Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁବନେଶ୍ବରରେ ABVPର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, କଲେଜ କ୍ୟାମ୍ପସ୍ ରୁ ରାଷ୍ଟ୍ରୀୟ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ହେଉଛି ଆଲୋଚନା

National

ABVP National Executive Meeting / ଭୁବନେଶ୍ବରରେ ABVPର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, କଲେଜ କ୍ୟାମ୍ପସ୍ ରୁ ରାଷ୍ଟ୍ରୀୟ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ହେଉଛି ଆଲୋଚନା

Bikash Mohanty
Browse all articles by Bikash Mohanty
·1 hour ago·2 min read
ଭୁବନେଶ୍ବରରେ ABVPର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, କଲେଜ  କ୍ୟାମ୍ପସ୍ ରୁ ରାଷ୍ଟ୍ରୀୟ  ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ହେଉଛି ଆଲୋଚନା
ABVP

Key Points

ଭୁବନେଶ୍ବରରେ ABVPର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ
ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୈଠକ
ବୈଠକରେ ସାରା ଦେଶରୁ ୪୮୪ କାର୍ଯ୍ୟକର୍ତ୍ତା ଯୋଗଦେବେ

ଭୁବନେଶ୍ବର,୨୭/୦୫: ଭୁବନେଶ୍ବରରେ ଆୟୋଜିତ ହେଉଛି ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ଆସନ୍ତା କାଲିରୁ ୩୧ ତାରିଖ ପର୍ଯ୍ୟନ୍ତ ସୋଆ ବିଶ୍ଵବିଦ୍ୟାଳୟରେ ଚାଲିବ ମାନସ ମନ୍ଥନ। ଦେଶର ବିଭିନ୍ନ ପ୍ରାନ୍ତରୁ ୪୮୪ କାର୍ଯ୍ୟକର୍ତ୍ତା କରିବେ ଆଲୋଚନା। ଏବିଭିପିର ରାଷ୍ଟ୍ରୀୟ ପଦାଧିକାରୀ ହେବେ ସାମିଲ। ଶିକ୍ଷା, ସାମଜିକ ସମସ୍ୟା, ଜାତୀୟ ସୁରକ୍ଷା ଭଲି ବିନ୍ଦୁ ଉପରେ ହେବ ବୈଠକ। ଆସନ୍ତାକାଲି ସନ୍ଧ୍ୟାରେ ନାଗରିକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ଭୁବନେଶ୍ବରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ଏବିଭିପି) ର ଆରମ୍ଭ ହେବାକୁ ଯାଉଛି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଏବିଭିପି କାର୍ଯ୍ୟକର୍ତ୍ତାଙ୍କ ଭୁବନେଶ୍ବର ସୋଆ ବିଶ୍ଵବିଦ୍ୟାଳୟରେ ସମାଗମ ହେବ। ଆସନ୍ତାକାଲିରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ସାମିଲ ହୋଇଛନ୍ତି ୪୮୪ କାର୍ଯ୍ୟକର୍ତ୍ତା। ସେପଟେ ଏହା ପୂର୍ବରୁ ଆଜି ବିଭିନ୍ନ ପ୍ରାନ୍ତର ୧୦୬ କେନ୍ଦ୍ରୀୟ କାର୍ଯ୍ୟ ସମିତି ସଦସ୍ୟ ମାନଙ୍କ ବୈଠକ ଆରମ୍ଭ ହୋଇଛି। ସକାଳ ୧୦ ରୁ ଅପରାହ୍ଣ ଯାଏ କାର୍ଯ୍ୟକର୍ତ୍ତା ମାନେ କରିବେ ଆଲୋଚନା। ଯେଉଁଥିରେ ରାଷ୍ଟ୍ରୀୟ ସମ୍ପାଦକ, କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଛନ୍ତି।

