Fake Job Scam / ସରକାରୀ ଅଧିକାରୀଙ୍କ ପତ୍ନୀଙ୍କୁ 'ନକଲି ଚାକିରି', ୩୭ ଲକ୍ଷ ଟଙ୍କା ଦରମା ଦେଲେ ଦୁଇ କମ୍ପାନୀ !
·10 months ago·2 min read

Key Points
ରାଜସ୍ଥାନରେ ସରକାରୀ ବାବୁଙ୍କ ଅଜବ କାରନାମା । ପତ୍ନୀଙ୍କୁ ଦୁଇଟି କମ୍ପାନୀରେ ଦେଲେ ଫେକ୍ ଚାକିରି । ଦରମା ଆକାରରେ ଆଣିଲେ ମାସିକ ୧.୬ ଲକ୍ଷ ଟଙ୍କା।
ରାଜସ୍ଥାନରେ ଦୁର୍ନୀତିର ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ସରକାରୀ ଅଧିକାରୀଙ୍କ ପତ୍ନୀ ଦୁଇ ବର୍ଷ ଧରି ଦୁଇଟି ଘରୋଇ କମ୍ପାନୀରୁ କୌଣସି କାମ ନକରି ୩୭ ଲକ୍ଷ ଟଙ୍କା ଦରମା ପାଇଛନ୍ତି । ରାଜସ୍ଥାନ ହାଇକୋର୍ଟରେ ଏକ ଆବେଦନ ଦାଖଲ ହେବା ପରେ ଏହି ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ଦୁର୍ନୀତି ନିବାରଣ ବ୍ୟୁରୋ (ACB) ତଦନ୍ତ ଆରମ୍ଭ କରିଛି । ରାଜକମ୍ ଇନଫୋ ସର୍ଭିସେସର ଆଇଟି ଯୁଗ୍ମ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ଦୀକ୍ଷିତ ତାଙ୍କ ପତ୍ନୀ ପୁନମ ଦୀକ୍ଷିତଙ୍କୁ ଦୁଇଟି ଘରୋଇ ଫାର୍ମ ଓରିଅନପ୍ରୋ ସଲ୍ୟୁସନ୍ସ ଏବଂ ଟ୍ରାଇଜେନ୍ ସଫ୍ଟୱେର୍ ଲିମିଟେଡରେ ନକଲି କର୍ମଚାରୀ ଭାବରେ ପଞ୍ଜୀକୃତ କରି ବେଆଇନ ଭାବେ ଲକ୍ଷାଧିକ ଟଙ୍କା ଦରମା ଭାବେ ଆଣିଥିବା ଅଭିଯୋଗ ହୋଇଛି ।
ସମ୍ପୂର୍ଣ୍ଣ ଘଟଣା କ’ଣ?
ରାଜସ୍ଥାନ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନା ଥିବା ଏକ ଆଇଟି ପରାମର୍ଶଦାତା ରାଜକମ୍ ଇନଫୋ ସର୍ଭିସେସ୍ ବିଭିନ୍ନ ଫାର୍ମକୁ ସରକାରୀ ଟେଣ୍ଡର ଜାରି କରେ । ଅଭିଯୋଗ ହେଉଛି ଯେ ପ୍ରଦ୍ୟୁମ୍ନ ଦୀକ୍ଷିତ ତାଙ୍କ ପଦବୀର ଅପବ୍ୟବହାର କରି ଏହି ଫାର୍ମଗୁଡ଼ିକୁ ସରକାରୀ ଟେଣ୍ଡର ଦେବାରେ ସାହାଯ୍ୟ କରୁଥିଲେ । ଏହା ବଦଳରେ ସେ ତାଙ୍କ ପତ୍ନୀଙ୍କୁ ଚାକିରୀ ଏବଂ ମାସିକ ଦରମା ପ୍ରଦାନ କରିବାକୁ ସେହି ଦୁଇ କମ୍ପାନୀ ସହ ଡିଲ୍ କରିଥିଲେ ।
