତି କେଜ୍ରିୱାଲ । ସବୁ ଦୁର୍ନୀତିରୁ ବର୍ତ୍ତିବାକୁ ସାହାରା ଲୋଡୁଥିବା ଆପ୍ କଂଗ୍ରେସର ଶରଣ ପଶିଛି । ରାଜନୀତିରେ ବିକଳ୍ପର କଥା କହି କ୍ଷମତାକୁ ଆସିଥିଲେ କେଜ୍ରିୱାଲ । ଏବେ ତାଙ୍କ ନାଁରେ ମାଳ ମାଳ ଦୁର୍ନୀତି ଅଭିଯୋଗ । ଏଥିପାଇଁ ସବୁ ନୀତି ନୈତିକତା ପାସୋରି ସାହାରା ଖୋଜିବାରେ ଲାଗି ପଡିଛନ୍ତି ଆପ୍ ମୁଖ୍ୟ । ଦୁର୍ନୀତି ଢାଙ୍କିବାକୁ ନେଇଛନ୍ତି କି ମେଣ୍ଟର ସାହାରା ?