ପଢନ୍ତୁ ଏହି ଖବର: ଦିଲ୍ଲୀ ଛାତ୍ର ସଂସଦ ନିର୍ବାଚନରେ ABVPର ଦବ୍‌ଦବା, ୪ରୁ ହାତେଇଲେ ୩ ଆସନ

ଅନେକ୍ ବର୍ଷ ପରେ ଓଡ଼ିଶାରେ ଏହି ବୈଠକ ହେଉଛି। ଶିକ୍ଷା, ସାମଜିକ ଓ ଭାରତ ସାମ୍ନାରେ ଥିବା ଆହ୍ୱାନ, ରାଷ୍ଟ୍ରୀୟ ସୁରକ୍ଷା, ସମ୍ବଧିତ ଅନେକ୍ ବିଷୟରେ ରାଷ୍ଟ୍ରୀୟ ପଦାଧିକାରୀ ମାନଙ୍କ ସହ ହେବ ଆଲୋଚନା। ଆଗାମୀ ବର୍ଷ ରେ ଏବିଭିପି କେଉଁ କେଉଁ ବିଷୟକୁ ନେଇ କାର୍ଯ୍ୟ କରିବ ସେ ନେଇ ଆଜି କେନ୍ଦ୍ରୀୟ କାର୍ଯ୍ୟ ସମିତି ସଦସ୍ୟ ମାନଙ୍କ ଦ୍ଵାରା ପ୍ରସ୍ତାବ ପାରିତ ହେବ। ଏହାକୁ ନେଇ ଭୁବନେଶ୍ଵର ପହଁଞ୍ଚିବା ଥିବା ଏବିଭିପି ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ. ବିରେନ୍ଦ୍ର ସିଂ ସୋଲାଙ୍କି ପ୍ରତିକ୍ରିୟା ରଖି କହିଛନ୍ତି ଏବିଭିପି ସବୁବେଳେ ଛାତ୍ର ହିତ ଓ ଛାତ୍ର ସମାଜ ପାଇଁ ଚିନ୍ତା କରେ। ଏହି ବୈଠକ ହିଁ ଆଗାମୀ ବର୍ଷର ଏବିଭିପି କାର୍ଯ୍ୟପନ୍ଥା ର ଦିଶା ନିର୍ଦ୍ଧାରଣ କରିବ। ମହାପ୍ରଭୁ ଜଗନ୍ନାଥଙ୍କ ମାଟିରେ ଏବିଭିପିର ଏତେ ବଡ଼ ଭବ୍ୟ ସମାରୋହରେ ସାମିଲ ହେବା ସୈଭାଗ୍ୟ ବୋଲି କହିଛନ୍ତି ଏବିଭିପି ରାଷ୍ଟ୍ରୀୟ ସମ୍ପାଦକ କ୍ଷମା ଶର୍ମା।

ଓଡ଼ିଶାରେ ଆୟୋଜିତ ଏହି ସମ୍ମୀଳନିରେ ଆସନ୍ତାକାଲି ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି. ନାଗରୀକ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ।  ୨୮ ତାରିଖରେ ଏବିଭିପିର ବିଭିନ୍ନ ଆୟାମ, ବର୍ଷବ୍ୟାପି ପରିଚାଳିତ କାର୍ଯ୍ୟକ୍ରମ, କାର୍ଯ୍ୟ ବିସ୍ତାର ଉପରେ ଆଲୋଚନା ହେବ। କ୍ରୀଡା, କଳା, ସେବା, ପର୍ଯ୍ୟାବରଣ, ଚିକିତ୍ସା, କୃଷି, ଜନଜାତି, ଆନ୍ତର୍ଜାତିୟ ବିଦ୍ୟାର୍ଥୀ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ରହିବ। ଏହା ସହ ଏବିଭିପି ଦ୍ଵାରା ଗ୍ରହଣ କରାଯାଇଥିବା screen time to Activity time ଅଭିଯାନ, ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ ବୋଲି ଏବିଭିପିର ରାଜ୍ୟ ସମ୍ପାଦିକା ଦୀପ୍ତିମୟି ପ୍ରତିହାରୀ କହିଛନ୍ତି।

କଲେଜ କ୍ୟାମ୍ପସ୍ ରୁ ରାଷ୍ଟ୍ରୀୟ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ହେଉଥିବା ଆଲୋଚନା ଆଗାମୀ ଦିନର କାର୍ଯ୍ୟକର୍ତ୍ତାଙ୍କୁ ସଂଗଠନାତ୍ମକ ଭିଜନରେ ବେଶ୍ ସହାୟକ ହେବ ବୋଲି ମତ ରଖିଛି ଏବିଭିପି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ABVP National Executive Meeting | ABVP National Executive Meeting in Bhubaneswar: from Campus Issues to National Security | Argus News