ଅଧିକ ପଢ଼ନ୍ତୁ: ଡାକ୍ତରଙ୍କୁ ଡେଲିଭରି ଏଜେଣ୍ଟଙ୍କ ଦୁଷ୍କର୍ମ ଅଭିଯୋଗ, ଗିରଫ କଲା ପୋଲିସ
ACBର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପ୍ରଦ୍ୟୁମ୍ନ ଦୀକ୍ଷିତଙ୍କ ପତ୍ନୀ ପୁନମ ଦୀକ୍ଷିତ ଜାନୁଆରୀ ୨୦୧୯ରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ପାଞ୍ଚଟି ବ୍ୟାଙ୍କ ଆକାଉଣ୍ଟକୁ ଓରିଅନପ୍ରୋ ସଲ୍ୟୁସନ୍ସ ଏବଂ ଟ୍ରାଇଜେନ୍ ସଫ୍ଟୱେର୍ ଲିମିଟେଡ୍ ୩୭ ଲକ୍ଷ ୫୪ ହଜାର ୪୦୫ ଟଙ୍କା ବେଆଇନ୍ ପେମେଣ୍ଟ କରିଥିଲେ । ଏହି ଟଙ୍କାକୁ ପୁନମ ଦରମା ବୋଲି ଦର୍ଶାଇଥିଲେ । କିନ୍ତୁ ପୁନମ ଦୀକ୍ଷିତ ଏହି ସମୟ ମଧ୍ୟରେ ଏହି ଦୁଇ ଅଫିସକୁ କେବେ ବି ଯାଇ ନଥିଲେ । ତେବେ ରିପୋର୍ଟରେ କୁହାଯାଇଛି କି ପ୍ରତି ମାସରେ ପୁନମଙ୍କ ଆକାଉଣ୍ଟରେ ଦୁଇ କମ୍ପାନୀ ପ୍ରାୟ ୧.୬୦ ଲକ୍ଷ ଟଙ୍କା ଜମା କରୁଥିଲେ ।
ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ପୁନମ ଦୀକ୍ଷିତ ଏକକାଳୀନ ଦୁଇଟି କମ୍ପାନୀରୁ ବେଆଇନ୍ ଦରମା ପାଉଥିଲେ। ସେ ଫ୍ରିଲାନ୍ସିଂ ଆଳରେ ଟ୍ରାଇଜେନ୍ ଠାରୁ ଟଙ୍କା ଗ୍ରହଣ କରୁଥିଲେ । ଯେତେବେଳେ କି ସେ ଏହି ସମୟରେ ଓରିଅନପ୍ରୋରେ ଫେକ୍ ଭାବେ କାର୍ଯ୍ୟରତ ଥିଲେ । କମ୍ପାନୀ ରେକର୍ଡ ଏବଂ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ ସମୀକ୍ଷା କରିବା ପରେ ACB ଅକ୍ଟୋବର ୧୭ରେ ଏକ ଆନୁଷ୍ଠାନିକ ମାମଲା ରୁଜୁ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ପାଇଥିଲା ।
ସମ୍ପୂର୍ଣ୍ଣ ଘଟଣା କ’ଣ?
