Videos
|
National

ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି

Jitendra Dash
Browse all articles by Jitendra Dash
·2 years ago·1 min read
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି

ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି  ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ । ଏପଟେ ଜାମିନ ଆବେଦନ ଉପରେ ମଧ୍ୟ ସିସୋଦିଆଙ୍କୁ ନିରାଶ ହେବାକୁ ପଡ଼ିଛି । ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ମେ’ ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ମନୀଷଙ୍କ ଜାମିନ ଆବେଦନ ଉପରେ ଇଡି ଏବଂ ସିବିଆଇ ଏକ ସପ୍ତାହ ସମୟ ମାଗିଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

କିନ୍ତୁ କୋର୍ଟ ମାତ୍ର ଚାରି ଦିନ ସମୟ ଦେଇଛନ୍ତି । ଶୁଣାଣି ସମୟରେ ମନୀଷଙ୍କ ଓକିଲ ବିବେକ ଜୈନ ଅଧିକ ସମୟର ଦାବିକୁ ବିରୋଧ କରିଥିଲେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଜାରି ରହିଛି । ୨୦୨୩ ଫେବୃଆରୀରେ ଇଡି ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଦିଲ୍ଲୀ ମଦ ଦୁର୍ନୀତି ଏବଂ କାର୍ଯ୍ୟକାରୀ କରିବାରେ ସଂପୃକ୍ତି ଅଭିଯୋଗ ପରେ ଗିରଫ ହୋଇଥିଲେ ସିସୋଦିଆ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
AAP leader Manish Sisodia’s judicial custody extended | Argus News