ରାଜସ୍ଥାନ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନା ଥିବା ଏକ ଆଇଟି ପରାମର୍ଶଦାତା ରାଜକମ୍ ଇନଫୋ ସର୍ଭିସେସ୍ ବିଭିନ୍ନ ଫାର୍ମକୁ ସରକାରୀ ଟେଣ୍ଡର ଜାରି କରେ । ଅଭିଯୋଗ ହେଉଛି ଯେ ପ୍ରଦ୍ୟୁମ୍ନ ଦୀକ୍ଷିତ ତାଙ୍କ ପଦବୀର ଅପବ୍ୟବହାର କରି ଏହି ଫାର୍ମଗୁଡ଼ିକୁ ସରକାରୀ ଟେଣ୍ଡର ଦେବାରେ ସାହାଯ୍ୟ କରୁଥିଲେ । ଏହା ବଦଳରେ ସେ ତାଙ୍କ ପତ୍ନୀଙ୍କୁ ଚାକିରୀ ଏବଂ ମାସିକ ଦରମା ପ୍ରଦାନ କରିବାକୁ ସେହି ଦୁଇ କମ୍ପାନୀ ସହ ଡିଲ୍ କରିଥିଲେ ।
ଅଧିକ ପଢ଼ନ୍ତୁ: ଡାକ୍ତରଙ୍କୁ ଡେଲିଭରି ଏଜେଣ୍ଟଙ୍କ ଦୁଷ୍କର୍ମ ଅଭିଯୋଗ, ଗିରଫ କଲା ପୋଲିସ
ACBର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପ୍ରଦ୍ୟୁମ୍ନ ଦୀକ୍ଷିତଙ୍କ ପତ୍ନୀ ପୁନମ ଦୀକ୍ଷିତ ଜାନୁଆରୀ ୨୦୧୯ରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ପାଞ୍ଚଟି ବ୍ୟାଙ୍କ ଆକାଉଣ୍ଟକୁ ଓରିଅନପ୍ରୋ ସଲ୍ୟୁସନ୍ସ ଏବଂ ଟ୍ରାଇଜେନ୍ ସଫ୍ଟୱେର୍ ଲିମିଟେଡ୍ ୩୭ ଲକ୍ଷ ୫୪ ହଜାର ୪୦୫ ଟଙ୍କା ବେଆଇନ୍ ପେମେଣ୍ଟ କରିଥିଲେ । ଏହି ଟଙ୍କାକୁ ପୁନମ ଦରମା ବୋଲି ଦର୍ଶାଇଥିଲେ । କିନ୍ତୁ ପୁନମ ଦୀକ୍ଷିତ ଏହି ସମୟ ମଧ୍ୟରେ ଏହି ଦୁଇ ଅଫିସକୁ କେବେ ବି ଯାଇ ନଥିଲେ । ତେବେ ରିପୋର୍ଟରେ କୁହାଯାଇଛି କି ପ୍ରତି ମାସରେ ପୁନମଙ୍କ ଆକାଉଣ୍ଟରେ ଦୁଇ କମ୍ପାନୀ ପ୍ରାୟ ୧.୬୦ ଲକ୍ଷ ଟଙ୍କା ଜମା କରୁଥିଲେ ।ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ପୁନମ ଦୀକ୍ଷିତ ଏକକାଳୀନ ଦୁଇଟି କମ୍ପାନୀରୁ ବେଆଇନ୍ ଦରମା ପାଉଥିଲେ। ସେ ଫ୍ରିଲାନ୍ସିଂ ଆଳରେ ଟ୍ରାଇଜେନ୍ ଠାରୁ ଟଙ୍କା ଗ୍ରହଣ କରୁଥିଲେ । ଯେତେବେଳେ କି ସେ ଏହି ସମୟରେ ଓରିଅନପ୍ରୋରେ ଫେକ୍ ଭାବେ କାର୍ଯ୍ୟରତ ଥିଲେ । କମ୍ପାନୀ ରେକର୍ଡ ଏବଂ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ ସମୀକ୍ଷା କରିବା ପରେ ACB ଅକ୍ଟୋବର ୧୭ରେ ଏକ ଆନୁଷ୍ଠାନିକ ମାମଲା ରୁଜୁ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ପାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡିଏସ୍ପି ନୀରଜ ଗୁରନାନିଙ୍କ ନେତୃତ୍ୱରେ ଏହି ଘଟଣାରେ ତଦନ୍ତ ଜାରି ରହିଛି । ପ୍ରଦ୍ୟୁମ୍ନ ଦୀକ୍ଷିତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଅଧିକାରୀମାନଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ ୧୯୮୮ର ବିଭିନ୍ନ ଧାରା ଅନୁଯାୟୀ ଅଭିଯୋଗ କରାଯାଇଛି ।
Related Topics
Explore more stories